ଢେଙ୍କାନାଳରେ ନବୀନଙ୍କ ନିର୍ବାଚନୀ ପ୍ରଚାର - CM Naveen Campaign - CM NAVEEN CAMPAIGN
CM Naveen Campaigning: ଢେଙ୍କାନାଳରେ ପ୍ରଚାର କରିବା ସହ ଜନତାଙ୍କ ଆଶୀର୍ବାଦ ଲୋଡିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉପସ୍ଥିତ ଜନତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଅଧିକ ପଢନ୍ତୁ

Published : May 18, 2024, 7:17 AM IST
ଢେଙ୍କାନାଳ: ଜିଲ୍ଲାରେ ନିର୍ବାଚନୀ ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଅପରାହ୍ନ ସାଢେ ୪ଟା ୪୦ ମିନିଟ ସମୟରେ ଢେଙ୍କାନାଳ ସହରର ଉପକଣ୍ଠସ୍ଥ ଭାଗବାନପୁର ନିକଟରେ ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରିଥିଲେ ନବୀନ । ସାଙ୍ଗରେ ଥିଲେ 5ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ। "ଆପଣମାନେ ଏତେ ଖରାରେ ଏତେ ଦୂରରୁ ଆସିଥିବାରୁ ଧନ୍ୟବାଦ । BSKY , ଲଷ୍ମୀ ବସ ଯୋଜନା, କାଳିଆ ଯୋଜନା, ମଧୁବାବୁ ପେନସନ ଯୋଜନା ଆଦି ଯୋଜନା ଭଲ କି? ଶଙ୍ଖ ଚିହ୍ନ ଭଲ କି?" ବୋଲି ଜନସାଧାରଣଙ୍କୁ ପଚାରିଥିଲେ। ଏହାସହ ନିର୍ବାଚନ ଜିତିବା ପାଇଁ ଜନତାଙ୍କ ଆଶୀର୍ବାଦ ଲୋଡିଛନ୍ତି ।
ଏହି ଅବସରରେ 5ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ "କାଳିଆ ଯୋଜନା, ଲଷ୍ମୀ ଯୋଜନା , BSKY ଯୋଜନା ଆଦି ଯୋଜନା ଓ ଢେଙ୍କାନାଳର ଉନ୍ନତି କିଏ କରିଛନ୍ତି?" ବୋଲି ଉପସ୍ଥିତ ଜନ ସାଧରଣଙ୍କୁ ପଚାରି ଉତ୍ସାହିତ କରିଥିଲେ। ସେ କହିଛନ୍ତି, "ଆପଣମାନେ ଆଶୀର୍ବାଦ କରନ୍ତୁ, ଆସନ୍ତା ଜୁନ 9 ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ଶପଥ ନେବେ । ପ୍ରଥମେ ମାଗଣା ବିଜୁଲି ବିଲ ଉପରେ ପ୍ରଥମ ଦସ୍ତଖତ କରିବେ । ପରେ ପରେ ରାଜ୍ୟର ସମସ୍ତ ପରିବାର ପାଇଁ ବିଜୁ ସ୍ୱାସ୍ଥ୍ୟ ଯୋଜନାରେ ସାମିଲ ସହିତ ଦୁଇ ଲକ୍ଷ ସରକାରୀ ନିଯୁକ୍ତି ଦିଆଯିବ । ମହିଳା ଏସଏଚଜି ଆଦି ବିଭିନ୍ନ ଉନ୍ନୟନ ଯୋଜନାରେ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ।"
ଏହି ଅବସରରେ ମଞ୍ଚରେ ଉପସ୍ଥିତ ଥିବା ଦଳୀୟ ସାଂସଦ ପ୍ରାର୍ଥୀ ଅବିନାଶ ସାମଲ ଓ ଦଳୀୟ ବିଧାୟକ ପ୍ରାର୍ଥୀ ଢେଙ୍କାନଲର ସୁଧୀର ସାମଲ, କାମାକ୍ଷାନଗରର ପ୍ରଫୁଲ୍ଲ ମଲ୍ଲିକ, ହିନ୍ଦୋଳର ମହେଶ ସାହୁ ଓ ପରଜଙ୍ଗର ନୃସିଂହ ସାହୁଙ୍କ ପାଇଁ ବିଧାୟକ ପ୍ରାର୍ଥୀମାନଙ୍କୁ ଯୋଡି ଶଙ୍ଖରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ନିବେଦନ କରିଛନ୍ତି ନବୀନ। "ଯୁବ ବର୍ଗ ପାଇଁ ୨ ଲକ୍ଷ ନିଯୁକ୍ତି, ସହରୀକରଣ, ପୁଞ୍ଜିନିବେଶ ଓ ଅର୍ଥନୈତିକ ବିକାଶ, ଶକ୍ତି ନିରାପତ୍ତା , ମହିଳା ଶକ୍ତି କରଣ, ସାମାଜିକ ନିରାପତ୍ତା, ଚାଷୀ, ଭାଷା ତଥା ଐତିହ୍ୟ ସଂସ୍କୃତି ଆଦି ବିକାଶରେ ରାଜ୍ୟ ଆଜି ରାଜ୍ୟର ସାଢ଼େ ଚାରି କୋଟି ଲୋକଙ୍କୁ ନୂଆ ଦିଶା ଯୋଗାଇଛି" ବୋଲି ଉପସ୍ଥିତ ଦଳୀୟ ପ୍ରାର୍ଥୀମାନେ ଉଦବୋଧନ ଦେଇଥିଲେ।
ଇଟିଭି ଭାରତ, ଢେଙ୍କାନାଳ