ETV Bharat / politics

ବିମାନ ବନ୍ଦରର ଘରୋଇକରଣ ହେଲେ ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ: ଶ୍ରୀକାନ୍ତ ଜେନା - Congress on Airport Privatization

author img

By ETV Bharat Odisha Team

Published : Jun 28, 2024, 10:47 PM IST

Congress on Airport Privatization: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ଘରୋଇକରଣ ହେଲେ ଆନ୍ଦୋଳନକୁ ଓହ୍ଲାଇବ କଂଗ୍ରେସ । ବିମାନ ବନ୍ଦରର ସୁରକ୍ଷା ପାଇଁ ରାଜ୍ୟ ସରକାର ଆଗେଇ ଆସନ୍ତୁ ବୋଲି କହିଲେ ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା । ଅଧିକ ପଢ଼ନ୍ତୁ

Congress on Airport Privatization
Congress on Airport Privatization (ETV Bharat Odisha)

ଭୁବନେଶ୍ବର: ଦେଶରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ସରକାରଙ୍କର ଏକ ଲାଭାନ୍ବିତ ସଂସ୍ଥା । ଅନ୍ୟ ବିମାନ ବନ୍ଦର ତୁଳନାରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନ ବନ୍ଦର ଏକ ଅଗ୍ରଣୀ ବିମାନ ବନ୍ଦର । ଦୈନିକ ଏହି ଅନ୍ତର୍ଜାତୀୟ ଏୟାରପୋର୍ଟରେ ପ୍ରାୟ 1 ଲକ୍ଷ ଯାତ୍ରୀ ଯିବା ଆସିବା କରନ୍ତି । ପ୍ରତିଦିନ ଭୁବନେଶ୍ବରରୁ 15ରୁ 20ଟି ବିମାନ ଉଡାଣ ଭରେ ଏବଂ ଅବତରଣ କରେ । ବର୍ତ୍ତମାନ ଏହି ବିମାନ ବନ୍ଦରର ଘରୋଇକରଣ କରାଯିବ । ଓଡ଼ିଶାରେ ଖାଲି ବିମାନ ବନ୍ଦର ନୁହେଁ, ବରଂ ପୋର୍ଟ ଗୁଡିକ ମଧ୍ୟ ଘରୋଇକରଣ ହେବା ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ଏହାକୁ ଜୋରଦାର ବିରୋଧ କରିବା ପାଇଁ ପ୍ରସ୍ତୁତ ହେଉଛି କଂଗ୍ରେସ ।

ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା କହିଛନ୍ତି, "ବିଜୁ ପଟ୍ଟନାୟକ ବିମାନ ବନ୍ଦର ହେଉଛି ଏକ ଲାଭଜନକ ବିମାନ ବନ୍ଦର । ଦେଶର ପ୍ରଥମ 5 ବ୍ୟସ୍ତବହୁଳ ବିମାନ ବନ୍ଦର ଭିତରେ ଭୁବନେଶ୍ବର ବିମାନ ବନ୍ଦରର ନାଁ ରହିଛି । ଯଦି ଏହାକୁ ଘରୋଇକରଣ କରାଯିବ, ଆଦାନୀ କମ୍ପାନୀକୁ କାହିଁକି ଦିଆଯିବ ? କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ ଏହା ଉପରେ ବଡ ହସ୍ତକ୍ଷେପ କରନ୍ତୁ । ରାଜ୍ୟ ସରକାରଙ୍କ ନିଜର ଏକ ଏଜେନ୍ସିକୁ ଏହି ବିମାନ ବନ୍ଦର ଦାୟିତ୍ଵ ଦିଆଯାଉ । ନଚେତ ମିଶନ ଶକ୍ତିକୁ କାମ ଦିଆଯାଉ । ଏହାଦ୍ବାରା ରାଜ୍ୟ ଓ ମିଶନ ଶକ୍ତିର ମହିଳା ଲାଭବାନ ହେବେ ।"

ଏହା ମଧ୍ୟ ପଢ଼ନ୍ତୁ...ଧାମରା ପରେ ଗୋପାଳପୁର ବନ୍ଦର ଅଧିଗ୍ରହଣ କରିବ ଆଦାନୀ ଗ୍ରୁପ - Adani Group takes Gopalpur Port

ଶ୍ରୀକାନ୍ତ ଆହୁରି କହିଛନ୍ତି, "ବିଜୁ ପଟ୍ଟନାୟକ ବିମାନ ବନ୍ଦରର ଘରୋଇକରଣ କରାଯିବା କ୍ଷେତ୍ରରେ ବିରୋଧ କରିବ କଂଗ୍ରେସ । ବିଜେପି ସରକାର ଏକ ନିର୍ଦ୍ଦିଷ୍ଟ ପ୍ରାଇଭେଟ୍‌ କମ୍ପାନୀକୁ ଦେବା ପାଇଁ ଯେଉଁ ମସୁଧା ଚାଳାଇଛି, ତାକୁ ତୀବ୍ର ବିରୋଧ କରାଯିବ । ଯଦି ଘରୋଇକରଣ କରାଯିବା ପାଇଁ ଚିନ୍ତା କରୁଛନ୍ତି, ତେବେ କେନ୍ଦ୍ର ସରକାରଙ୍କଠାରୁ ରାଜ୍ୟ ସରକାର ନିଜ ନିୟନ୍ତ୍ରଣକୁ ନେଇପାରିବେ । ତେଣୁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କଠାରୁ ଅନୁମତି ଆଣି ନିଜ ଅଧିନକୁ ନିଅନ୍ତୁ । ଯଦି ନୀତି ନବଦଳାନ୍ତି, ଏ ଘରୋଇକରଣକୁ ବନ୍ଦ ନକରନ୍ତି, ତେବେ ଆଗାମୀ ଦିନରେ ଲୋକଙ୍କ ରୋଷର ଶିକାର ହେବେ କେନ୍ଦ୍ର ସରକାର ଓ ରାଜ୍ୟ ସରକାର । ଆଶା କରୁଛୁ, ରାଜ୍ୟର ନୂଆ ମନ୍ତ୍ରୀମାନେ କେନ୍ଦ୍ର ସରକାରଙ୍କ ଏ ନିଷ୍ପତ୍ତିକୁ ପୁନଃବିଚାର କରିବାକୁ ଚିଠି ଲେଖନ୍ତୁ ଅଥବା ମିଶନ ଶକ୍ତିକୁ ହସ୍ତାନ୍ତର କରନ୍ତୁ । ନଚେତ ସମୂହ ଧାରଣା ଦେବା ସହିତ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.