ETV Bharat / politics

3ୟ ପର୍ଯ୍ୟାୟରେ 57 ଲୋକସଭା ପ୍ରାର୍ଥୀ ଦେଲା କଂଗ୍ରେସ, ପଶ୍ଚିମବଙ୍ଗ ବରହମପୁରରୁ ଅଧୀର - Congress releases third list - CONGRESS RELEASES THIRD LIST

Congress releases the third list of 57 candidates: ତୃତୀୟ ପର୍ଯ୍ୟାୟରେ 57 ଲୋକସଭା ପ୍ରାର୍ଥୀ ଦେଲା କଂଗ୍ରେସ । ଅଧିକ ପଢନ୍ତୁ

ତୃତୀୟ ପର୍ଯ୍ୟାୟରେ 57 ଲୋକସଭା ପ୍ରାର୍ଥୀ ଦେଲା କଂଗ୍ରେସ, ପଶ୍ଚିମବଙ୍ଗ ବରହମପୁରରୁ ଅଧୀର

author img

By ETV Bharat Odisha Team

Published : Mar 21, 2024, 10:55 PM IST

ନୂଆଦିଲ୍ଲୀ: ଆଜି ଜାତୀୟ କଂଗ୍ରେସ ଲୋକସଭା ନିର୍ବାଚନ ପାଇଁ ତୃତୀୟ ପର୍ଯ୍ୟାୟରେ 57ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଆଜି ଦଳର ହାଇକମାଣ୍ଡ ମଲ୍ଲିକାର୍ଜୁନ ଖଡଗେଙ୍କ ନେତୃତ୍ବରେ ପାର୍ଟି ମୁଖ୍ୟାଳୟରେ ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ଶେଷ ହେବା ପରେ ସଂଧ୍ୟାରେ ପ୍ରାର୍ଥୀ ଘୋଷଣା କରିଛି ଦଳ ।

ଆଜି ତାଲିକାରେ ଅରୁଣାଚଳ ପ୍ରଦେଶରୁ 2, ଗୁଜୁରାଟରୁ 11,କର୍ଣ୍ଣାଟକରେ 17, ମହାରାଷ୍ଟ୍ରରେ 7, ରାଜସ୍ଥାନରେ 5, ତେଲେଙ୍ଗାନାରେ 5, ପଶ୍ଚିମବଙ୍ଗରେ 8, କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରେ ଗୋଟିଏ ଆସନ ରହିଛି । ତେବେ ପଶ୍ଚିମବଙ୍ଗରେ ଦଳର ପ୍ରଦେଶ କମିଟି ସଭାପତି ତଥା ଲୋକସଭାରେ ବିରୋଧୀ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ ନିଜ ପାରମ୍ପରିକ ଆସନ ବରହମପୁରରୁ ନିର୍ବାଚନ ଲଢିବେ । ଏହି ଆସନରେ ରାଜ୍ୟରେ ଶାସନରେ ଥିବା ମମତାଙ୍କ ଦଳ ତୃଣମୂଳ କଂଗ୍ରେସ ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ୟୁସୁଫ ପଠାନଙ୍କୁ ଟିକେଟ ଦେଇଛି । ଏଥର ରାଜନୀତିରେ ନବାଗତ ୟୁସୁଫ ଓ ଅନୁଭବୀ ଅଧୀରଙ୍କ ମଧ୍ୟରେ ହାଇଭୋଲଟେଜ ଟକ୍କର ଦେଖିବାକୁ ମିଳିବ ।

ଆଜି ଘୋଷିତ ତାଲିକାରେ କିଛି ଚର୍ଚ୍ଚିତ ଚେହେରାଙ୍କ ମଧ୍ୟରେ ପାର୍ଟି ହାଇକମାଣ୍ଡ ମଲ୍ଲିକାର୍ଜୁନ ଖଡଗେଙ୍କ ଜ୍ବାଇଁ ରାଧାକ୍ରିଷ୍ଣା, ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁଶିଲ କୁମାର ସିନ୍ଦେଙ୍କ ଝିଅ ପ୍ରଣତି ସିନ୍ଦେ ପ୍ରମୁଖ ମଧ୍ୟ ରହିଛନ୍ତି । ଏକାଧିକ ରାଜ୍ୟରେ ଦଳ ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନି । ‘ଇଣ୍ଡିଆ’ ମେଣ୍ଟ ସହଯୋଗୀ ଦଳଙ୍କ ସହ ଆସନ ବୁଝାମଣା କାରଣରୁ ଏହି ଘୋଷଣା ବିଳମ୍ବ ହେଉଛି ।

ଏହା ମଧ୍ୟ ପଢନ୍ତୁ :- କେଜ୍ରିଓ୍ବାଲଙ୍କୁ ଗିରଫ କଲା ED, ବାହାରେ ସମର୍ଥକଙ୍କ ପ୍ରବଳ ହଙ୍ଗାମା - ARVIND KEJRIWAL ARRESTED

ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଦଳ ନିଜର ଚର୍ଚ୍ଚିତ ନେତା ରାହୁଲ ଗାନ୍ଧୀଙ୍କ ନାମ ଘୋଷଣା କରିସାରିଛି । ରାହୁଲ ଏଥର କେରଳର ଓ୍ବାଇନାଡ ଆସନରୁ ପୂର୍ବଥର ପରି ନିର୍ବାଚନ ଲଢିବେ । ସେହିପରି ଉଭଣୀ ତଥା ଦଳର ମହାସଚିବ ପ୍ରିୟଙ୍କା ଗାନ୍ଧୀ ନିଜ ପରିବାର ଦୀର୍ଘକାଳୀନ ପାରମ୍ପରିକ ଆସନ ଉତ୍ତର ପ୍ରଦେଶର ରାୟବରେଲୀରୁ ନିର୍ବାଚନୀ ଡେବ୍ୟୁ କରିବା ନେଇ ଯଥେଷ୍ଟ ସମ୍ଭାବନା ଥିଲେ ସୁଦ୍ଧା ତାଙ୍କ ନାମ ଏପର୍ଯ୍ୟନ୍ତ ଦଳ ଘୋଷଣା କରିନାହଁ । କଂଗ୍ରେସର ଭେଟେରାନ ନେତ୍ରୀ ସୋନିଆ ଗାନ୍ଧୀ ପ୍ରଥମ ଥର ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ଗାନ୍ଧୀ ପରିବାର ଏହି ପାରମ୍ପରିକ ଆସନ ଏବେ ଖାଲିପଡିଛି । ଉତ୍ତର ପ୍ରଦେଶରେ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି କଂଗ୍ରେସକୁ 17ଆସନ ଛାଡିଛି । ରାହୁଲ ଦ୍ବିତୀୟ ଆସନ ଭାବେ ପୁଣି ଆମେଠୀକୁ ଫେରିବେ କି ନାହିଁ, ତାହା ଏବେ ମଧ୍ୟ ସନ୍ଦେହ ଘେରରେ ରହିଛି । ଅନ୍ୟପଟେ ଶାସକ ଭାରତୀୟ ଜନତା ପାର୍ଟି ମଧ୍ୟ ଆଜି ତାମିଲନାଡୁ ପାଇଁ 9 ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.