ETV Bharat / politics

କଂଗ୍ରେସକୁ ଭରସା ସାଉଥ ଫର୍ମୁଲା, LED ଭ୍ୟାନ ସହ ମେଗା ରୋଡ ସୋ ଉପରେ ଫୋକସ୍ - CONGRESS STRATEGY FOR ELECTION - CONGRESS STRATEGY FOR ELECTION

Congress Strategy For Election: ୧୪୭ଟି ନିର୍ବାଚନ ମଣ୍ଡଳୀରେ LED ଭ୍ୟାନ ଜରିଆରେ ଲୋକଙ୍କ ପାଖକୁ ପହଞ୍ଚିବାକୁ କଂଗ୍ରେସର ଲକ୍ଷ୍ୟ । ଦକ୍ଷିଣ ଭାରତୀୟ ବିଜୟ ମଡେଲକୁ ଆପଣାଇବା ସହ ହେଭିୱେଟଙ୍କୁ ପ୍ରଚାର ମୈଦାନରେ ଓହ୍ଲାଇବ କଂଗ୍ରେସ । ଅଧିକ ପଢନ୍ତୁ

କଂଗ୍ରେସକୁ ଭରସା ସାଉଥ ଫର୍ମୁଲା, LED ଭ୍ୟାନ ସହ ମେଗା ରୋଡ ସୋ ଉପରେ ଫୋକସ୍

author img

By ETV Bharat Odisha Team

Published : Apr 11, 2024, 8:38 PM IST

ଭୁବନେଶ୍ବର: ଆସନ୍ତା ମେ ୧୩ ତାରିଖରେ ଓଡିଶାରେ ହେବ ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ସେଥିପାଇଁ ବିଜେଡି ଓ ବିଜେପିକୁ କଡା ଟକ୍କର ଦେବା ପାଇଁ କଂଗ୍ରେସ ଆପଣାଇବାକୁ ଯାଉଛି ସ୍ବତନ୍ତ୍ର ରଣନୀତି । ପୂର୍ବରୁ କଂଗ୍ରେସ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ବିଫଳତାକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଏଲଇଡି ଭ୍ୟାନ ପରିକ୍ରମାର କାର୍ଯ୍ୟକ୍ରମ ଆରମ୍ଭ କରିସାରିଛି । ଯେଉଁଥିରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଫଳତା ତଥା କଂଗ୍ରେସର ସଭିଙ୍କୁ ନ୍ୟାୟ ପ୍ରଦାନ ଏବଂ ଗ୍ୟାରେଣ୍ଟି କାର୍ଡ ସମ୍ପର୍କିତ ଭିଡିଓକୁ ଜନତାଙ୍କୁ ଦେଖାଯାଉଛି ।

ତେବେ ଏହି କ୍ରମରେ ଓଡିଶା କଂଗ୍ରେସ ତେଲେଙ୍ଗାନା ଓ କର୍ଣ୍ଣାଟକର କ୍ୟାମ୍ପେନ ମଡେଲକୁ ପ୍ରୟୋଗ କରିବାକୁ ଯାଉଛି । ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ଯେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡି, କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଭଳି ଦକ୍ଷିଣ ଭାରତର ବିଜୟୀ ରାଜନେତାମାନେ ଓଡିଶାରେ ଆସି ପ୍ରଚାର କରିବେ । କାରଣ ପୂର୍ବରୁ ବିରୋଧୀଙ୍କୁ ମାତ୍ ଦେଇ ଏହି ରାଜ୍ୟ ମାନଙ୍କରେ କଂଗ୍ରେସ ଶାସନ ଅକ୍ତିଆର କରିଥିଲା । ସେହିପରି କଂଗ୍ରେସ ହେଭିୱେଟ ରାହୁଲ ଗାନ୍ଧୀ ,ପ୍ରିୟଙ୍କା ଗାନ୍ଧୀ, ଏଆଇସିସିର ଅଧ୍ୟକ୍ଷ ମଳିକାର୍ଜୁନ ଖଡଗେ, କଂଗ୍ରେସର ଷ୍ଟାର ପ୍ରଚାରକ କହ୍ନେୟା କୁମାର ଓଡ଼ିଶାରେ ପ୍ରଚାର କରିବେ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ ମଧ୍ୟ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ ... ସାଧାରଣ ନିର୍ବାଚନ ପାଇଁ ବ୍ରହ୍ମପୁର କଂଗ୍ରେସର ପ୍ରସ୍ତୁତି, 'ୱାର ରୁମ'ରେ ହେବ ରଣନୀତି - War Room By Congress

ଏହା ସହ ଖାଲି ବଡ ବଡ଼ ପ୍ରଚାର ସମାବେଶ ନୁହେଁ, ମେଗା ରୋଡ଼ ସୋ ଉପରେ ଫୋକସ କରିବ କଂଗ୍ରେସ । ସେହିପରି ପ୍ରଥମ ପର୍ଯ୍ୟାୟରେ ଥିବା ଗଞ୍ଜାମ, ଗଜପତି ଓ ବ୍ରହ୍ମପୁର ଓ ଜୟପୁରରେ ରେବନ୍ତ କରିବେ ରୋଡ଼ ସୋ । ଏଠାରେ ତେଲୁଗୁ ଭୋଟର ଥିବାରୁ ସେହି ଭୋଟରଙ୍କୁ ହାତ ଆଡ଼କୁ ଆକୃଷ୍ଟ କରିବା ଲାଗି କରାଯିବ ପାୱାର ସୋ ଓ ଏହା ସହିତ ସାହି, ବସ୍ତି ଓ ଗାଆଁ ଗାଆଁରେ ବୁଲି ବୁଲି କଂଗ୍ରେସ ପାଇଁ ଭୋଟ ଭିକ୍ଷା କରିବେ ।

ରାହୁଲ ଗାନ୍ଧୀ , ପ୍ରିୟଙ୍କା ଗାନ୍ଧୀ ଓ କହ୍ନେୟା କୁମାର କଳାହାଣ୍ଡି, ନର୍ଲା, ଭବାନୀପାଟଣାରେ ଛୋଟ ଛୋଟ ସଭାରେ ଯୋଗ ଦେବା ସହିତ ସମସ୍ୟା ବିଜଡ଼ିତ ଆଦିବାସୀ ଭୋଟରଙ୍କ ସହିତ ଯୋଡି ହେବେ । କଂଗ୍ରେସର ବଡ ଚେହେରା ସୋନିଆ, ରାହୁଲ , ପ୍ରିୟଙ୍କା ଓ ଖର୍ଗେ ରାୟଗଡ଼ା, କୋରାପୁଟ, ନୂଆପଡ଼ା, ଜୟପୁର ଓ ଗୁଣୁପୁରରେ ବଡ ସଭାରେ ଯୋଗ ଦେବେ । ସୋନିଆ ଓ ଖଡଗେ କେବଳ ବଡ ସଭାରେ ଦଳୀୟ ନେତାଙ୍କ ଲାଗି ଭୋଟ ମାଗିବେ । ରାହୁଲ ଓ ପ୍ରିୟଙ୍କା ସଭାସମିତି ସହିତ ରୋଡ଼ ସୋ କରିବେ ଓ ବିଭିନ୍ନ ଆଦିବାସୀ ବର୍ଗର ମଞ୍ଚ, କ୍ଲବ ଓ ଅନୁଷ୍ଠାନକୁ ଯିବେ । ତେବେ କଂଗ୍ରେସର ଏହି କୌଶଳ କେତେ ଫଳପ୍ରଦ ହେବ ତାହା ଦେଖିବାକୁ ବାକି ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.