ETV Bharat / politics

ବିଜେଡି ବିଜେପି ମିଶିକି ରାଜ୍ୟବାସୀଙ୍କୁ ଧୋକ୍କା ଦେଇଛନ୍ତି: ଶରତ ପଟ୍ଟନାୟକ

Congress slams over BJD and BJP: ଓଡିଶା ପାଇଁ ଖାଲିଥିବା ତୃତୀୟ ରାଜ୍ୟସଭା ସିଟରେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ବିଜେଡିର ଖୋଲା ସମର୍ଥନ । ଓଡିଶାବାସୀଙ୍କୁ ଭୁଆଁ ବୁଲାଇ ଡବଲ ଗେମ ଖେଳୁଥିବାର ସମାଲୋଚନା କଲା କଂଗ୍ରେସ । ଅଧିକ ପଢନ୍ତୁ

ବିଜେଡି ବିଜେପି ମିଶିକି ରାଜ୍ୟବାସୀଙ୍କୁ ଧୋକ୍କା ଦେଇଛନ୍ତି : କଂଗ୍ରେସ

author img

By ETV Bharat Odisha Team

Published : Feb 14, 2024, 8:22 PM IST

ଭୁବନେଶ୍ବର: ରାଜ୍ୟସଭା ଗଣିତକୁ ନେଇ ଆରମ୍ଭ ହୋଇଛି ରାଜନୀତି । ରାଜ୍ୟସଭା ନିର୍ବାଚନ ତାରିଖ ନେଇ ନିର୍ଦେଶନାମା ପ୍ରକାଶ ପାଇବା ବଢିଥିଲା ଉଷ୍ମତା । ଶାସକ ବିଜେଡି ହାତରେ ସଂଖ୍ୟା ଥିବାରୁ 3ଟି ଯାକ ରାଜ୍ୟସଭା ସିଟ ବିଜେଡି ଖାତାକୁ ଯିବା ନିଶ୍ଚିତ ଥିଲା । ବିଜେଡି ପକ୍ଷରୁ କଟକ ବାରବାଟୀ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଏବଂ ପୁରୀର ଯୁବନେତା ଶୁଭାଶିଷ ଖୁଣ୍ଟିଆଙ୍କ ନାଁ ଘୋଷଣା କରିଥିଲା ବିଜେଡି । ହେଲେ ତୃତୀୟ ପ୍ରାର୍ଥୀ ବିଜେଡି ଘୋଷଣା ନକରିବାରୁ ସସପେନ୍ସ ଲାଗି ରହିଥିଲା ।

ସବୁ ସନ୍ସପେନ୍ସର ଅନ୍ତ ଘଟାଇ ଆଜି ବିଜେଡି ପକ୍ଷରୁ ତୃତୀୟ ସିଟ ପାଇଁ ବିଜେପି ପ୍ରାର୍ଥୀ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ପ୍ରାର୍ଥିତ୍ବକୁ ସମର୍ଥନ ଜଣାଇବା ପରେ ଏବେ ଓଡିଶା ରାଜନୀତି ସରଗରମ ହୋଇଛି । ଶାସକ ଦଳକୁ ସବୁବେଳେ କଡା ସମାଲୋଚନା କରୁଥିବା ରାଜ୍ୟ ବିଜେପି ଏବେ ଚୁପ । ସେପଟେ କଂଗ୍ରେସକୁ ପୁଣି ମିଳିଛି ସୁଯୋଗ । ପୂର୍ବରୁ ବିଜେଡି ବିଜେପିର ଭିତିରି ସମ୍ପର୍କକୁ ନେଇ ଖୁଲାସା କରୁଥିବା କଂଗ୍ରେସ ଆଜି ପୁଣି ଉଭୟ ବିଜେଡି ବିଜେପିକୁ ଟାର୍ଗେଟ କରିଛି ।

