ETV Bharat / politics

ତୁଟୁନି ଆନ୍ଧ୍ର ମୋହ, ଉଭୟ ଆନ୍ଧ୍ର-ଓଡିଶାରେ ଭୋଟ ଦେଲେ କୋଟିଆବାସୀ - KOTIA VOTERS CAST VOTES

author img

By ETV Bharat Odisha Team

Published : May 13, 2024, 6:21 PM IST

Kotia Voters Casts Votes in AP & Odisha: ସାଧାରଣ ନିର୍ବାଚନରେ ବିବାଦୀୟ କୋଟିଆ ଅଞ୍ଚଳର ଭୋଟର ମାନେ ନିଜର ମତଦାନ କରିଛନ୍ତି । ଉଭୟ ଓଡିଶା ଓ ଆନ୍ଧ୍ର ପ୍ରଦେଶରେ ବିନା ଭୋଟିଂ କାଳିରେ ଭୋଟ ଦେଇଛନ୍ତି କୋଟିଆ ଭୋଟର । ଅଧିକ ପଢନ୍ତୁ

Disputed Kotia Villagers Cast their Votes
Disputed Kotia Villagers Cast their Votes (ETV Bharat Odisha)

କୋରାପୁଟ: ଦେଶରେ ଚତୁର୍ଥ ପର୍ଯ୍ୟାୟ ତଥା ରାଜ୍ୟରେ ଚାଲିଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ଏହି କ୍ରମରେ ଆଜି ବିବାଦୀୟ କୋଟିଆ ଅଞ୍ଚଳର ଅଧିବାସୀ ମାନେ ଓଡିଶା ଓ ଆନ୍ଧ୍ର ପ୍ରଦେଶରେ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି । ତେବେ ସାଧାରଣ ନିର୍ବାଚନରେ ଉଭୟ ରାଜ୍ୟରେ ଭୋଟ ଦେଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି କୋଟିଆବାସୀ । କୋଟିଆ ପଞ୍ଚାୟତରେ ଓଡିଶା ତରଫରୁ କୋଟିଆ, ତଳ ଗଞ୍ଜେଇପଦର ଭଳି 9ଟି ଗ୍ରାମରେ ମତଦାନ କେନ୍ଦ୍ର ସ୍ଥାପିତ କରାଯାଇଥିବା ବେଳେ ଆନ୍ଧ୍ରପ୍ରଦେଶ ତରଫରୁ ବିଵାଦୀୟ 21ଟି ଗ୍ରାମବାସୀଙ୍କ ପାଇଁ ଓଡିଶା-ଆନ୍ଧ୍ର ସୀମାରେ ଥିବା ନେରେଡିବାଲାସା ଓ ଆନ୍ଧ୍ରପ୍ରଦେଶର ସିକାପାରୁ ଠାରେ ମତଦାନ କେନ୍ଦ୍ର ସ୍ଥାପନା କରାଯାଇଛି ।

କୋଟିଆ ପଞ୍ଚାୟତରେ ଭୋଟ ଦେବା ସମୟରେ ଓଡ଼ିଶାର ପୋଲିଂ ଅଧିକାରୀ ମତଦାତାଙ୍କ ଆଙ୍ଗୁଠିରେ ଭୋଟ ଦେଇଥିବାର ସନ୍ତକ ଭାବେ ନୀଳ ରଙ୍ଗର କାଳି ଲଗାଉନଥିବା ଯୋଗୁଁ ବିଭିନ୍ନ ଗ୍ରାମର ଭୋଟର ପ୍ରଥମେ ଓଡ଼ିଶାର ମତଦାନ କେନ୍ଦ୍ରରେ ଭୋଟ ଦେବା ପରେ ନେରେଡିବାଲାସା ଓ ସିକାପାରୁ ଠାରେ ଆନ୍ଧ୍ର ସରକାରଙ୍କ ଦ୍ବାରା ସ୍ଥାପିତ ମତଦାନ କେନ୍ଦ୍ରରେ ନିର୍ବିଘ୍ନରେ ଭୋଟ ଦେଉଥିବା ପୂର୍ବତନ ସାଂସଦ ଜୟରାମ ପାଙ୍ଗି ଅଭିଯୋଗ କରିଛନ୍ତି । ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଏକାସଙ୍ଗେ ଦୁଇଟି ସ୍ଥାନରେ ଭୋଟ ଦେବାର ଅଧିକାର ନଥିବା ବେଳେ କୋଟିଆରେ ଏପରି ବ୍ୟବସ୍ଥା ଗଣତନ୍ତ୍ର ପାଇଁ ବିପଦପୂର୍ଣ୍ଣ ବୋଲି ଜୟରାମ ମତ ରଖିଛନ୍ତି । ଏହା ଫଳରେ ସୁପ୍ରିମକୋର୍ଟରେ ଉଭୟ ରାଜ୍ୟ ମଧ୍ୟରେ ଚାଲିଥିବା ବିବାଦରେ ଆନ୍ଧ୍ରର ପକ୍ଷ ଆହୁରି ମଜବୁତ ହେବ ବୋଲି କହି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ଜୟରାମ ।

