ETV Bharat / politics

ବଢିଲା ରାଜନୈତିକ ଅସ୍ଥିରତା, ହରିୟାଣାରେ ଫ୍ଲୋରଟେଷ୍ଟ ଦାବି କଲେ ଦୁଷ୍ୟନ୍ତ ଚୌଟାଲା - Floor Test demand in Haryana - FLOOR TEST DEMAND IN HARYANA

Dushyant Chautala Seeks Floor Test: ହରିୟାଣାରେ ଫ୍ଲୋରଟେଷ୍ଟ ଦାବି କଲେ ଦୁଷ୍ୟନ୍ତ ଚୌଟାଲା । 3 ସ୍ବାଧୀନ ବିଧାୟକ ଶାସକ ମେଣ୍ଟରୁ ସମର୍ଥନ ପ୍ରତ୍ୟାହାର କରି କଂଗ୍ରେସ କ୍ୟାମ୍ପରେ ମିଶିବା ପରେ ସଙ୍କଟରେ ସୈନି ସରକାର । ଅଧିକ ପଢନ୍ତୁ

ହରିୟାଣାରେ ଫ୍ଲୋରଟେଷ୍ଟ ଦାବି କଲେ ଦୁଷ୍ୟନ୍ତ ଚୌଟାଲା
ହରିୟାଣାରେ ଫ୍ଲୋରଟେଷ୍ଟ ଦାବି କଲେ ଦୁଷ୍ୟନ୍ତ ଚୌଟାଲା (PIC-ETV Bharat)
author img

By ETV Bharat Odisha Team

Published : May 9, 2024, 1:30 PM IST

Updated : May 9, 2024, 2:21 PM IST

ଚଣ୍ଡିଗଡ: ହରିୟାଣାରେ ଶାସକ ମେଣ୍ଟରୁ 3 ସ୍ବାଧୀନ ବିଧାୟକ ସମର୍ଥନ ପ୍ରତ୍ୟାହାର କରିବା ପରେ ଏବେ ନାୟବ ସିଂ ସୈନୀ ସରକାର ଅଳ୍ପମତକୁ ଆସିଛି । ରାଜ୍ୟରେ ସରକାରର ଅସ୍ଥିତ୍ବ ନେଇ ରାଜନୈତିକ ଅସ୍ଥିରତା ମଧ୍ୟରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ‘ଜେଜେପି’ ମୁଖ୍ୟ ଦୁଷ୍ୟନ୍ତ ଚୌଟାଲା ଗୃହରେ ସଂଖ୍ୟା ବହୁମତ ଦାବି କରିଛନ୍ତି । ଆଜି ସେ ରାଜ୍ୟପାଳଙ୍କୁ ଫ୍ଲୋରଟେଷ୍ଟ କରାଇବା ପାଇଁ ଚିଠି ଲେଖିଛନ୍ତି । ସ୍ବାଧୀନ ବିଧାୟକଙ୍କ ସମର୍ଥନ ପ୍ରତ୍ୟାହାର ପରେ ବିଜେପି ସରକାର ନିଜ ପାଖରେ ଆବଶ୍ୟକ ସଂଖ୍ୟା ବହୁମତ ଥିବା ନେଇ ଗୃହରେ ଭୋଟିଂ ମାଧ୍ୟମରେ ସ୍ପଷ୍ଟ କରୁ । ରାଜ୍ୟପାଳ ଫ୍ଲୋରଟେଷ୍ଟ ପାଇଁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ସେ ରାଜଭବନକୁ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି ।

ବିଜେପି ଶାସନରେ ଥିବା ଉତ୍ତର ରାଜ୍ୟ ହରିୟାଣା ବିଧାନସଭାରେ ମୋଟ 90 ଆସନ ରହିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଓ ଅନ୍ୟ ଏକ ଆସନ ଖାଲି ପଡିଥିବା କାରଣରୁ ବର୍ତ୍ତମାନ ଗୃହର ଆସନ ସଂଖ୍ୟା 88 ରହିଛି । ଏପରି ସ୍ଥିତିରେ ସରକାର ଗଠନ ପାଇଁ ସଂଖ୍ୟାବହୁମତ ରହିଛି 45 । ବିଜେପି କ୍ଷମତାରେ ଥିବା ବେଳେ ଦଳ ନିକଟରେ 40 ବିଧାୟକ ରହିଛନ୍ତି । ରାଜ୍ୟରେ 6 ସ୍ବାଧୀନ ବିଧାୟକ ବିଜେପିକୁ ସମର୍ଥନ ଘୋଷଣା କରିଥିଲେ । ସେଥିରୁ 3 ବିଧାୟକ ସମର୍ଥନ ପ୍ରତ୍ୟାହାର କରିବା ପରେ ବିଜେପି ମେଣ୍ଟର ସଂଖ୍ୟା ଏବେ 143କୁ ହ୍ରାସ ପାଇଛି । ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟା (ମ୍ୟାଜିକ ନମ୍ବର) ଠାରୁ ମାତ୍ର 2 ଆସନ ପଛରେ ରହିଛି ସୈନୀ ସରକାର ।

