ETV Bharat / politics

ରେଡ୍ ପରେ ସମନ: ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ ଏବଂ ପୁଅ ପ୍ରୟାସକାନ୍ତିଙ୍କୁ ED ନୋଟିସ୍ - ପ୍ରୟାସକାନ୍ତି ସାମଲଙ୍କୁ ସମନ

ED Summons to BJD MLA Prafulla Samal And his Son: ବଢ଼ିଲା ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଅଡୁଆ । ପ୍ରଫୁଲ୍ଲ ଓ ତାଙ୍କ ପୁଅ ପ୍ରୟାସକାନ୍ତିଙ୍କୁ ସମନ ଜାରି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅଧିକ ପଢନ୍ତୁ,

ED Summons To Prafulla And Son
ED Summons To Prafulla And Son
author img

By ETV Bharat Odisha Team

Published : Feb 17, 2024, 2:08 PM IST

Updated : Feb 17, 2024, 2:28 PM IST

ଭୁବନେଶ୍ବର: ଭଦ୍ରକ ବରପଦା ଇଂଜିନିୟରିଂ କଲେଜ ଜମି ଓ ଟଙ୍କା ଜାଲିଆତି ଘଟଣାରେ ଖୋଲତାଡ଼ । ବଢିଲା ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଅଡୁଆ । ପ୍ରଫୁଲ୍ଲ ଓ ତାଙ୍କ ପୁଅ ପ୍ରୟାସକାନ୍ତିଙ୍କୁ ସମନ ଜାରି କରିଛି ଇଡି । ୧୫ ଦିନ ମଧ୍ୟରେ ନିଜର ପକ୍ଷ ରଖିବାକୁ ସମନ ଦିଆଯାଇଥିବା ନେଇ ସୂଚନା ମିଳିଛି । ବରପଦା ଜମି ଓ ଟଙ୍କା ଜାଲିଆତି ସମ୍ପର୍କରେ କ'ଣ ତଥ୍ୟ ରହିଛି ସେନେଇ ନିଜର ପକ୍ଷ ରଖିବେ ବାପ ପୁଅ । ଏଥିସହ ଇଡି ରେଡ୍ ସମୟରେ ମିଳିଥିବା ଆର୍ଥିକ କାରବାର ଓ ସମ୍ପତ୍ତିର ହିସାବ ନିକାଶ ହେବ । ସେସବୁ ସମ୍ପତ୍ତିର ଉତ୍ସ କ'ଣ ଥିଲା ସେନେଇ ମଧ୍ୟ ତଥ୍ୟ ରଖିବେ। ଏଥିସହ ଘରୁ ଜବତ ହୋଇଥିବା ୪୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟର ଗାଡି ସମ୍ପର୍କରେ ମଧ୍ୟ ପକ୍ଷ ରଖିବେ ।

ଏଭଳି ଭାବେ ରେଡ୍ ସମୟରେ ଯେଉଁ ସମ୍ପତ୍ତିର ତାଲିକା ଇଡି ପାଇଛି ସେନେଇ ପ୍ରଫୁଲ୍ଲ ସାମଲ ଏବଂ ତାଙ୍କ ପୁଅ ପ୍ରୟାସକାନ୍ତି ସନ୍ତୋଷଜନକ ଉତ୍ତର ରଖିପାରୁଛନ୍ତି କି ନାହିଁ ତା ଉପରେ ସମସ୍ତଙ୍କ ନଜର ରହିଛି । ପୁଅ ପ୍ରୟାସକାନ୍ତି ସାମଲ ଓରଫ ଲୁଲୁଙ୍କୁ ମଧ୍ୟ ନୋଟିସ ହୋଇଛି । ବାପାଙ୍କ ସହ ପୁଅ ମଧ୍ୟ ନିଜର ଆର୍ଥିକ କାରବାର ନେଇ ତଥ୍ୟ ରଖିବେ । ଏହାସହ ବ୍ୟାବସାୟିକ କାରବାର, ଆକାଉଣ୍ଟରେ ଟଙ୍କା ନେଣ ଦେଣ , ରାଜନୈତିକ ଉଦ୍ଦେଶ୍ୟରେ ହୋଇଥିବା ଟଙ୍କା କାରବାର ସହ ଘର, ଗାଡି଼ ଓ ବ୍ୟାଙ୍କ ବାଲାନ୍ସଠାରୁ ଆରମ୍ଭ କରି ଫିକ୍ସ ଡିପୋଜିଟ ସମେତ, ସବୁ କିଛି ତଥ୍ୟ ଟିକିନିକ୍ ସେମାନେ ପାଖରେ ରଖିବେ। ଏନେଇ ୧୫ଦିନ ସମୟ ଦିଆଯାଇଛି।

