ETV Bharat / politics

ଜେବିଙ୍କ ରାସ୍ତାରେ ନବୀନ; ପ୍ରସନ୍ନଙ୍କୁ କଲେ ବିରୋଧୀ ଦଳ ଉପନେତା, ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ - Opposition Leader

author img

By ETV Bharat Odisha Team

Published : Jun 19, 2024, 6:27 PM IST

Updated : Jun 19, 2024, 7:03 PM IST

Opposition Leader In Odisha Assembly: ବିରୋଧୀ ଦଳ ନେତା ହେଲେ ନବୀନ ପଟ୍ଟନାୟକ । ପ୍ରତାପ ଦେବ ବିରୋଧୀ ଦଳ ଉପମୁଖ୍ୟ ସଚେତକ । ଅଧିକ ପଢ଼ନ୍ତୁ

ନବୀନ ହେଲା ବିରୋଧୀ ଦଳ ନେତା
ନବୀନ ହେଲା ବିରୋଧୀ ଦଳ ନେତା (ETV Bharat Odisha)

ଭୁବନେଶ୍ବର: ବିରୋଧୀ ଦଳ ନେତା ହେଲେ ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଆଜି ଏନେଇ ନିଷ୍ପତ୍ତି ହୋଇଛି । ସେହିପରି ବିରୋଧୀ ଦଳ ମୁଖ୍ୟ ସଚେତକ ହୋଇଛନ୍ତି ପ୍ରମିଳା ମଲ୍ଲିକ । ପ୍ରସନ୍ନ ଆଚାର୍ଯ୍ୟ ବିରୋଧୀ ଦଳ ଉପନେତା ହୋଇଥିବା ବେଳେ ପ୍ରତାପ ଦେବ ବିରୋଧୀ ଦଳ ଉପମୁଖ୍ୟ ସଚେତକ ହୋଇଛନ୍ତି ।

ନବୀନ ହେଲେ ବିରୋଧୀ ଦଳ ନେତା (ETV Bharat Odisha)

ସଂଖ୍ୟା ଦୃଷ୍ଟିରୁ ବିଜେଡି ବିରୋଧୀ ଦଳରେ ବସିବ ବୋଲି ସ୍ଥିର ଥିଲା । ତେବେ ବିରୋଧୀ ଦଳର ନେତା କିଏ ହେବେ ସେ ନେଇ ଚାଲିଥିବା ଚର୍ଚ୍ଚାର ଆଜି ଅବସାନ ଘଟିଛି । ଗତ 15 ଦିନର ଚର୍ଚ୍ଚାରେ ବ୍ରେକ ଲାଗିଛି । ଶଙ୍ଖ ଭବନରେ ଅନୁଷ୍ଠିତ ହୋଇଥିବା ବିଧାୟକ ଦଳର ବୈଠକରେ ସର୍ବ ସମ୍ମତି କ୍ରମେ ନବୀନ ପଟ୍ଟନାୟକ ବିଜେଡିର ବିଧାୟକ ଦଳର ନେତା ହୋଇଛନ୍ତି । ଦଳର ସମସ୍ତ ବିଧାୟକଙ୍କ ସମ୍ମତି କ୍ରମେ ସେ ବିଜେଡି ବିଧାୟକ ଦଳର ନେତା ହୋଇଛନ୍ତି । ଏହି କ୍ରମରେ ସେ ସିଧାସଳଖ ଭାବେ ବିଜେଡିର ବିଧାୟକ ଦଳର ନେତା ହୋଇଛନ୍ତି । ବଢୁଥିବା ବୟସ କାରଣରୁ ସେ ବିରୋଧୀ ଦଳ ନେତା ଭୂମିକା ତୁଲାଇବାରେ ଆଶଙ୍କା ସୃଷ୍ଟି ହୋଇଛି । ତେଣୁ ନବୀନ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଭଳି ଡେପ୍ୟୁଟି ଲିଡ଼ର ନିଯୁକ୍ତ କରିଛନ୍ତି । ବିରୋଧୀ ଦଳ ଉପନେତା ହୋଇଛନ୍ତି ଦଳର ବରିଷ୍ଠ ନେତା ତଥା ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ । ସେହିପରି ବିରୋଧୀ ଦଳ ମୁଖ୍ୟ ସଚେତକ ଭାବେ ପ୍ରମିଳା ମଲ୍ଲିକ ଓ ବିରୋଧୀ ଦଳ ଉପ ମୁଖ୍ୟ ସଚେତକ ହୋଇଛନ୍ତି ପ୍ରତାପ କେଶରୀ ଦେବ ।

ନବୀନ ହେଲେ ବିରୋଧୀ ଦଳ ନେତା

ଏହା ମଧ୍ୟ ପଢ଼ନ୍ତୁ...ବିରୋଧୀ ଦଳ ନେତା ନବୀନ ନା ଆଉ କିଏ ? 'ନବୀନଙ୍କ ନିଷ୍ପତ୍ତି ସର୍ବମାନ୍ୟ' କହିଲେ ବରିଷ୍ଠ ନେତା - Opposition Leader Odisha Assembly

1990 ବିରୋଧୀ ଦଳର ନେତା ହୋଇଥିଲେ ଜାନକୀ ବଲ୍ଲଭ ପଟ୍ଟନାୟକ । ଆଉ ସେ ପଶ୍ଚିମ ଓଡ଼ିଶାର ଟାଣୁଆ ନେତା ନରସିଂହ ମିଶ୍ରଙ୍କୁ ବିଧାନସଭାର ଉପନେତା ଭାବେ ନିଯୁକ୍ତି ଦେଇଥିଲେ । ବୟସ ଅଧିକ ହୋଇଥିବାରୁ ଜାନକୀଙ୍କ ବିଧାନସଭା କାର୍ଯ୍ୟ କରୁଥିଲେ ନରସିଂହ । ସେହିପରି ଆଜି ବିଜେଡି ସଭାପତି ନିଷ୍ପତ୍ତି ନେଇଛନ୍ତି । ଏହା ସହ ବିଜେଡି ବିରୋଧୀ ଦଳ ମୁଖ୍ୟ ସଚେତକ ଭାବେ ଦଳର ମହିଳା ଚେହେରା ପ୍ରମିଳା ମଲ୍ଲିକଙ୍କୁ ସାମ୍ନାକୁ ଆଣିଛନ୍ତି । ସେହିପରି ବିରୋଧୀ ଦଳ ଉପ ମୁଖ୍ୟ ସଚେତକ ହୋଇଛନ୍ତି ପ୍ରତାପ କେଶରୀ ଦେବ । ସଶକ୍ତ ବିରୋଧୀ ଭାବେ ଦଳ ଭାବେ ବିଜେଡି କାର୍ଯ୍ୟ କରିବ ବୋଲି ବିଜେଡି ସଭାପତି କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jun 19, 2024, 7:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.