ପିସିସି ସଭାପତି ଏନେଇ କଡା ସମାଲୋଚନା କରି କହିଛନ୍ତି ଯେ ବିଜେଡି-ବିଜେପି ଏକ ,ସେମାନେ ଓଡିଶାବାସୀଙ୍କୁ ଭୁଆଁ ବୁଲାଉଛନ୍ତି । ଓଡ଼ିଶା ବାସୀଙ୍କୁ ପ୍ରତାରିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ବିଜେଡି-ବିଜେପି ଲିଭ ଇନରେ ଥିଲେ ସ୍ପଷ୍ଟ ହୋଇଗଲା । କଂଗ୍ରେସ ଉଭୟଙ୍କ ସହିତ ଲଢେଇ କରୁଛନ୍ତି । ସେମାନେ ଡବଲ ଗେମ୍ ଖେଳୁଛନ୍ତି । ଏବେ ଓଡ଼ିଶା ସ୍ବାର୍ଥ କଥା କହୁଛି ବିଜେଡି,କାହ୍ନୁ ଚରଣ ଲେଙ୍କାଙ୍କୁ ସମର୍ଥନ ବେଳେ ଓଡ଼ିଶାର ସ୍ବାର୍ଥ ପ୍ରସଙ୍ଗ କୁଆଡେ ଯାଇଥିଲା । ଉଭୟଙ୍କ ବିରୁଦ୍ଧରେ ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ । ରାଜ୍ୟବାସୀ ବିଜେଡିକୁ ଯେଉଁ ଭୋଟ ଦେଇଥିଲେ ନବୀନ ସରକାର ଓଡିଶାବାସୀଙ୍କୁ ଧୋକା ଦେଇଛନ୍ତି । ଗୁପ୍ତ ବୁଝାମଣା କରିବାକୁ ଭୋଟ ଦେଇନଥିଲେ ଓଡ଼ିଶାବାସୀ ।

ଏହା ମଧ୍ୟ ପଢନ୍ତୁ ... ସ୍ବୟଂ ଯୋଜନାକୁ କଂଗ୍ରେସର ସମାଲୋଚନା: "ଚାକିରି ନଦେଇ ଋଣ ଦେବା ଦେବାଳିଆ ପଣର ପ୍ରମାଣ"

ବିଜେଡି,ବିଜେପି ଏବଂ କଂଗ୍ରେସକୁ ଅଲଗା ଭୋଟ ଦେଇଥିଲେ । ହେଲେ ଏମାନେ ଓଡ଼ିଶାବାସୀଙ୍କ ସହ ଛଳନା କରିଛନ୍ତି । ଓଡିଶାବାସୀ କେବେ ବରଦାସ୍ତ କରିବେ ନାହିଁ । ଓଡ଼ିଶାର ଖଣିଜ ପଦାର୍ଥକୁ ଲୁଟିବାକୁ ଏମିତି ଷଡଯନ୍ତ୍ର କରୁଛନ୍ତି ଉଭୟ ବିଜେଡି ଏବଂ ବିଜେପି । ପ୍ରଧାନମନ୍ତ୍ରୀ ଓଡିଶା ଆସି ନବୀନଙ୍କ ବିରୋଧରେ ପଦୁଟିଏ ବି କହିଲେ ନାହିଁ । ଏଠି ନବୀନ ବିଜେପିକୁ ସମର୍ଥନ ନେଇ ପତ୍ର ଲେଖୁଛନ୍ତି ।

ସେଥିପାଇଁ କଂଗ୍ରେସ ବିଜେଡି ବିଜେପିର ବାହାଘର କରିଥିଲା । ଓଡ଼ିଶାର ସମ୍ମାନକୁ ଆମକୁ ରଖିବାକୁ ପଡିବ । ଆଗକୁ କଂଗ୍ରେସ ଏହା ବିରୋଧରେ ସ୍ବର ଉତ୍ତୋଳନ କରିବ ଓ ଯୁବକ ମାନେ ନିର୍ଣ୍ଣାୟକ ଭୂମିକା ନେବେ । ଆଗାମୀ ଦିନରେ ଓଡିଶାବାସୀ ଜବାବ ଦେବେ । ବିଜେଡି ଏବଂ ବିଜେପି ଏବେ ଭୟଭୀତ ତେଣୁ 2024 ରେ ନିଶ୍ଚିତଭାବେ ପରିବର୍ତନ ହେବ । କଂଗ୍ରେସ ପ୍ରତି ଓଡିଶାବାସୀ ପାଖରେ ଆସ୍ଥାଭାଜନ ହୋଇ ଜନମତ କୁ ନିଜ ସପକ୍ଷରେ ନେବା ପାଇଁ ପ୍ରୟାସ ଜୋରଦାର କରିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.