ETV Bharat / politics

ନିର୍ବାଚନ ମୈଦାନକୁ ଫେରିବାକୁ ଅଣ୍ଟା ସଳଖୁଛି କଂଗ୍ରେସ, ଫେରୁଛନ୍ତି ହେଭିୱେଟ୍‌ - Congress prepares for 2024 Election

Odisha Congress brings heavyweight leaders back: ସାଧାରଣ ନିର୍ବାଚନ ପୂର୍ବରୁ ସୁଦୃଢ଼ ହେଉଛି କଂଗ୍ରେସ ସଂଗଠନ । ନିର୍ବାଚନ ମୈଦାନକୁ ଫେରିବାକୁ ଅଣ୍ଟା ସଳଖୁଛି ଗ୍ରାଣ୍ଡ ଓଲ୍ଡ ପାର୍ଟି । ପୁରୁଖା ନେତା ଦଳକୁ ପ୍ରତ୍ୟାବର୍ତ୍ତନ କରୁଥିବାବେଳେ ଦଳୀୟ କର୍ମୀଙ୍କ ମନରେ ନୂଆ ଆଶା ସଞ୍ଚାର ହୋଇଛି । ଅଧିକ ପଢ଼ନ୍ତୁ

ନିର୍ବାଚନ ମୈଦାନକୁ ଫେରିବାକୁ ଅଣ୍ଟା ସଳଖୁଛି କଂଗ୍ରେସ

author img

By ETV Bharat Odisha Team

Published : Jan 23, 2024, 10:03 PM IST

ନିର୍ବାଚନ ମୈଦାନକୁ ଫେରିବାକୁ ଅଣ୍ଟା ସଳଖୁଛି କଂଗ୍ରେସ

ଭୁବନେଶ୍ବର: ପାଖେଇ ଆସୁଛି ସାଧାରଣ ନିର୍ବାଚନ । ସଂଗଠନ ସଜାଡ଼ିବା ଆରମ୍ଭ କଲେଣି ବିଭିନ୍ନ ରାଜନୈତିକ ଦଳ । ସରଗରମ ହେଉଛି ରାଜ୍ୟ ରାଜନୀତି । ହେଲେ ରାଜ୍ୟରେ ଶାସକ ବିଜେଡି ଓ ବିଜେପିଠାରୁ ନିର୍ବାଚନୀ ଗତି ପାଇବାରେ ଆଗରେ ରହିଛି କଂଗ୍ରେସ । ଡଃ ଅଜୟ କୁମାର ରାଜ୍ୟ କଂଗ୍ରେସର ପ୍ରଭାରୀ ଭାବେ ଦାୟିତ୍ବ ନେବାପରେ ଆକ୍ଟିଭ ମୋଡ୍‌କୁ ଆସିଛି ଦଳ । ବହୁ ପୁରୁଣା ଓ ପୁରୁଖା ନେତା ଦଳକୁ ଫେରୁଛନ୍ତି । ଏପରିକି ଅନ୍ୟ ଦଳରୁ ମଧ୍ୟ ଅନେକ ନେତା କଂଗ୍ରେସ ସମ୍ପର୍କରେ ଥିବା ଦଳର ବଡ଼ ବଡ଼ ନେତାମାନେ ଦାବି କରୁଛନ୍ତି । ତେବେ ନିର୍ବାଚନ ପୂର୍ବରୁ ରାଜ୍ୟରେ ସୁପ୍ତ କଂଗ୍ରେସ ହଠାତ ଆକ୍ଟିଭ ହେବା ଦଳୀୟ କର୍ମୀଙ୍କ ମନରେ ନୂଆ ଆଶା ସଞ୍ଚାର କରିଛି ।

ଦଳକୁ ଫେରିଲେ ମୋକିମ-ଚିରଞ୍ଜୀବ-ସଗରିଆ: ଦୀର୍ଘ 24 ବର୍ଷ ଧରି ରାଜ୍ୟରେ କ୍ଷମତାରୁ ଦୂରରେ ଥିବା କଂଗେସ ନୂଆ ପ୍ରଭାରୀଙ୍କୁ ପାଇ ପୁଣି ସକ୍ରିୟ ହୋଇଛି । ରାଜ୍ୟ କଂଗ୍ରେସ ପ୍ରଭାରୀ ଭାବେ ଡଃ ଅଜୟ କୁମାର ଦାୟିତ୍ବ ନେବା ପରେ ପୁରୁଣା ନେତାଙ୍କୁ ଦଳକୁ ଫେରାଇ ଆଣିବାରେ ସଫଳ ହେଉଛନ୍ତି । ନିକଟରେ ଗମାଙ୍ଗ ପରିବାର ସହିତ ପୂର୍ବତନ ସାଂସଦ ସଞ୍ଜୟ ଭୋଇ କଂଗ୍ରେସକୁ ଫେରିଥିଲେ । ଏବେ ବିଧାୟକ ମହମ୍ମଦ ମୋକିମ ଓ ଟାଣୁଆ ନେତା ଚିରଞ୍ଜୀବ ବିଶ୍ବାଳଙ୍କ ଉପରୁ ନିଲମ୍ବନ ହଟିବା ନେଇ ଘୋ,ଣା କରିଛନ୍ତି ଅଜୟ । ପୂର୍ବତନ ବିଧାୟକ କୃଷ୍ଣ ସଗରିଆଙ୍କର ମଧ୍ୟ ଘର ବାହୁଡ଼ା ହୋଇଛି ।

