ETV Bharat / politics

ଭାଙ୍ଗିଲା ପ୍ରଣବଙ୍କ ସରକାରୀ ବାସଭବନ; କ୍ୱାର୍ଟର ଯେମିତି ଥିଲା ସେମିତି ଫେରାଇବି କହିଲେ ବବି, ବିଜେପି କହିଲା ଚାଲିଥିଲା ଖଟିଆ ସେବା - Demolition Of Govt Quarters

author img

By ETV Bharat Odisha Team

Published : Jun 25, 2024, 9:16 PM IST

Demolition Of Pranab Prakash Das Govt Quarters: ପ୍ରଣବ ପ୍ରକାଶ ଦାସଙ୍କ ସରକାରୀ କ୍ବାର୍ଟର୍ସ ପରିସରରେ ଥିବା ଅଟ୍ଟାଳିକା ଭାଙ୍ଗିବା ନେଇ ପ୍ରତିକ୍ରିୟା ରଥିଲେ ପ୍ରଣବ । ସେପଟେ ପ୍ରଣବଙ୍କ ପ୍ରତିକ୍ରିୟା ପରେ ଏଭଳି କହିଲା ବିଜେପି । ଅଧିକ ପଢ଼ନ୍ତୁ

Etv Bharat
Etv Bharat (Etv Bharat)

ଭୁବନେଶ୍ବର: ବିଜେଡି ନେତା ପ୍ରଣବ ପ୍ରକାଶ ଦାସଙ୍କ ସରକାରୀ କ୍ବାର୍ଟର୍ସ ପଛରେ ଥିବା ଆଲିସାନ ବଙ୍ଗଳା ଭଙ୍ଗାଯିବା ଘଟଣା ଏବେ ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଏହି ସରକାରୀ ବଙ୍ଗଳା କାହିଁକି ଭଙ୍ଗା ଯାଉଛି ? କିଏ ଏହାକୁ ଭାଙ୍ଗୁଛି ? ଏଠାରେ କ'ଣ ଚାଲିଥିଲା ? ଏଭଳି ଅନେକ ପ୍ରଶ୍ନ ଉଠୁଥିବା ବେଳେ ଏନେଇ ପ୍ରତିକ୍ରିୟା ରଖିଥିଲେ ପ୍ରଣବ । ସେପଟେ ପ୍ରଣବଙ୍କ ପ୍ରତିକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି ।

Demolition Of Pranab Prakash Das Govt Quarters (ETV Bharat Odisha)

ତେବେ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ (ବବି ଦାସ)ଙ୍କ ଭୁବନେଶ୍ବର ୟୁନିଟ 6 ସ୍ଥିତ ସରକାରୀ କ୍ବାର୍ଟର୍ସ ପରିସରରେ ନିର୍ମିତ ଅଟ୍ଟଳିକାକୁ ଭଙ୍ଗା ଯାଉଥିଲା । ୨୦ରୁ ଅଧିକ ଶ୍ରମିକ ମେସିନ ସାହଯ୍ୟରେ ଏହି ବଙ୍ଗଳା ଭାଙ୍ଗୁଥିବା ଜଣାପଡ଼ିବା ପରେ ଖବର ଚର୍ଚ୍ଚାକୁ ଆସିଥିଲା । ତେବେ ସରକାରୀ କ୍ବାର୍ଟର୍ସକୁ କାହିଁକି ଭଙ୍ଗା ଯାଉଛି ଏନେଇ ଅନେକ ପ୍ରଶ୍ନ ଉଠିଥିଲା । ଗଣମାଧ୍ୟମରେ ଏନେଇ ଖବର ପ୍ରସାରଣ ହେବା ପରେ ପ୍ରତିକ୍ରିୟା ରଖିଥିଲେ ଖୋଦ ପ୍ରଣବ ପ୍ରକାଶ ଦାସ । ପ୍ରଣବ କହିଥିଲେ ଯେ, ନିୟମ ଅନୁସାରେ, କ୍ବାର୍ଟର୍ସ ଯେମିତି ନିଆଯାଇଥାଏ ସେମିତି ଫେରାଯାଏ । GA ବିଭାଗକୁ ସମୟ ଅନୁସାରେ କ୍ବାର୍ଟର୍ସ ଫେରାଇବି । ଏବେ କ୍ବାର୍ଟର୍ସ ପୋଜେସନରେ ଅଛି । କ୍ବାର୍ଟର୍ସକୁ ଅନେକ ଲୋକ ରାଜନୈତିକ ବୈଠକ ପାଇଁ ଆସିଥାନ୍ତି । ଲୋକଙ୍କ ଅଭିଯୋଗ ଶୁଣିବା ପାଇଁ ସେଠାରେ କିଛି ବ୍ୟବସ୍ଥା କରାଯାଇଥିଲା । କିନ୍ତୁ କିଛି ଗଣମାଧ୍ୟମରେ ବିଭ୍ରାନ୍ତିକର ତଥ୍ୟ ଦେଉଛନ୍ତି ।