ହରିୟାଣାର ବର୍ତ୍ତମାନର ସଂଖ୍ୟା ଗଣିତ:-

ତେବେ ରାଜ୍ୟରେ କଂଗ୍ରେସ ନିକଟରେ 3 ସ୍ବାଧୀନ ବିଧାୟକଙ୍କ ସମର୍ଥନ ସହ 33 ବିଧାୟକ ରହିଛନ୍ତି । ପୂର୍ବରୁ ବିଜେପି ସମର୍ଥନରେ ମନୋହର ଲାଲ ଖଟ୍ଟର ସରକାରରେ ସହଯୋଗୀ ଥିବା ‘ଜେଜେପି’ ନିକଟରେ 10ଜଣ ବିଧାୟକ ରହିଛନ୍ତି । ଯଦି ବର୍ତ୍ତମାନ ସ୍ଥିତିରେ ଦୁଷ୍ୟନ୍ତଙ୍କ ପାର୍ଟି ‘ଜେଜେପି’ କଂଗ୍ରେସକୁ ସମର୍ଥନ ଘୋଷଣା କରେ, ତେବେ କଂଗ୍ରେସ ନେତୃତ୍ବାଧୀନ କ୍ୟାମ୍ପର ସଂଖ୍ୟା 43ରେ ପହଞ୍ଚିବ । ଏମାନଙ୍କୁ ବାଦ ଦେବା ପରେ ରାଜ୍ୟରେ ଥିବା ଅନ୍ୟ ଦୁଇ ବିଧାୟକଙ୍କ ଭୂମିକା ନିର୍ଣ୍ଣାୟକ ହୋଇପାରେ । ହରିୟାଣା ‘ଲୋକହିତ ପାର୍ଟି’ର ଜଣେ ବିଧାୟକ ଓ INLDର ଜଣେ ବିଧାୟକ ଉଭୟ ଗୋଷ୍ଠୀରେ ସାମିଲ ନହୋଇ ନିରପେକ୍ଷ ରହିଛନ୍ତି । ଯଦି ଏହି ସମୀକରଣ ସହ କଂଗ୍ରେସ- ଜେଜେପି ଆଗକୁ ବଢିବା ସହ ଫ୍ଲୋରଟେଷ୍ଟ ପାଇଁ ଚାପ ପକାନ୍ତି, ତେବେ ସ୍ବାଧୀନ ବିଧାୟକ ହିଁ ସରକାର ଗଠନରେ କିଙ୍ଗମେକର ହେବେ । ଉଭୟ ଗୋଷ୍ଠୀ ଏମାନଙ୍କୁ ପ୍ରଲୋଭିତ କରି କ୍ଷମତା ହାସଲ କରିବାକୁ ଚାହିଁବେ ।

ଏହା ମଧ୍ୟ ପଢନ୍ତୁ :- ହରିୟାଣାରେ ସଙ୍କଟରେ ବିଜେପି ସରକାର ! ୩ ସ୍ବାଧୀନ ବିଧାୟକ ଫେରାଇ ନେଲେ ସମର୍ଥନ - HARYANA BJP GOVT LOST MAJORITY

ସମର୍ଥନ ପ୍ରତ୍ୟାହାର କରିଥିଲେ ଏହି ବିଧାୟକ:-

ମୁଖ୍ୟମନ୍ତ୍ରୀ ନୟାବ ସିଂ ସୈନୀଙ୍କ ସରକାରରୁ ସମର୍ଥନ ଫେରାଇ ନେଇଥିବା 3 ସ୍ବାଧୀନ ବିଧାୟକ ପ୍ରାର୍ଥୀ ହେଉଛନ୍ତି ଚରଖି ଦାଦରୀର ବିଧାୟକ ସୋମବୀର ସାଙ୍ଗୱାନ, ପୁଣ୍ଡରୀର ବିଧାୟକ ରଣଧୀର ଗୋଲନ ଓ ନୀଲୋଖେଡିର ବିଧାୟକ ଧର୍ମପାଳ ଗୋନ୍ଦର । ଏହି ତିନି ବିଧାୟକ ଶାସକ ମେଣ୍ଟରୁ ଓହରିବା ପରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ସିଂ ହୁଡ୍ଡା ଓ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଉଦୟଭାନଙ୍କ ଉପସ୍ଥିତିରେ କଂଗ୍ରେସକୁ ବାହ୍ୟ ସମର୍ଥନ ଦେବେ ବୋଲି ଘୋଷଣା କରିସାରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 9, 2024, 2:21 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.