ଏହା ମଧ୍ୟ ପଢନ୍ତୁ ... ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ; ମତଦାନ ଜାରି, ଅପରାହ୍ନ 3ଟା ସୁଦ୍ଧା 52.91% ମତଦାନ - ODISHA ELECTION 2024 FIRST PHASE

କୋଟିଆ ଅଞ୍ଚଳକୁ ନେଇ ଓଡିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ସୀମା ବିବାଦ ଚାଲିଥିବା ଯୋଗୁଁ ଏଠାକାର ଭୋଟର ଦୁଇ ରାଜ୍ୟରୁ ସୁବିଧା ପାଉଛନ୍ତି । ତେଣୁ ଭୋଟରମାନେ ଉଭୟ ରାଜ୍ୟର ନିର୍ବାଚନରେ ଭୋଟ ଦେବାର ସୁବିଧା ସୁଯୋଗ ପାଇବା ପାଇଁ ଦାବି କରି ଆସୁଥିଲେ ବୋଲି କୋଟିଆ ସରପଞ୍ଚ ଲିଉ ଗେମେଲ ଜଣାଇଛନ୍ତି । ସେମାନଙ୍କ ଦାବିକୁ ମାନି ଜିଲ୍ଲା ପ୍ରଶାସନ ତଥା ବ୍ଲକ ପ୍ରଶାସନ ଓଡ଼ିଶାର ମତଦାନ କେନ୍ଦ୍ରରେ ମତଦାତାଙ୍କ ଆଙ୍ଗୁଠିରେ ଭୋଟକାଳି ନ ଲଗାଇବା ପାଇଁ ରାଜି ହୋଇଥିବା ଜଣାଇଛନ୍ତି । ତେଣୁ କୋଟିଆରେ ଭୋଟର ଦୁଇ ରାଜ୍ୟର ନିର୍ବାଚନରେ ଭାଗ ନେଇ ଦୁଇ ରାଜ୍ୟରୁ ମିଳୁଥିବା ସୁବିଧା ସୁଯୋଗର ମର୍ଯ୍ୟାଦା ରକ୍ଷା କରିଛନ୍ତି ବୋଲି ଗେମେଲ ମତ ରଖିଛନ୍ତି ।

ଓଡ଼ିଶାର କୋଟିଆ ପଞ୍ଚାୟତ ମଧ୍ୟରେ ଆନ୍ଧ୍ରପ୍ରଦେଶର ତଳ ଗଞ୍ଜେଇପଦର ପଞ୍ଚାୟତର ପୂର୍ବତନ ସରପଞ୍ଚ ବିଶୁ ଗେମେଲ ମଧ୍ୟ ଏହା ଦୁଇ ପଡୋଶୀ ଭାବେ ଥିବା ଓଡ଼ିଶାର କୋରାପୁଟ ଓ ଆନ୍ଧ୍ରର ମାନ୍ୟମ ଜିଲ୍ଲା ପ୍ରଶାସନଙ୍କ ମଧ୍ୟରେ ହୋଇଥିବା ବୁଝାମଣାର ଫଳ ବୋଲି ମତ ରଖିଛନ୍ତି । ଏହି ପ୍ରକାରର ଏକ ବୁଝାମଣା ପରିବେଶ ଯୋଗୁଁ ବିଗତ ଦିନ ଅପେକ୍ଷା ଚଳିତ ନିର୍ବାଚନରେ ଉଭୟ ଓଡିଶା ଓ ଆନ୍ଧ୍ରପ୍ରଦେଶରେ ମତଦାନର ପ୍ରତିଶତ ବୃଦ୍ଧି ପାଇଥିବା ସ୍ଥାନୀୟ ସ୍ବେଚ୍ଛାସେବୀ ରଞ୍ଜିତ ପାଙ୍ଗି ଜଣାଇଛନ୍ତି । ତେବେ ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହୋଇଥିବା କୋଟିଆ ନିର୍ବାଚନ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଲୋକଙ୍କ ଦାବିରେ ନିୟମ ପରିବର୍ତ୍ତନ କେତେ ଦୂର ଗ୍ରହଣୀୟ, ତାହା ଏକ ବିରାଟ ପ୍ରଶ୍ନ ଉତ୍ଥାପନ କରିଛି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.