ETV Bharat / politics

ନିର୍ବାଚନୀ ବଣ୍ଡ ବିଶ୍ବର ସବୁଠୁ ବଡ଼ ଅର୍ଥ ଅସୁଲି ରାକେଟ: ରାହୁଲ - Rahul On Electoral Bonds

Rahul Gandhi On Electoral Bonds: ନିର୍ବାଚନୀ ବଣ୍ଡକୁ ନେଇ ରାହୁଲଙ୍କ ଟାର୍ଗେଟ । କହିଲେ, ଏହି ସ୍ଲିମ୍ ବିଶ୍ବର ସବୁଠୁ ବଡ ଅର୍ଥ ଅସୁଲି (ଏକ୍ସର୍ଟସନ) ରାକେଟ । ଏହାର ଉଦ୍ଦେଶ୍ୟ କର୍ପୋରେଟମାନଙ୍କୁ ଭୟଭୀତ କରି ଫାଣ୍ଠି ଆଦାୟ କରିବା । ଅଧିକ ପଢନ୍ତୁ

Etv Bharat
Etv Bharat
author img

By ETV Bharat Odisha Team

Published : Mar 16, 2024, 8:05 AM IST

ନୂଆଦିଲ୍ଲୀ: ଭାରତ ଯୋଡ ନ୍ୟାୟ ଯାତ୍ରା ସମୟରେ ନିର୍ବାଚନୀ ବଣ୍ଡକୁ ନେଇ ମୋଦି ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ରାହୁଲ ଗାନ୍ଧୀ । ରାହୁଲ ଅଭିଯୋଗ କରିଛନ୍ତି ଯେ, ନିର୍ବାଚନ ବଣ୍ଡ/ଇଲେକ୍ଟୋରାଲ ବଣ୍ଡ ବିଶ୍ବର ସବୁଠୁ ବଡ଼ ଅର୍ଥ ଅସୁଲି (ଏକ୍ସର୍ଟସନ) ରାକେଟ । ବିଜେପି ଇଡି, ସିବିଆଇ ମାଧ୍ୟମରେ ଭୟଭୀତ କରାଇ ଦାଦାବଟି(ଅର୍ଥ ଅସୁଲି କରେ) ଆଦାୟ କରେ । ଏହାପରେ ସେହି ଅର୍ଥରେ ବିରୋଧୀ ଦଳ ଗୁଡିକୁ ଭାଙ୍ଗିଥାଏ । ସିବିଆଇ, ଇଡି, ନିର୍ବାଚନ କମିଶନ ଏବଂ ଅନ୍ୟାନ୍ୟ ସରକାରୀ ଏଜେନ୍ସି ଗୁଡିକୁ ବିଜେପି ଅସ୍ତ୍ର ଭାବେ ବ୍ୟବହାର କରୁଛି । ଏହି ଏଜେନ୍ସି ଗୁଡିକ ବିଜେପି ନିୟନ୍ତ୍ରଣରେ ଥିବାବେଳେ ଦେଶର ସ୍ବାର୍ଥ ଦିଗରେ କାମ କରୁନାହାନ୍ତି ବରଂ ସବୁଠି ବିରୋଧୀଙ୍କ ବିପକ୍ଷରେ ବ୍ୟବହାର ହେଉଛନ୍ତି ।

ନ୍ୟାୟ ଯାତ୍ରାର ୬୨ ଦିନରେ ଶୁକ୍ରବାର ଅପରାହ୍ନରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମହାରାଷ୍ଟ୍ର ଥାନେ ଜିଲ୍ଲାର ଆମ୍ବାଡି ଠାରେ ପହଞ୍ଚିଥିଲେ । ସେଠାରେ ଜନସାଧାରଣଙ୍କୁ ସମ୍ବୋଧିତ କରିଲେ ବିଜେପି ସରକାରକୁ କଟୁ ସମାଲୋଚନା କରିଥିଲେ । ସେ କହିଥିଲେ, ନିର୍ବାଚନୀ ବଣ୍ଡ ସ୍କିମ ପ୍ରଧାନମନ୍ତ୍ରୀଙ୍କ ବ୍ରେନଚାଇଲ୍ଡ । ଏହି ସ୍କିମ ବିଶ୍ବର ସବୁଠୁ ବଡ଼ ଅର୍ଥ ଅସୁଲି ରାକେଟ । ଏଥିରୁ ଆସୁଥିବା ପାଣ୍ଠି ବିରୋଧୀ ଦଳ ଗୁଡିକୁ ବିଭାଜିତ କରିବା ଏବଂ ବିଭିନ୍ନ ରାଜ୍ୟରେ ଅଣବିଜେପି ସରକାରକୁ ଭାଙ୍ଗିବାରେ ବ୍ୟବହାର କରାଯାଉଛି ।

ଏହା ମଧ୍ୟ ପଢନ୍ତୁ: SBIକୁ ସୁପ୍ରିମକୋର୍ଟଙ୍କ ତାଗିଦ, ନିର୍ବାଚନୀ ବଣ୍ଡର ସମସ୍ତ ତଥ୍ୟ ଦେବାକୁ ନିର୍ଦ୍ଦେଶ

ଆହୁରି ମଧ୍ୟ କହିଥିଲେ, ''କିଛି ବର୍ଷ ତଳେ ପ୍ରଧାନମନ୍ତ୍ରୀ ମୋଦି ଦାବି କରିଥିଲେ ଯେ ନିର୍ବାଚନୀ ବଣ୍ଡ ରାଜନୈତିକ ପାଣ୍ଠି ଯୋଗାଣ ବ୍ୟବସ୍ଥାରେ ସ୍ବଚ୍ଛତା ଆଣିବ । କିନ୍ତୁ ଏହା ଦେଶର ବଡ଼ ବଡ଼ କର୍ପୋରେଟଙ୍କ ଠାରୁ ଟଙ୍କା ଆଦାୟର ଏକ ତରିକା ବୋଲି ଜଣାପଡିଛି । ଏହାର ଉଦ୍ଦେଶ୍ୟ ଥିବା ବିଜେପିକୁ ଟଙ୍କା ଦେବା ପାଇଁ କର୍ପୋରେଟମାନଙ୍କୁ ଭୟଭୀତ କରିବା । କିଛି କମ୍ପାନୀ ପୂର୍ବରୁ କେବେ ବିଜେପିକୁ ପାଣ୍ଠି ଦେଇନଥିଲେ । କିନ୍ତୁ ସେମାନଙ୍କ ବିରୋଧରେ ସିବିଆଇ, ଇଡିରେ ମାମଲା ହେବା ପରେ ସେମାନେ ଏହା କରିଥିଲେ । ନିର୍ବାଚନୀ ବଣ୍ଡ ସ୍କିମ ଦୁନିଆର ସବୁଠୁ ବଡ ବଟି ଆଦାୟ ରାକେଟ । ତେଣୁ ଏହାର ତଦନ୍ତ ହେବା ଉଚିତ୍ ବୋଲି ମୁଁ ଆଶା କରୁଛି ।''

ଏହି ସମୟରେ ଗଣମାଧ୍ୟମର ଏକ ପ୍ରଶ୍ନରେ ସେ ଆମେଠିରୁ ଲୋକସଭା ନିର୍ବାଚନ ଲଢିବେ ନା ନାହିଁ ତାହା ଦଳର କେନ୍ଦ୍ରୀୟ କମିଟି ଏବଂ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ ନିଷ୍ପତ୍ତି ନେବେ ବୋଲି ରାହୁଲ କହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.