ETV Bharat / politics

ବିଜେଡିରୁ ଭର୍ତ୍ତୃହରି ମହତାବଙ୍କ ଇସ୍ତଫା, କହିଲେ ଭଗ୍ନ ହୃଦୟରେ ଦଳ ଛାଡିଲି - Bhartruhari Mahtab Left BJD

author img

By ETV Bharat Odisha Team

Published : Mar 22, 2024, 5:24 PM IST

Updated : Mar 22, 2024, 7:01 PM IST

Bhartruhari Mahtab Left BJD: ବିଜେଡି ଛାଡିଲେ ସାଂସଦ ଭର୍ତ୍ତୃହରି ମହତାବ । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସେ ଚିଠି ଲେଖିଥିବା ନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ

Bhartruhari Mahtab
Bhartruhari Mahtab

Bhartruhari Mahtab

କଟକ: ବିଜେଡି ଛାଡିଲେ ଭର୍ତ୍ତୃହରି ମହତାବ । କଟକର ସାଂସଦ ଅଛନ୍ତି ଭର୍ତ୍ତୃହରି । ଭର୍ତ୍ତୃହରି ମହତାବ ଏନେଇ ପ୍ରେସମିଟ୍ କରି ସୂଚନା ଦେଇଛନ୍ତି। ବିଜେଡିରୁ ଇସ୍ତଫା ନେଇ ପ୍ରେସ ମିଟ୍ ଜରିଆରେ ପ୍ରତିକ୍ରିୟା ରଖିଛନ୍ତି ଭର୍ତ୍ତୃହରି । ସେ କହିଛନ୍ତି "ଭଗ୍ନ ହୃହୟରେବିଜେଡି ଛାଡ଼ିଲି । ଦୀର୍ଘ ଅଢ଼େଇ ବର୍ଷ ଧରି କୌଣସି ମତ ମନ୍ତବ୍ୟ ଦେଉ ନଥିଲି । ବନ୍ଧନରେ ରହିବା ଭଳି ଅନୁଭବ କରି ଇସ୍ତଫା ଦେଲି । ବିଜେଡି ଛାଡ଼ିବା ନେଇ ଦଳର ମୁଖିଆ ନବୀନ ପଟ୍ଟନାୟକଙ୍କୁ ଚିଠି ପଠାଇଛି । ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛି । ଧୈର୍ଯ୍ୟର ଏକ ସୀମା ରହିଥାଏ ।"

Bhartruhari Mahtab
Bhartruhari Mahtab

ଇସ୍ତଫା ପତ୍ରରେ କ'ଣ ରହିଛି:

ବିଜେଡି ସୁୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଥିବା ଇସ୍ତଫା ପତ୍ରରେ ଭର୍ତ୍ତୃହରି ଉଲ୍ଲେଖ କରିଛନ୍ତି, ଯେଉଁ ବିଜୁ ଜନତା ଦଳ ଗଠନର ଆରମ୍ଭରୁ ମୁଁ ସମ୍ପୃକ୍ତ, ଯାହାର ସମୃଦ୍ଧିରେ ମୋର ମଧ୍ୟ ମଧ୍ୟ କିଛି ଅବଦାନ ରହିଛି, ଆଜି ସେ ଦଳରୁ ମୁଁ ଭଗ୍ନ ହୃଦୟରେ ସମ୍ପର୍କ ଛିନ୍ନ କରିବାକୁ ବାଧ୍ୟ ହେଉଛି । ଏହି ପତ୍ର ଜରିଆରେ ମୁଁ ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଛି । ଏହାକୁ ତୁରନ୍ତ ଗ୍ରହଣ କରିବାକୁ ଅନୁରୋଧ ।"

ଏହା ମଧ୍ୟ ପଢନ୍ତୁ...ପୋଲିସ ଅଧିକାରୀଙ୍କୁ ମାଡ ମାମଲା, ସାଂସଦ ଭର୍ତ୍ତୃହରି ମହତାବଙ୍କ ବିରୋଧରେ ଚାର୍ଜଫ୍ରେମ - MP Bhartruhari Mahtab

କାହିଁକି ଦଳ ଛାଡ଼ିଲେ ଭର୍ତ୍ତୃହରି?

ତାଙ୍କର ଆଲେଖ୍ୟକୁ କଦର୍ଥ କରାଯାଉଥିବା ଅଭିଯୋଗ ଆଣିଛନ୍ତି ଭର୍ତ୍ତୃହରି । ଏପରି ଭାବେ ସେ ଦଳରେ ଅଣନିଶ୍ବାସୀ ଅନୁଭବ କରୁଥିବାରୁ ମୁକ୍ତ ହେବା ପାଇଁ ଏପରି ନିଷ୍ପତ୍ତି ନେଇଥିବା କହିଛନ୍ତି । ତେଣୁ ଦଳରୁ ମୁକ୍ତ ହେବା ପରେ ସେ ରାଜନୀତିରେ ଅଧିକ ଫୋକସ କରିପାରିବେ ବୋଲି ପ୍ରକାଶ କରିଛନ୍ତି । ସେପଟେ ଭର୍ତ୍ତୃହରି ମହତାବ ବିଜେପିରେ ମିଶିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି ।

ଭର୍ତ୍ତୃହରିଙ୍କ ରାଜନୈତିକ କ୍ୟାରିୟର:

ଭର୍ତ୍ତୃହରି ମହତାବ 1957 ମସିହା ସେପ୍ଟେମ୍ବର 8ରେ ଜନ୍ମ ଗ୍ରହଣ କରିଥିଲେ । ସେ ବିଜୁ ଜନତା ଦଳରୁ ଆରମ୍ଭ କରିଥିଲେ ରାଜନୈତିକ କ୍ୟାରିୟର । କଟକ ଲୋକସଭା ନିର୍ବାଚନ ମଣ୍ଡଳୀରୁ 1998ରେ ପ୍ରଥମ ଥର ନିର୍ବାଚିତ ହୋଇଥିଲେ । ପରେ 1999, 2004, 2009, 2014 ଏବଂ 2019ରୁ ଲଗାତର ଭାବେ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ଭର୍ତ୍ତୃଭରି 6 ଥର ସାଂସଦ ନିର୍ବାଚିତ ହୋଇଛନ୍ତି ।

ଇଟିଭି ଭାରତ, କଟକ

Last Updated : Mar 22, 2024, 7:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.