ETV Bharat / politics

ପରାଜୟ ପରେ ପିସିସି ସଭାପତିଙ୍କୁ ନେଇ ବଢୁଛି ଅସନ୍ତୋଷ, ଇସ୍ତଫା ସମ୍ପର୍କରେ ଏମିତି କହିଲେ ପଞ୍ଚାନନ - Odisha congress dispute

author img

By ETV Bharat Odisha Team

Published : Jun 29, 2024, 8:10 AM IST

Dispute in Odisha congress: ପରାଜୟ ପରେ କଂଗ୍ରେସରେ ବଢୁଛି କନ୍ଦଳ । ଶରତ ପିସିସି ସଭାପତି ପଦ ବଜାୟ ରଖିବା ଉପରେ ଏକାଧିକ ନେତାଙ୍କ ବିରୋଧ । ଆସନ୍ତା ମାସ ଓଡ଼ିଶା ଆସୁଛନ୍ତି କେନ୍ଦ୍ରୀୟ ନେତା । ଅଧିକ ପଢନ୍ତୁ

ପରାଜୟ ପରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ନେଇ ବଢୁଛି ଅସନ୍ତୋଷ
ପରାଜୟ ପରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ନେଇ ବଢୁଛି ଅସନ୍ତୋଷ (ETV Bharat Odisha)

ଭୁବନେଶ୍ବର: ନିର୍ବାଚନରେ ପରାଜୟ ପରେ ରାଜ୍ୟ କଂଗ୍ରେସରେ ବଢିବାରେ ଲାଗିଛି କନ୍ଦଳ । ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ନେଇ ଦଳ ଭିତରେ ବଢୁଛି ଚାପା ଅସନ୍ତୋଷ । ଶରତ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ଏକାଧିକ ନେତା ପରୋକ୍ଷରେ ମତ ରଖିଛନ୍ତି । ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଓ ଦଳରେ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଥିବା ମାନସ ଚୌଧୁରୀ ପ୍ରମୁଖ ଶରତଙ୍କ ପଦ ବଜାୟ ରଖିବା ନେଇ ପରୋକ୍ଷରେ ପ୍ରଶ୍ନ ଉଠାଇଛନ୍ତି ।

ଦଳ ପରାଜିତ ହେବା ପରେ ସେ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେଇଥିଲେ କହି ନିକଟରେ ଶରତଙ୍କ ଆଡକୁ ତେରେଛା ବାଣ ମାରିଥିଲେ ଜୟଦେବ । ଅନ୍ୟପଟେ ରାଜ୍ୟ କଂଗ୍ରେସ ମହିଳା ମୋର୍ଚ୍ଚାର ପୂର୍ବତନ ସାଧାରଣ ସମ୍ପାଦିକା ଶ୍ରୀୟାସ୍ମିତା ପଣ୍ଡା କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଜାରି ରଖିଛନ୍ତି । ଏହାରି ମଧ୍ୟରେ ବରିଷ୍ଠ ନେତା ପଞ୍ଚାନନ କାନନୁଗୋ କହିଛନ୍ତି, ଇସ୍ତଫା ଦେବା ପିସିପି ସଭାପତିଙ୍କ ଇଚ୍ଛାଧୀନ ବ୍ୟାପାର । ସେ ଚାହିଁଲେ ଦେଇପାରନ୍ତି । ହେଲେ ସେ ଇସ୍ତଫା ଦେଇଥିବା ନେଇ ତାଙ୍କ ନିକଟରେ କୌଣସି ସୂଚନା ନାହିଁ ।

ପଞ୍ଚାନନ କହିଛନ୍ତି, ‘‘ମୁଁ ଜାଣିନି ସେ (ଶରତ) ଇସ୍ତଫା ଦେଇଛନ୍ତି କି ନାହିଁ । ପିସିସି ସଭାପତି ପଦରୁ ଇସ୍ତଫା ଦେବା ତାଙ୍କ ଇଚ୍ଛାଧୀନ ବ୍ୟାପାର । ହେଲେ ଓଡ଼ିଶାରେ କଂଗ୍ରେସକୁ ଅଧିକ ସୁଦୃଢ କରିବାକୁ ହେଲେ ସଂଗଠନକୁ ସଜାଡ଼ିବାକୁ ପଡିବ । ଦଳ ଆଖିଦୃଶିଆ ପ୍ରଦର୍ଶନ କରି ପାରିନାହିଁ । ସେଥିପାଇଁ ସମସ୍ତେ ଦାୟୀ । ଖାଲି ପିସିସି ସଭାପତି ଶରତ ପଟ୍ଟନାୟକ ନୁହନ୍ତି, ବରଂ ଆମେ ସମସ୍ତେ ଦାୟୀ । ଦଳ ଭିତରେ ସମନ୍ୱୟର ଅଭାବ ରହିଲା, ନିର୍ବାଚନ ଅର୍ଥ ବାଧକ ସାଜିଲା । ସେଥିପାଇଁ ପ୍ରାର୍ଥୀମାନେ ବିଫଳ ହେଲେ ।’’

