ETV Bharat / politics

ବିଜେଡି ଓ ବିଜେପିର ବିଫଳତା ଓ ଦୁର୍ନୀତି ବିରୋଧରେ ଗର୍ଜିବ କଂଗ୍ରେସ, ୨୬ରେ ଘେରିବ ସଚିବାଳୟ - Odisha Congress News

Congress to Protest in front of Secretariat: ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ଗର୍ଜିଲା କଂଗ୍ରେସ । ଦୁଇ ବିଫଳ ସରକାରଙ୍କ ବିରୋଧରେ ଆସନ୍ତା ଫୋବୃଆରୀ ୨୬ ତାରିଖରେ ସଚିବାଳୟ ଘେରାଓ କରିବା ପାଇଁ ସୂଚନା ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ଅଧିକ ପଢ଼ନ୍ତୁ

୨୬ରେ ସଚିବାଳୟ ଘେରିବ କଂଗ୍ରେସ
୨୬ରେ ସଚିବାଳୟ ଘେରିବ କଂଗ୍ରେସ
author img

By ETV Bharat Odisha Team

Published : Feb 23, 2024, 10:37 PM IST

୨୬ରେ ସଚିବାଳୟ ଘେରିବ କଂଗ୍ରେସ

ଭୁବନେଶ୍ବର: ପାଖେଇ ଆସୁଛି ନିର୍ବାଚନ । ବିଜେପି କେନ୍ଦ୍ର ସରକାରଙ୍କ ସଫଳତା ନେଇ ଲୋକଙ୍କ ପାଖକୁ ଯିବାକୁ ଯୋଜନା କରୁଥିବାବେଳେ ରାଜ୍ୟରେ ଶାସକ ବିଜେଡି ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବ । ଏହା ପୂର୍ବରୁ ରାଜ୍ୟ ସରକାର ବିଭିନ୍ନ ଘୋଷଣା ମାଧ୍ୟମରେ ଲୋକଙ୍କୁ ଆକୃଷ୍ଟ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି । ବିଭିନ୍ନ ସ୍ଥାନରେ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ଯୋଡ଼ି ହୋଇ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ମଧ୍ୟ କରୁଛନ୍ତି । ତେବେ ଏହି ସମୟରେ ଉଭୟ ବିଜେପି ଓ ବିଜେଡି ସରକାରଙ୍କ ବିଫଳତାକୁ ଅସ୍ତ୍ର କରିଛି କଂଗ୍ରେସ । ବିଭିନ୍ନ ପ୍ରତିଶ୍ରୁତି ଦେଇ ଉଭୟ ଭୁଲି ଯାଇଥିବା କଂଗ୍ରେସ ଆଣିଛି ଅଭିଯୋଗ । ଏପରିକି ଦୁଇ ବିଫଳ ସରକାରଙ୍କ ବିରୋଧରେ ଆସନ୍ତା ଫୋବୃଆରୀ ୨୬ ତାରିଖରେ ସଚିବାଳୟ (ଲୋକସେବା ଭବନ) ଘେରାଓ କରିବା ପାଇଁ ସୂଚନା ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।