ସେପଟେ ପ୍ରଣବଙ୍କ ପ୍ରତିକ୍ରିୟା ପରେ ବିଜେପି କହିଛି ଯେ, ପ୍ରଣବ ପ୍ରକାଶ ଦାସଙ୍କ ସରକାରୀ କ୍ବାର୍ଟର୍ସ ଭିତରୁ ଯେଉଁ ସବୁ ଚିତ୍ର ଆସୁଛି ଏହା ଯେତିକି ଚିନ୍ତାଜନକ ନୁହେଁ ତା'ଠାରୁ ଅଧିକ ଦୁଃଖଦାୟକ । ଗୋଟିଏ ସରକାରୀ ବାସଭବନ ମଧ୍ୟରେ ଏଭଳି ଆଲିସାନ ବଙ୍ଗଳା, ସୁଇମିଂ ପୁଲ ଓ ଅଣ୍ଡର ଗ୍ରାଉଣ୍ଡ ଘରେ କ'ଣ ହେଉଥିଲା । ଏବେ ସରକାର ବଦଳିବା ପରେ ହଠାତ ପ୍ରଣବ କାହିଁକି ଏ ଘରକୁ ଭାଙ୍ଗି ଦେଉଛନ୍ତି ? କେଉଁ ପ୍ରମାଣ ନଷ୍ଟ କରିବା ପାଇଁ ପ୍ରଣବ ଏସବୁ ଭାଙ୍ଗି ଦେଲେ ? ଏଭଳି ଆଲିସାନ ବଙ୍ଗଳା କରାଯାଇଥିଲା କାହିଁକି ? ଜଣେ ରାଜନେତାର କାମ ହେଉଛି ଲୋକଙ୍କ ସୁଖଦୁଃଖ ବୁଝିବା । ହେଲେ ଏଠାରେ କାହିଁକି ଏଭଳି ଆମୋଦ ପ୍ରମୋଦର ଷ୍ଟ୍ରକ୍ଚର କରାଯାଇଥିଲା ବୋଲି ପ୍ରଶ୍ନ କରିଛି ବିଜେପି । ବବି ଦାସଙ୍କ ସରକାରୀ ବାସ ଭବନରେ ହେଉଥିଲା ଖଟିଆ ସେବା ବୋଲି କହିଛନ୍ତି ବିଜେପି ମୁଖପାତ୍ର ଅନିଲ ବିଶ୍ଵାଳ ।

Demolition Of Pranab Prakash Das Govt Quarters

ସେ ପୁଣି କହିଛନ୍ତି କି, ଆଜି ଗଣମାଧ୍ୟମ ରେ ଦେଖୁଛୁ ବିଜେଡିର ସାଧାରଣ ସମ୍ପାଦକ ବବିଙ୍କ ସରକାରୀ ବାସ ଭବନରେ କଣ ସବୁ ରହିଛି ଏହା ଚିନ୍ତା ଜନକ ନୁହେଁ ଦୁଃଖଦ । ଅଣ୍ଡର ଗ୍ରାଉଣ୍ଡ, , ଖଟିଆ ସେବା , ସ୍ନୋ ଫଲ ଓ ସ୍ୱିମିଂ ପୁଲ ମଧ୍ୟ ସରକାରୀ କ୍ୱାଟର ରେ ଥିଲା । ଏସବୁ ଗ୍ରହଣୀୟ ନୁହେଁ ନେତା ଙ୍କ କାମ ଲୋକ ଙ୍କ ସହ ରହିବା ବିଳାସଵ୍ୟସନ ରେ ରହିବା ନୁହେଁ l ବର୍ତ୍ତମାନ୨୪ ବର୍ଷ ଶାସନର ପରେ ବିଜୁ ଜନତା ଦଳର ଆଉ ଏକ ନୂତନ କେଳେଙ୍କାରୀ ଦେଖିଲେ ସାରା ଓଡ଼ିଶାବାସୀ । ଏଥିସହ ବିଜୁ ଜନତା ଦଳର ଜଣେ ମନ୍ତ୍ରୀ ଆଜି ଗଣମାଧ୍ୟମ ପ୍ରତିନିଧି ଙ୍କ ଉପରେ କୁକୁର ଲଗାଇ ଆକ୍ରମଣ କରିଛନ୍ତି ଏହା ଓଡ଼ିଶା ଇତିହାସ ରେ କେବେ ହୋଇନଥିଲା l ସରକାରୀ ବାସ ଭବନରେ ଏସବୁ କରିବା ପାଇଁ GA ବିଭାଗର ଅନୁମତି ନେବାକୁ ହୁଏ । ରଙ୍ଗଶଳା ହୋଇଛି, ମଧୁଶାଳା ହେଇଛି ଟ୍ରି ହାଉସ ହୋଇଛି । ଏସାବୁ ପାଇଁ GA ବିଭାଗ ଅନୁମତି ଦେଇଥିଲା କି ନାହିଁ ?

