ETV Bharat / politics

ମୋହନଙ୍କୁ ପ୍ରତିଶ୍ରୁତି ଦେଇଥିଲେ ନବୀନ : ଶପଥ ସମାରୋହରେ ହେଲେ ସାମିଲ - Mohan Majhi met Naveen - MOHAN MAJHI MET NAVEEN

Mohan Majhi met Naveen, invited him: ନବୀନ ନିବାସରେ ନବୀନଙ୍କୁ ଭେଟିଲେ ମୋହନ ମାଝୀ । ଶପଥ ସମାରୋହକୁ କରିଥିଲେ ନିମନ୍ତ୍ରଣ । ନବୀନ ସହମତି ଦେବା ସହ ଶପଥ ସମାରୋହରେ ହୋଇଥିଲେ ସାମିଲ । ଗତକାଲି ମଧ୍ୟ ନିମନ୍ତ୍ରଣ କରିଥିଲା ବିଜେପି ଟିମ୍‌ । ଅଧିକ ପଢନ୍ତୁ

Mohan Majhi met Naveen
Mohan Majhi met Naveen (ETV Bharat Odisha)
author img

By ETV Bharat Odisha Team

Published : Jun 12, 2024, 2:01 PM IST

Updated : Jun 12, 2024, 7:06 PM IST

ଭୁବନେଶ୍ବର: ରାଜ୍ୟରେ ଆରମ୍ଭ ହୋଇଛି ବିଜେପି ଶାସନ । ଶପଥ ନେବା ପୂର୍ବରୁ ନବୀନ ନିବାସରେ ପହଞ୍ଚି ବିଦାୟୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଗତକାଲି ବିଜେପି ସଭାପତି ମନମୋହନ ସାମଲଙ୍କ ନେତୃତ୍ବରେ ବରିଷ୍ଠ ନେତାଙ୍କ ଏକ ଟିମ୍‌ ନବୀନଙ୍କୁ ଭେଟି ଶପଥ ଗ୍ରହଣ ସମାରୋହରେ ସାମିଲ ହେବା ପାଇଁ ନିମନ୍ତ୍ରଣ କରିଥିବାବେଳେ ଆଜି ମୋହନ ମାଝୀ ନିଜେ ନବୀନଙ୍କୁ ଭେଟିଥିଲେ । ନବୀନଙ୍କ ଆଶୀର୍ବାଦ ଚାହିଁବା ସହ ଶପଥ ସମାରୋହରେ ସାମିଲ ହେବା ପାଇଁ ସେ ନିମନ୍ତ୍ରଣ କରିଥିଲେ । ନବୀନ ମଧ୍ୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ସହମତି ପ୍ରକାଶ କରିଥିଲେ ଏବଂ ସାମିଲ ମଧ୍ୟ ହୋଇଥିଲେ ।

Mohan Majhi met Naveen (ETV Bharat Odisha)

ନବୀନ ନିବାସକୁ ମୋହନଙ୍କ ସହ ବିଜେପି ନେତା ଗୋଲକ ମହାପାତ୍ର ମଧ୍ୟ ଯାଇଥିଲେ । ପ୍ରାୟ 15 ମିନିଟ୍‌ ଧରି ନବୀନ ନିବାସରେ ନବୀନ-ମୋନହନ ବାର୍ତ୍ତାଳାପ ହୋଇଥିଲା । ସେଠାରୁ ଫେରିବା ପରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ମୋହନ କହିଛନ୍ତି ଯେ, ଶପଥ ପାଠ କାର୍ଯ୍ୟକ୍ରମରେ ସାମିଲ ହେବା ସହ ନୂଆ ସରକାରକୁ ଆଶୀର୍ବାଦ କରିବା ପାଇଁ ସେ ନବୀନଙ୍କୁ ଅନୁରୋଧ କରିଥିଲେ । କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ନବୀନ ପ୍ରତିଶ୍ରୁତି ଦେଇଥିଲେ । ସେହିପରି ନୂଆ ସରକାରଙ୍କ ପ୍ରତି ନବୀନଙ୍କର ଆଶୀର୍ବାଦ ରହିବ ବୋଲି ମଧ୍ୟ ମୋହନ ଆଶା ବ୍ୟକ୍ତ କରିଛନ୍ତି । ସମସ୍ତ ବିରୋଧୀ ଦଳକୁ ସାଙ୍ଗରେ ନେଇ ରାଜ୍ୟର ବିକାଶ କାର୍ଯ୍ୟରେ ନିୟୋଜିତ ହେବେ ବୋଲି କହିଛନ୍ତି ମୋହନ ।

ଏହା ମଧ୍ୟ ପଢନ୍ତୁ:- ମୋହନ ମାଝୀ ନୂଆ ମୁଖ୍ୟମନ୍ତ୍ରୀ; ସରପଞ୍ଚରୁ ରାଜ୍ୟ ମୁଖିଆ; କେମିତି ଥିଲା ଯାତ୍ରା - New CM OF Odisha

ଆଜି ରାଜ୍ୟରେ ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି ବିଜେପି ଶାସନ । ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନେ ଶପଥ ଗ୍ରହଣ କରିଛନ୍ତି । ଜନତା ମୈଦାନରେ ଆୟୋଜିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ଭାବେ କେ.ଭି ସିଂହଦେଓ ଏବଂ ପ୍ରଭାତୀ ପରିଡାଙ୍କ ସମେତ ଅନ୍ୟ ମନ୍ତ୍ରୀମାନେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଏହାପରେ ସଂଧ୍ୟାରେ ଲୋକସଭା ଭବନରେ ବସିବ ମୋହନ ସରକାର ପ୍ରଥମ କ୍ୟାବିନଟ ବୈଠକ ଡାକିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jun 12, 2024, 7:06 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.