ଗତକାଲି (ଶୁକ୍ରବାର) ପିସିସି ସଭାପତି ନିଜ ଗାଁ ସଇଁତଳାରୁ ଏକ ଭିଡ଼ିଓ ଜାରି କରି ଦଳ ପୂର୍ବାପେକ୍ଷା ଭଲ ପ୍ରଦର୍ଶନ କରିଛି କହିଲେ । ଦଳ ପକ୍ଷରୁ ନିର୍ବାଚନୀ ପାଣ୍ଠି ଆସିଲା ନାହିଁ ଫଳରେ ଦଳୀୟ ପ୍ରାର୍ଥୀମାନେ ନିଜ ସକ୍ଷମରେ ଲଢ଼ିଥିବାରୁ ଧନ୍ୟବାଦ ଦେଲେ ଶରତ । ହେଲେ ଶରତଙ୍କୁ ବିରୋଧ କରି ଦିଲ୍ଲୀରେ କିଛି ନବନିର୍ବାଚିତ ବିଧାୟକମାନେ ସାଂସଦ ସପ୍ତଗିରି ଉଲକାଙ୍କ ନେତୃତ୍ୱରେ ରାହୁଲ ଗାନ୍ଧୀଙ୍କୁ ଭେଟି ଦଳୀୟ ସ୍ଥିତି ବିଷୟରେ ଅବଗତ କରିଛନ୍ତି ବୋଲି ଚର୍ଚ୍ଚା ହେଉଛି । ଦଳର ବିପର୍ଯ୍ୟୟ ବିଷୟରେ ମଧ୍ୟ ଆଲୋଚନା ହୋଇଛି । ‘ଏଆଇସିସି’ ଦ୍ୱାରା ନିଯୁକ୍ତ ଦୁଇଜଣିଆ ଟିମ୍‌ ଆସି ନିର୍ବାଚନ ସ୍ଥିତି ଅନୁସନ୍ଧାନ କରି ରିପୋର୍ଟ ଦେବା ପରେ ଦଳ କିଛି ନିଷ୍ପତ୍ତି ନେବ ବୋଲି ଚର୍ଚ୍ଚା ହେଉଛି ।

ଏହା ମଧ୍ୟ ପଢନ୍ତୁ:- ମନୋଜ ଆହୁଜା ମୁଖ୍ୟ ଶାସନ ସଚିବ: ରଥଯାତ୍ରାଠୁ ବଜେଟ, ସାମ୍ନା କରିବେ ଏସବୁ ଚ୍ୟାଲେଞ୍ଜ - Manoj Ahuja New Chief Secretary

କଂଗ୍ରେସ ଦଳ ଭିତରେ ନିର୍ବାଚନୀ ପାଣ୍ଠି ପରିଚାଳନାରେ ଅନିୟମିତତା ନେଇ ଦଳ ଭିତରେ କାଦୁଅ ଫିଙ୍ଗା ଜାରି ରହିଛି । କିଛି ନେତା ପିସିସି ସଭାପତି ଏବଂ ପ୍ରଭାରୀଙ୍କ ଉପରକୁ ଆଙ୍ଗୁଳି ଉଠାଇବା ପରେ କଂଗ୍ରେସରେ ପିସିସି ସଭାପତିଙ୍କ ଇସ୍ତଫା ଦାବି ଜୋର ଧରିଛି । ଟିକଟ ଆବଣ୍ଟନରେ ପକ୍ଷପାତିତା, ନିର୍ବାଚନୀ ପାଣ୍ଠି ହଡପ, ବିରୋଧୀ ଦଳ ପାଖରେ ସମର୍ପଣ ନୀତି ପାଇଁ କଂଗ୍ରେସ ଶୋଚନୀୟ ପରାଜୟର ସାମ୍ନା କଲା ବୋଲି ଦଳ ଭିତରୁ ଶୁଣିବାକୁ ମିଳୁଛି । ଆସନ୍ତାମାସ (ଜୁଲାଇ) ପ୍ରଥମ ସପ୍ତାହରେ ‘ଏଆଇସିସି’ ସାଧାରଣ ସମ୍ପାଦକ ଅଜୟ ମାକେନ ଏବଂ ତାରିକ ଅନବର ଓଡ଼ିଶା ଆସି କର୍ମୀଙ୍କ ସହ ଆଲୋଚନା କରି ରିପୋର୍ଟ ଦେବା ପରେ ପିସିସି ସଭାପତି ପରିବର୍ତ୍ତନ ନିଷ୍ପତ୍ତି ହୋଇପାରେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.