ନବୀନ ବାବୁ ଧଳା କୁର୍ତ୍ତା ପିନ୍ଧି ଓଡିଶାବାସୀଙ୍କ ସମ୍ମୁଖରେ ସଫା ଚରିତ୍ର ଦେଖାଉଛନ୍ତି କିନ୍ତୁ ତାଙ୍କ ଦଳର ୨ ୟ ନେତା ଏପରି ଘର କରିଛନ୍ତି ଏହା କଣ ନବୀନ ବାବୁ ଜାଣିନଥିଲେ ? ଏଥିସହ ପୂର୍ବରୁ ମଧ୍ୟ ଗୋଟେ ଚିତ୍ର ସାମ୍ନାକୁ ଆସିଛି ବିଜୁ ଜନତା ଦଳର ଅନେକ ନେତା ଭିକେ ପାଣ୍ଡିଆନ ଙ୍କ ଉପରେ ଅସନ୍ତୋଷ ଥିଲେ ମଧ୍ୟ ପ୍ରକାଶ କରୁନଥିଲେ କାରଣ ଥିଲା ଯେ ସେହି ନେତା ମାନେ ରଙ୍ଗଶାଳ ଆସିବା ସମୟର ଫଟୋଚିତ୍ର ଭିକେ ପାଣ୍ଡିଆନଙ୍କ ପାଖରେ ଥିଲା l ସେଥିପାଇଁ ବିରୋଧ କରୁ ନ ଥିଲେ ବୋଲି କହିଛନ୍ତି ବିଜେପି ମୁଖପାତ୍ର ଅନିଲ ବିଶ୍ଵାଳ ।

ଏପଟେ ସରକାରୀ ବାସଭବନ ଭଙ୍ଗା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପ୍ରଣବ । ବାସଭବନରେ ବଙ୍କର କରାଯାଇଥିବା ନେଇ ପ୍ରକାଶ ପାଇଥିବା ଖବରକୁ ପ୍ରଣବ ବିଭ୍ରାନ୍ତିକର ବୋଲି କହିଛନ୍ତି । ସରକାରୀ କ୍ବାର୍ଟର ଯେଉଁଭଳି ନିଆଯାଇଥାଏ ସେଭଳି ନିର୍ଦ୍ଧାରିତ ସମୟରେ ଫେରାଇବି ବୋଲି ସେ କହିଛନ୍ତି ।

ରାଜଭବନ ନିକଟରେ ରହିଛି ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସରକାରୀ କ୍ବାର୍ଟର । ପ୍ରଣବଙ୍କ ସରକାରୀ ବାସଭବନରେ ଥିଲା ଅଣ୍ଡରଗ୍ରାଉଣ୍ଡ ଘର । କ୍ବାର୍ଟର ଭିତରେ ଅତ୍ୟଧୁନିକ ସୁବିଧା ରହିଛି । ସୋଫା, ବେଡ, ଲାଇଟର ଅତ୍ୟାଧୁନିକ ବ୍ୟବସ୍ଥା ଏଠାରେ ଥିଲା । ଗାର୍ଡେନରେ ହ୍ୱାଇଟ ଲିଲି ଫୁଲ ଗଛରେ ସଜ୍ଜିତ ହୋଇଥିଲା । କ୍ୱାର୍ଟରରେ ତାଙ୍କ ପରିବାର ମାଲିକାନାରେ ଥିବା ବିଳାସପୂର୍ଣ୍ଣ ଏକାଧିକ କାର ପାର୍କିଂ ହେଉଥିଲା । ସାଧାରଣ ପ୍ରଶାସନ ବିଭାଗ 2019 ଜୁନ 16 ତାରିଖରେ ପ୍ରଣବଙ୍କୁ ୟୁନିଟ 6ରେ କ୍ୱାର୍ଟର୍ସକୁ ଆବଣ୍ଟନ ହୋଇଥିଲା । ସେଥିରେ ସରକାରଙ୍କ ବିନା ଅନୁମତିରେ କୌଣସି ଭଙ୍ଗାଗଢ଼ା କାର୍ଯ୍ୟ ନକରିବା ପାଇଁ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି । ଏହି କ୍ୱାର୍ଟର୍ସ ମରାମତି ପାଇଁ 2019/20 ଓ 2020/21ରେ ମୋଟ 9.37 ଲକ୍ଷ ଟଙ୍କା ସରକାରୀ ତହବିଲରୁ ଖର୍ଚ୍ଚ ହୋଇଛି । କିନ୍ତୁ ଏବେ ସେହି ସମସ୍ତ ବ୍ୟବସ୍ଥାକୁ ଭଙ୍ଗା ଯାଉଛି । ଯାହାକୁ ନେଇ ବିବାଦ ଦେଖା ଦେଇଛି ।

