ETV Bharat / politics

4 ରାଜ୍ୟର 17 ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ, କଡପାରୁ ଶର୍ମିଲା - Congress candidates - CONGRESS CANDIDATES

Congress releases a list of 17 candidates: କଡପାରୁ ଲୋକସଭା ନିର୍ବାଚନ ଲଢିବେ ଶର୍ମିଲା । ଆନ୍ଧ୍ର ଓ ଓଡିଶା ବିଧାନସଭା ଓ 4 ରାଜ୍ୟର 17 ଆସନରେ ଲୋକସଭା ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ଅଧିକ ପଢନ୍ତୁ

3 ରାଜ୍ୟର 17 ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ, କଡପାରୁ ଶର୍ମିଲା

author img

By ETV Bharat Odisha Team

Published : Apr 2, 2024, 6:31 PM IST

ନୂଆଦିଲ୍ଲୀ/ହଏଇଦ୍ରାବାଦ: 3 ରାଜ୍ୟର 17 ଲୋକସଭା ଆସନ ଓ 2 ରାଜ୍ୟର ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ଦଳ ଓଡିଶାରେ 8 ସଂସଦୀୟ ଆସନ, ଆନ୍ଧ୍ର ପ୍ରଦେଶରେ 5, ବିହାରରେ 3 ଓ ପଶ୍ଚିମବଙ୍ଗରେ ଗୋଟିଏ ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଆନ୍ଧ୍ରରେ ପିସିସି ସଭାନେତ୍ରୀ ତଥା ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀଙ୍କ ଭଉଣୀ ଓ୍ବା.ଏସ ଶର୍ମିଲା ରେଡ୍ଡୀ କଡପା ଆସନରୁ ଲୋକସଭା ନିର୍ବାଚନ ଲଢିବେ ।

ସେହିପରି ବିହାରରେ କଂଗ୍ରେସ ଇଣ୍ଡିଆ ମେଣ୍ଟର ଅନ୍ୟ ସହଯୋଗୀ ଦଳଙ୍କ ସହ ଭାଗବଣ୍ଟାରେ ପ୍ରାର୍ଥୀ ଘୋଷଣା କରିଛି । ଦଳୀୟ ସାଂସଦ ମହମ୍ମଦ ଜାଓ୍ବେଦ କିଷନଗଞ୍ଜ ଆସନରୁ ଲଢିବାକୁ ଯାଉଛନ୍ତି । ଭେଟେରାନ ନେତା ତାରିକ ଅନଓ୍ବାର କଟିହାର ଓ ବିଧାୟକ ଅଜିତ ଶର୍ମା ଭାଗଲପୁର ଆସନରୁ ଚଳିତଥର ସାଂସଦ ପ୍ରାର୍ଥୀ ହୋଇଛନ୍ତି । ଆନ୍ଧ୍ରରେ ଦଳ ଶର୍ମିଲାଙ୍କୁ ତାଙ୍କ ବାପାଙ୍କ ପାରମ୍ପରିକ ଆସନ କଡପାରୁ ଲୋକସଭା ପ୍ରାର୍ଥୀ କରିଛି ଦଳ । ଉପକୂଳ ଆସନ କାକିନ୍ନାଡାରୁ ପୂର୍ବତନ ରାଜ୍ୟ ଶିକ୍ଷାମନ୍ତ୍ରୀ ଏମ.ଏମ ପାଲାମ ରାଜୁଙ୍କୁ ଦଳ ଟିକେଟ ଦେଇଛି ।

ଲୋକସଭା ଆସନ ବ୍ୟତୀତ କଂଗ୍ରେସ ଓଡିଶାରେ 47 ବିଧାନସଭା ଆସନରେ ମଧ୍ୟ ପ୍ରାର୍ଥୀ ଘୋଷଣା କରିଛି । ଚର୍ଚ୍ଚିତ ଚେହେରାଙ୍କ ମଧ୍ୟରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଏଆଇସିସି ସଦସ୍ୟ ଭକ୍ତଚରଣ ଦାସ ଓ ତାଙ୍କ ପୁଅ ସାଗର ଦାସ ଉଭୟ ବିଧାନସଭା ନିର୍ବାଚନ ଲଢିବେ । ରାଜ୍ୟରେ ଗତନିର୍ବାଚନରେ ଗୋଟିଏ ଲୋକସଭା ଆସନ ଜିତିଥିଲା କଂଗ୍ରେସ । ରାଜ୍ୟ ପିସିସି ସଭାପତି ଶରତ ପଟ୍ଟନାୟକ ନୂଆପଡାରୁ ବିଧାନସଭା ନିର୍ବାଚନ ଲଢୁଛନ୍ତି । ଚଳିତଥର ମଧ୍ୟ କୋରାପୁଟ ଆସନରୁ ସାଂସଦ ସପ୍ତଗିରି ଉଲାକାଙ୍କୁ ଦଳ ସାଂସଦ ପ୍ରାର୍ଥୀ ଭାବେ ରିପିଟ କରିଛି ।

ଏହା ମଧ୍ୟ ପଢନ୍ତୁ :-8 ଲୋକସଭା, 47 ବିଧାନସଭା ଆସନ ସହ ଖାତା ଖୋଲିଲା କଂଗ୍ରେସ: ନୂଆପଡାରୁ ଶରତ, ନର୍ଲାରୁ ଭକ୍ତ ଓ ପାରାଳାଖେମୁଣ୍ଡିରୁ ବିଜୟ - Congress candidates for ls poll

ଲୋକସଭା ପ୍ରାର୍ଥୀ ଘୋଷଣାରେ ସବୁଠୁ ଆଗରେ ରହିଛି ଭାରତୀୟ ଜନତା ପାର୍ଟି । ଏପର୍ଯ୍ୟନ୍ତ ଦଳ ଏକାଧିକ ପର୍ଯ୍ୟାୟରେ ପ୍ରାୟ 4ଶହରୁ ଅଧିକ ପ୍ରାର୍ଥୀ ଘୋଷଣା କରିସାରିଛି । ଏହା ବ୍ୟତୀତ ଦଳ ମଧ୍ୟ ବିଧାନସଭା ନିର୍ବାଚନ ହେବାକୁ ଥିବା 4 ରାଜ୍ୟରେ ପ୍ରାର୍ଥୀ ଘୋଷଣା ଜାରି ରଖିଛି । ଆଜି ଏହିକ୍ରମରେ ଓଡିଶାରେ ଦଳ ପ୍ରଥମ ପର୍ଯ୍ୟାୟରେ 112 ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.