'ସଫଳତା ପାଇଁ 3 ମାସ ଯଥେଷ୍ଟ': ଆଗାମୀ 29 ତାରିଖରେ ଓଡ଼ିଶା ଆସୁଛନ୍ତି ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ । ଏହା ପୂର୍ବରୁ ଦଳୀୟ ସଂଗଠନ ମଜଭୁତ କରିବାକୁ ଜୋରଦାର ପ୍ରୟାସ ଆରମ୍ଭ କରିଛନ୍ତି ପ୍ରଭାରୀ ଅଜୟ କୁମାର । ହେଲେ ହାତରେ ଆଉ ବେଶୀ ସମୟ ନାହିଁ । ଏଇ କିଛିମାସ ଭିତରେ ସୁପ୍ତ କଂଗ୍ରେସ କଣ ବିଶେଷ ସଫଳତା ସାଉଁଟିବାରେ ସକ୍ଷମ ହେବ ? ଏହି ପ୍ରଶ୍ନରେ ନିଲମ୍ବନ ହଟିଥିବା ନେତା ତଥା ବାରବାଟୀ ବିଧାୟକ ମହମ୍ମଦ ମୋକିମ କହିଛନ୍ତି, "ନିର୍ବାଚନକୁ ଆଉ 3 ମାସ ବାକି ଅଛି । ଏହି 3 ମାସ ଭିତରେ ରାଜ୍ୟରେ ଅଦ୍ଭୁତପୂର୍ବ ପରିବର୍ତ୍ତନ ହେବ । 3 ମାସରେ ଅନେକ କିଛି ଘଟିପାରେ । ଏହାର ଆଗରୁ ମଧ୍ୟ ଅନେକ ଉଦାହରଣ ରହିଛି ।"

ଏହା ମଧ୍ୟ ପଢ଼ନ୍ତୁ...ହଟିଲା ନିଲମ୍ବନ: କଂଗ୍ରେସକୁ ଫେରିଲେ ମୋକିମ, ଚିରଞ୍ଜୀବ ଓ କୃଷ୍ଣ ସଗରିଆ

'ନିଷ୍ପତ୍ତିରେ ବିଳମ୍ବ କରିଦେଲା କଂଗ୍ରେସ': ଯଦିଓ ମୋକିମ ଓ ଚିରଞ୍ଜୀବଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କରିବା ଦଳକୁ ଫାଇଦା ଦେବ, ହେଲେ ନିଲମ୍ବନର ଆବଶ୍ୟକତା କଣ ଥିଲା ବୋଲି ପ୍ରଶ୍ନ କରିଛନ୍ତି ରାଜନୀତି ସମୀକ୍ଷକ ରବି ଦାସ । ସେ କହିଛନ୍ତି, "ମହମ୍ମଦ ମୋକିମ ଓ ଚିରଞ୍ଜୀବ ବିଶ୍ବାଳ ଏପରି ବଡ଼ ଭୁଲ କରି ନଥିଲେ । ତାଙ୍କୁ କେବଳ ଚେତାବନୀ ଦିଆଯାଇ ପାରିଥାଆନ୍ତା । ନିଲମ୍ବନ ହଟାଇବା ନିଷ୍ପତ୍ତି ନିଶ୍ଚିତ ଭାବେ ସ୍ବାଗତଯୋଗ୍ୟ । ହେଲେ ବହୁ ବିଳମ୍ବରେ ଏହି ନିଷ୍ପତ୍ତି ନେଇଛି କଂଗ୍ରେସ । କାରଣ ହାତରେ ଆଉ ଦୁଇଟା ମାସ । ତେବେ ଶ୍ରୀକାନ୍ତ ଜେନା ଓ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ମଧ୍ୟ ଦଳକୁ ଫେରାଇ ଆଣିବା ଦିଗରେ ପଦକ୍ଷେପ ନେବା ଉଚିତ ।" ଏପରିକି ବିଜୟ ମହାପାତ୍ର, ଦିଲ୍ଲୀପ ରାୟ ଓ ବ୍ରଜକିଶୋର ତ୍ରିପାଠୀଙ୍କ ଭଳି ରାଜ୍ୟ ରାଜନୀତିରେ ପ୍ରଭାବ ରଖୁଥିବା ନେତାଙ୍କୁ ଦଳରେ ସାମିଲ କରାଇପାରିଲେ ଦଳ ଆଗାମୀ ଦିନରେ ପରିବର୍ତ୍ତନ ଆଡ଼କୁ ଯାଇପାରିବ ବୋଲି ସେ କହିଛନ୍ତି ।

ମିଶନ 9ରୁ 90 ଡାକରା ଦେଇ ନିର୍ବାଚନ ମଇଦାନକୁ ଓହ୍ଲାଇବାକୁ ଅଣ୍ଟା ଭିଡ଼ିଛି ରାଜ୍ୟ କଂଗ୍ରେସ । କର୍ମୀଙ୍କୁ ଆକ୍ଟିଭ ମୋଡକୁ ଆଣିବାକୁ ସଂଗଠନର ମରାମତି ମଧ୍ୟ ଆରମ୍ଭ ହୋଇଛି । ଯାହା ଶାସକ ବିଜେଡି ଓ ବିଜେପି ଅପେକ୍ଷା କଂଗ୍ରେସକୁ ଅଧିକ ନିର୍ବାଚନୀ ଗତି ଦେଇଛି । ତେବେ ଆଗକୁ ଦଳ କେଉଁ ରଣନୀତି ଉପରେ କାର୍ଯ୍ୟ କରୁଛି ଓ କେତେ ସଫଳ ହେଉଛି, ତାହା ସମୟ କହିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.