ବିବାଦ ବଢିବା ପରେ ପ୍ରଣବଙ୍କ ସରକାରୀ ବାସଭବନରେ ପହଁଚିଛନ୍ତି ସାଧାରଣ ପ୍ରଶାସନ ବିଭାଗର 3 ଜଣ ଅଧିକାରୀ । ଅଧିକାରୀ କ୍ବାର୍ଟରରେ ପହଁଚି ଭିତରର ସ୍ଥିତି ଅନୁଧ୍ୟାନ କରିବା ସହ ତଦନ୍ତ କରିଛନ୍ତି । ବାସଭବନ ବୁଲି ଦେଖିବା ସହ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ରିପୋର୍ଟ ଦିଆଯିବ ବୋଲି ସେମାନେ କହିଛନ୍ତି । ସରକାରୀ ବାସଭବନ ଭଙ୍ଗା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ । ପ୍ରଣବ କହିଛନ୍ତି ଯେ, କିଛି ଗଣମାଧ୍ୟମ ବିଭ୍ରାନ୍ତିକର ଖବର ପ୍ରସାରଣ କରୁଛନ୍ତି । ଯାହା ସଂପୂର୍ଣ୍ଣ ଭାବେ ମିଥ୍ୟା । ମୋତେ କ୍ବାର୍ଟର ଛାଡ଼ିବା ପାଇଁ 4 ତାରିଖ ପର୍ଯ୍ୟନ୍ତ ସମୟ ଦିଆଯାଇଛି । 15 ତାରିଖ ଯାଏଁ ହାତରେ ସମୟ ଅଛି । ସରକାରୀ କ୍ବାର୍ଟର ଯେଉଁଭଳି ନିଆଯାଇଥାଏ ସେଭଳି ଫେରାଯାଏ । ମୁଁ କିଛି ଅସ୍ଥାୟୀ ନିର୍ମାଣ କରିଥିଲି । ଲୋକଙ୍କ ଅଭିଯୋଗ ଶୁଣାଣି ଓ ସୁବିଧା ପାଇଁ ଏହା କରାଯାଇଥିଲା । ସେଗୁଡିକୁ ଭାଙ୍ଗିବାରେ କିଛି ଅସୁବିଧା ନାହିଁ ବୋଲି ପ୍ରଣବ ପ୍ରକାଶ ଦାସ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ....ସମସ୍ତ ଶିକ୍ଷା ଅନୁଷ୍ଠାନ ଗୁଡିକରେ ହୋଇଥିବା ଜବରଦଖଲ ଉଚ୍ଛେଦ ହେବ: ରାଜସ୍ବ ମନ୍ତ୍ରୀ - Revenue Minister Review Meeting

ବିଜେପି ଏହା ମଧ୍ୟ ପ୍ରଶ୍ନ କରିଛି ଯେ, ପ୍ରଣବ ପ୍ରକାଶ ଦାସ କହୁଛନ୍ତି ଏହା ତାଙ୍କର ସରକାରୀ କ୍ବାର୍ଟର୍ସ ଥିଲା । ଏଠାରେ ରାଜନୀତିକ ବୈଠକ ହେଉଥିଲେ । କିନ୍ତୁ ସରକାରୀ କ୍ବାର୍ଟର୍ସ ଠାରୁ ତାଙ୍କ ପୈତୃକ ଘର ମାତ୍ର 500 ମିଟର । ଏଠି ପ୍ରଶ୍ନ ଉଛୁଠି ଯେ, ଏଠାକୁ କେଉଁ ବନ୍ଧୁମାନେ ଆସୁଥିଲେ, ଯେଉଁମାନେ ପ୍ରଣବଙ୍କ ପୈତୃକ ବାସଭବନକୁ ଯାଇପାରୁନଥିଲେ । ଏହା ହେଉଛି ବିଜୁ ଜନତା ଦଳର 24 ବର୍ଷ ଶାସନ କେଳେଙ୍କାରୀର ଆଉ ଏକ ରୂପ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.