ETV Bharat / politics

ରାଜସ୍ଥାନରେ ଭୋଟ ମାଗିଲେ ରାହୁଲ, କହିଲେ ଗୋଟିଏ ଝଟକାରେ ଦେଶରୁ ଦୂର କରିଦେବେ ଗରିବି - Rahul Gandhi in Rajasthan - RAHUL GANDHI IN RAJASTHAN

Rahul Gandhi in Rajasthan: ରାଜସ୍ଥାନରେ ବିଜେପି ଉପରେ ବର୍ଷିଲେ ରାହୁଲ । କହିଲେ ଗୋଟିଏ ଝଟକାରେ ଦୂର କରିଦେବେ ଦେଶରୁ ଗରିବି । ଗରିବି ରେଖା ତଳେ ଥିବା ପରିବାରର ଜଣେ ମହିଳାଙ୍କୁ କଂଗ୍ରେସ ସରକାର ଦେବ ବାର୍ଷିକ ଲକ୍ଷେ ଟଙ୍କାର ସହାୟତା । ଅଧିକ ପଢନ୍ତୁ

Etv Bharatରାଜସ୍ଥାନରେ ପ୍ରଚାର କଲେ ରାହୁଲ
Etv Bharatରାଜସ୍ଥାନରେ ପ୍ରଚାର କଲେ ରାହୁଲ
author img

By ETV Bharat Odisha Team

Published : Apr 11, 2024, 10:05 PM IST

ଜୟପୁର: ଆଜି ରାଜସ୍ଥାନର ବିକାନେରରେ କଂଗ୍ରେସ ଷ୍ଟାର-ପ୍ରଚାରକ ରାହୁଲ ଗାନ୍ଧୀ ନିର୍ବାଚନ ପ୍ରଚାର କରି ଦଳ ପାଇଁ ଭୋଟ ମାଗିଛନ୍ତି । ଦଳର ନିର୍ବାଚନୀ ଇସ୍ତାହାର ପ୍ରତିଶ୍ରୁତି ଉପରେ ଆଲୋକପାତ କରି ରାହୁଲ କହିଛନ୍ତି, ଗୋଟିଏ ଝଟକାରେ ଦେଶରୁ ଗରିବି ଦୂର କରିଦେବେ । କଂଗ୍ରେସ କ୍ଷମତାକୁ ଆସିଲେ ଦାରିଦ୍ର୍ୟର ଶିକାର ହୋଇଥିବା ପରିବାରର ଜଣେ ମହିଳାଙ୍କ ଆକାଉଣ୍ଟକୁ ବାର୍ଷିକ ଲକ୍ଷେ ଟଙ୍କା ଟ୍ରାନ୍ସଫର କରାଯିବ । ପ୍ରତି ମାସ 8,500 ଟଙ୍କା ଲେଖାଏଁ ଗରିବି ରେଖା ତଳେ ଥିବା ପ୍ରତ୍ୟେକ ପରିବାର ମହିଳାଙ୍କ ଖାତାକୁ ଯିବ ବୋଲି ରାହୁଲ କହିଛନ୍ତି ।

ରାହୁଲ କହିଛନ୍ତି, କଂଗ୍ରେସ ସରକାର ଦେଶର ପ୍ରତ୍ୟେକ ଗରିବ ପରିବାରର ଜଣେ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ 1 ଲକ୍ଷ ଟଙ୍କା ଟ୍ରାନ୍ସଫର କରିବ । ଯଦି କେହି ପରିବାର ଦାରିଦ୍ର ସୀମାରେଖା ତଳେ ଅଛନ୍ତି ତେବେ ପ୍ରତିବର୍ଷ 1 ଲକ୍ଷ ଟଙ୍କା (ମାସକୁ 8,500 ଟଙ୍କା) ପାଇବେ । ଯାହା ସେମାନଙ୍କ ଉନ୍ନତିରେ ସହାୟକ ହେବେ । ରାଜସ୍ଥାନରେ ବିକାନେରରେ ଏକ ସମାବେଶକୁ ସମ୍ବୋଧିତ କରି ରାହୁଲ ଗାନ୍ଧୀ ଏହା କହିଛନ୍ତି । ବିଜେପିକୁ ଟାର୍ଗେଟ କରି ରାହୁଲ କହିଛନ୍ତି, କୃଷକମାନେ ସେମାନଙ୍କ ଫସଲ ପାଇଁ ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି) ମାଗୁଛନ୍ତି, ଯୁବକମାନେ ଚାକିରୀ ଚାହୁଁଛନ୍ତି ଏବଂ ମହିଳାମାନେ ମୁଦ୍ରାସ୍ଫୀତିରୁ ମୁକ୍ତି ଚାହୁଁଛନ୍ତି । କିନ୍ତୁ ଏହି ଦାବିକୁ କେହି ଶୁଣୁ ନାହାଁନ୍ତି । ଭାରତର 70 କୋଟି ଲୋକଙ୍କ ଅପେକ୍ଷା 22 ଜଣ ଅଧିକ ଧନୀ ଅଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ଗୋଟିଏ ଲୋକସଭା ଓ 9 ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କଲା BJD, ବାଲେଶ୍ବରରୁ ଲେଖାଶ୍ରୀ - BJD announces candidates

ରାହୁଲ ଆହୁରି ମଧ୍ୟ କହିଛନ୍ତି, ଚଳିତ ସାଧାରଣ ନିର୍ବାଚନ ପଛୁଆ, ଦଳିତ, ଆଦିବାସୀ ଏବଂ ଗରିବ ଲୋକଙ୍କର ନିର୍ବାଚନ ହେବାକୁ ଯାଉଛି । ବର୍ତ୍ତମାନ ଦେଶରେ ଦୁଇଟି ବଡ ପ୍ରସଙ୍ଗ ହେଉଛି ବେକାରୀ ଏବଂ ମୁଦ୍ରାସ୍ଫୀତି । ସେମାନେ (ବିଜେପି) ବେକାରୀ କିମ୍ବା ମୁଦ୍ରାସ୍ଫୀତି ବିଷୟରେ ଆଲୋଚନା କରନ୍ତି ନାହିଁ । ସେମାନଙ୍କର କାର୍ଯ୍ୟ ହେଉଛି ପ୍ରକୃତ ପ୍ରସଙ୍ଗକୁ ଲୋକଙ୍କ ନଜରରୁ ହଟାଇବା । ଆପଣ ଦିନକୁ 24 ଘଣ୍ଟା ଗଣମାଧ୍ୟମରେ ନରେନ୍ଦ୍ର ମୋଦିଙ୍କ ଚେହେରା ଦେଖିବାକୁ ପାଇବେ । ଗଣମାଧ୍ୟମର କାମ ହେଉଛି ଜନସାଧାରଣଙ୍କ ସ୍ୱର ଉତ୍ତୋଳନ କରିବା, କିନ୍ତୁ ସେମାନଙ୍କର କୋଟିପତି ମାଲିକମାନେ ସେମାନଙ୍କୁ ତାହା କରିବାକୁ ଦେବେ ନାହିଁ ବୋଲି ରାହୁଲ କହିଛନ୍ତି । ମୋଦୀ ସରକାରଙ୍କ ଗତ 5ବର୍ଷ କାର୍ଯ୍ୟକାଳରେ ଦୁର୍ନୀତି ବହୁ ମାତ୍ରାରେ ବୃଦ୍ଧି ପାଇଛି ବୋଲି ମଧ୍ୟ ସେ ଅଭିଯୋଗ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.