ଶୁକ୍ରବାର କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, "ଗତ ୨୪ ବର୍ଷ ହେଲା ବିଜେଡି ସରକାର ଦୁର୍ନୀତିରେ ବୁଡି ରହିଛନ୍ତି । ରାଜ୍ୟର ପ୍ରକୃତ ବିକାଶ କରିବା ପରିବର୍ତ୍ତେ କେବଳ ନିର୍ବାଚନ ସମୟରେ ବଡ଼ ବଡ଼ ଘୋଷଣା କରି ଲୋକଙ୍କୁ ଭୁଆଁ ବୁଲାଉଛନ୍ତି । କୃଷି କ୍ଷେତ୍ରର ଉପଯୁକ୍ତ ବିକାଶ, ଚାଷଜମିକୁ ଜଳସେଚନ, ବିଧାନସଭାରେ ସର୍ବସମ୍ମତି କ୍ରମେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ଚାଷୀଙ୍କୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କା ପ୍ରଦାନ କରିବାରେ ସରକାର ଆନ୍ତରିକତା ଦେଖାଉ ନାହାନ୍ତି । ଅଥଚ ନିର୍ବାଚନ ଆସିଲେ କାଳିଆ ଯୋଜନା କରି ଚାଷୀଙ୍କୁ ପ୍ରତାରଣା କରୁଛନ୍ତି । ଏହାଦ୍ଵାରା ଗୋଟିଏ ପଟେ ପ୍ରକୃତ ଚାଷୀ ସହାୟତା ପାଇବାରୁ ବଞ୍ଚିତ ହେଉଥିବାବେଳେ ଅନ୍ୟପଟେ କୃଷି କ୍ଷେତ୍ରର ବିକାଶ ହୋଇପାରୁନି । କୃଷିଋଣ ସୁଝି ନପାରି ଚାଷୀ ଆତ୍ମହତ୍ୟା କରୁଛନ୍ତି । ବିଜେଡି ସରକାର ମହିଳା ସଶକ୍ତିକରଣ କଥା କହୁଥିବାବେଳେ ରାଜ୍ୟରେ ପ୍ରତିଦିନ ୭ ଜଣ ମହିଳା ଦୁଷ୍କର୍ମର ଶିକାର ହେଉଛନ୍ତି, ଯେଉଁମାନଙ୍କ ମଧ୍ୟରେ ୪ ଜଣ ନାବାଳିକା ରହୁଛନ୍ତି । ଓଡ଼ିଶାରେ ମହିଳାଙ୍କ ପ୍ରତି ହେଉଥିବା ନିର୍ଯ୍ୟାତନା ଓ ଅପରାଧ ସାରା ଦେଶରେ ସବୁଠାରୁ ଅଧିକ ବୋଲି ଏନ୍‌ସିଆରବି ରିପୋର୍ଟରେ ପ୍ରକାଶ ପାଇଛି ।" ଉଭୟ ବିଜେଡି ଓ ବିଜେପି ସରକାର ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ଵ ଭଳି କାର୍ଯ୍ୟ କରୁଛନ୍ତି । ରାଜ୍ୟର ବିକାଶ କଥା ଚିନ୍ତା ନକରି ସେମାନେ ଲୋକଙ୍କୁ ଭଣ୍ଡାଉଛନ୍ତି । ତେଣୁ ଏହାର ପ୍ରତିବାଦରେ ଆସନ୍ତା ୨୬ ତାରିଖରେ ହେବାକୁଥିବା ସଚିବାଳୟ ଘେରାଉ କାର୍ଯ୍ୟକ୍ରମକୁ ସଫଳ କରିବାକୁ କଂଗ୍ରେସ ଆହ୍ବାନ ଦେଇଛି ।

ଏହା ମଧ୍ୟ ପଢ଼ନ୍ତୁ...ତେଜିଲା କାଳିଆ ରାଜନିତୀ, କ୍ୟାବିନେଟ୍‌ ନିଷ୍ପତ୍ତି ନେଇ ବର୍ଷିଲା କଂଗ୍ରେସ

ସାମ୍ବାଦିକ ସମ୍ମିଳନୀରେ ପିସିସି ଗଣମାଧ୍ୟମ ଓ ଯୋଗାଯୋଗ ବିଭାଗ ଅଧ୍ୟକ୍ଷ ଡଃ ବିଶ୍ବରଞ୍ଜନ ମହାନ୍ତି କହିଛନ୍ତି, "ସରକାର ଚାଷୀଙ୍କୁ ୨ ହଜାର ଟଙ୍କା ନିର୍ବାଚନୀ ଲଲିପପ୍‌ ଦେଇ ଭୁତାନ୍ତୁ ନାହିଁ । ଓଡ଼ିଶାର ଚାଷୀ ମିଛ ପ୍ରତିଶ୍ରୁତି ନୁହେଁ, ନ୍ୟାୟ ମାଗୁଛନ୍ତି । ଚାଷଜମିକୁ ଜଳସେଚନ ସୁବିଧା, ଉତ୍ପାଦିତ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ଏବଂ କୃଷିଜାତ ଦ୍ରବ୍ୟ ସଂରକ୍ଷିତ ରଖିବା ପାଇଁ ଶୀତଳଭଣ୍ଡାର ପ୍ରତିଷ୍ଠା କରି ସରକାର ଚାଷୀମାନଙ୍କୁ ସେମାନଙ୍କ ନ୍ୟାଯ୍ୟ ଅଧିକାର ପ୍ରଦାନ କରନ୍ତୁ । ଯାହାକି ଗତ ୨୪ ବର୍ଷର ଶାସନ କାଳରେ ନବୀନ ସରକାର ପ୍ରଦାନ କରିବାରେ ବିଫଳ ହୋଇଛନ୍ତି । ଆଶ୍ଚର୍ଯ୍ୟର କଥା, ଏ ସରକାର ଗଣମାଧ୍ୟମକୁ ମଧ୍ୟ ସଚିବାଳୟ ପ୍ରବେଶ ଅନୁମତି ଦେଉନାହାନ୍ତି ।" ଏହାଦ୍ଵାରା ଗଣମାଧ୍ୟମର କଣ୍ଠରୋଧ କରାଯାଉଛି । କିନ୍ତୁ କଂଗ୍ରେସ ରାଜ୍ୟବାସୀଙ୍କ ସ୍ବାର୍ଥ ପାଇଁ ତା’ର ସଂଗ୍ରାମ ଜାରି ରଖିବ ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.