ଏହା ବି ପଢନ୍ତୁ...ବିଜେଡି ବିଧାୟକଙ୍କ ଘରୁ ଦାମି କାର ସିଜ୍, ED ସ୍କାନରରେ ପ୍ରଫୁଲ୍ଲ ସାମଲଙ୍କ ଆର୍ଥିକ ଲିଙ୍କ

ବିଧାୟକ ପ୍ରଫୁଲ୍ଲ ସାମଲ ଏବଂ ତାଙ୍କ ପୁଅ ପ୍ରୟାସକାନ୍ତିଙ୍କୁ ସମନ ପରେ ରାଜନୈତିକ ମହଲରେ ଏବେ ଝଡ଼ ସୃଷ୍ଟି ହୋଇଛି । ପୂର୍ବରୁ ହୋଇଥିବା ରେ୍ଡ ନେଇ ପ୍ରଫୁଲ୍ଲ ସାମଲ ମୁହଁ ଖୋଲିଥିଲେ । ରାଜନୈତିକ ଷଡଯନ୍ତ୍ର ରଖି ଏଭଳି ଚଢାଉ କରାଯାଇଥିବା ନେଇ ପ୍ରଫୁଲ୍ଲ ସାମଲ ପ୍ରତିକ୍ରିୟା ରଖିଥିଲେ । ଇଡିର ସମନ ପରେ ପ୍ରଫୁଲ୍ଲଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ହେଲେ ପୁଅଙ୍କୁ ମଧ୍ୟ ସମନ ହେବା ଏବେ ରାଜନୈତିକ ମାହୋଲକୁ ସରଗରମ କରୁଛି । କାରଣ ଏଥର ବାପା ବଦଳରେ ପୁଅ ବିଧାୟକ ପ୍ରାର୍ଥୀ ହେବା ନେଇ ପ୍ରୟାସ ଚଳାଇଥିବା ଚର୍ଚ୍ଚା ହେଉଥିଲା । ନିର୍ବାଚନ ପୂର୍ବରୁ ପୁଅଙ୍କ ନାଁରେ କେନ୍ଦ୍ରୀୟ ସଂସ୍ଥାର ନୋଟିସ ଅଡୁଆ ସୃଷ୍ଟି କରିଛି। ରାଜନୈତିକ କାରିୟର ଆରମ୍ଭ ପୂର୍ବରୁ ପୁଅ ପାଇଁ ଇଡିର ତନାଘନା ଅଡୁଆ ହୋଇପାରେ ବୋଲି ମତ ପ୍ରକାଶ ପାଇଛି।

ସୂଚନା ଯୋଗ୍ୟ, ଗତ ୧୫ ତାରିଖରେ ଇଡି ପକ୍ଷରୁ ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଭଦ୍ରକ ବାସଭବନ ଏବଂ ଭୁବନେଶ୍ବର ସମେତ ୧୦ଟି ସ୍ଥାନରେ ଚଢ଼ାଉ କରାଯାଇଥିଲା । ଏହା ସହ ବିଧାୟୟ ପ୍ରଫୁଲ୍ଲ ସାମଲଙ୍କୁ ପଚରା କରିଥିଲେ ଇଡି ଅଧିକାରୀ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 17, 2024, 2:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.