ETV Bharat / politics

ଅଶ୍ବିନୀଙ୍କ ପ୍ରାର୍ଥିତ୍ବକୁ ବିଜେଡିର ସମର୍ଥନ, କଟାକ୍ଷ କଲା କଂଗ୍ରେସ - ଅଶ୍ବିନୀ ବୈଷ୍ଣବଙ୍କୁ ବିଜେଡିର ସମର୍ଥନ

Congress Reaction on BJD support to Ashwini Vaishnaw: ଓଡ଼ିଶାରୁ ପୁଣି ଅଶ୍ବିନୀ ବୈଷ୍ଣବଙ୍କୁ ବିଜେପି ରାଜ୍ୟସଭା ପ୍ରାର୍ଥୀ କରିବା ଓ ବିଜେଡି ସମର୍ଥନ ଦେବାକୁ ନେଇ ତେଜିଛି ରାଜ୍ୟ ରାଜନୀତି । ଉଭୟ ଦଳର ସମ୍ପର୍କକୁ ପୁଣି ଲୋକଲୋଚନକୁ ଟାଣିଛି କଂଗ୍ରେସ । ଅଧିକ ପଢ଼ନ୍ତୁ

ବିଜେଡି ବିଜେପିକୁ କଟାକ୍ଷ କଲା କଂଗ୍ରେସ
ବିଜେଡି ବିଜେପିକୁ କଟାକ୍ଷ କଲା କଂଗ୍ରେସ
author img

By ETV Bharat Odisha Team

Published : Feb 14, 2024, 8:21 PM IST

ବିଜେଡି ବିଜେପିକୁ କଟାକ୍ଷ କଲା କଂଗ୍ରେସ

ଭୁବନେଶ୍ବର: ଓଡିଶା ଏବଂ ଜାତୀୟସ୍ତରରେ ବିଜେଡି ଏବଂ ବିଜେପି ଏକ ବୋଲି କଂଗ୍ରେସ ସବୁବେଳେ ଅଭିଯୋଗ କରିଆସୁଛି । ଯଦିଓ ନବୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ବା ଏନ୍‌ଡିଏରେ ନାହାନ୍ତି, କିନ୍ତୁ ବାହାରୁ ଥାଇ ମଧ୍ୟ ପରୋକ୍ଷରେ ବନ୍ଧୁତାର ଧର୍ମ ନିଭାଉ ଥିବା ସମସ୍ତେ ସାକ୍ଷୀ । ଓଡ଼ିଶାରେ ବିଜେଡି ଓ ବିଜେପି ଯେତେ ରାଜନୈତିକ ବୟାନବାଜି କରିଲେ ମଧ୍ୟ ଉଭୟଙ୍କ ଅଘୋଷିତ ମେଣ୍ଟ ହୋଇଥିବା କଂଗ୍ରେସ ସବୁବେଳେ ସ୍ବର ଉଠାଇଛି । ତେବେ ଆଜି ପୁଣିଥରେ ବିଜେପି ପ୍ରାର୍ଥୀ ଅଶ୍ବିନୀ ବୈଷ୍ଣବଙ୍କୁ ରାଜ୍ୟସଭା ନିର୍ବାଚନରେ ସମର୍ଥନ ଦେବା ନେଇ ବିଜେଡି ଘୋଷଣା କରିବା ପରେ ରାଜନୀତି ତେଜିଛି । ଉଭୟଙ୍କ ସମ୍ପର୍କକୁ ପୁଣି ଲୋକଲୋଚନକୁ ଟାଣିଛି କଂଗ୍ରେସ ।

କଂଗ୍ରେସ ପ୍ରଭାରୀ ଡଃ ଅଜୟ କୁମାର ଆଜି ନିଜ ଏକ୍ସ ହ୍ୟାଣ୍ଡେଲ୍‌ରେ ସିଧାସଳଖ ବିଜେଡି ଏବଂ ବିଜେପିର ଭିତିରି ସମ୍ପର୍କକୁ ନେଇ ଟାର୍ଗେଟ କରିଛନ୍ତି । ଅଜୟ କେନ୍ଦ୍ର ସରକାରଙ୍କ ଦ୍ବାରା ପରିଚାଳିତ ଇଡି, ସିବିଆଇର କାର୍ଯ୍ୟାନ୍ଵୟନ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ଓଡିଶାବାସୀ ଏହାକୁ ଦେଖୁଥିବେ ବୋଲି ଅଜୟ ଏକ୍ସରେ ଲେଖିଛନ୍ତି । 2 ଜୁନ୍‌ 2023 ସନ୍ଧ୍ୟାରେ ବାଲେଶ୍ବରରେ ଘଟିଥିବା ବହୁଚର୍ଚ୍ଚିତ ଟ୍ରେନ୍ ଦୁର୍ଘଟଣାର ଏକ ଫଟୋ ସହ ବିଜେଡି ଅଶ୍ବିନୀଙ୍କ ପ୍ରାର୍ଥିତ୍ବକୁ ସମର୍ଥନ କରିବା ନେଇ ଜାରି କରିଥିବା ପ୍ରେସ୍‌ ବିଜ୍ଞପ୍ତିକୁ ପୋଷ୍ଟ କରିଛନ୍ତି ଅଜୟ । ସେପଟେ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, "ଓଡ଼ିଶାବାସୀ ଓଡ଼ିଶାର ବିକାଶ କରିବାକୁ ବିଜେଡିକୁ ଭୋଟ ଦେଇ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲେ । ବିଜେପି ସହ ଗୁପ୍ତ ବୁଝାମଣା ପାଇଁ ନୁହେଁ । ଏଭଳି କରି ଓଡ଼ିଶାବାସୀଙ୍କୁ ଧୋକା ଦେଇଛନ୍ତି ନବୀନ ପଟ୍ଟନାୟକ । ସେପଟେ ପାଣ୍ଡିଆନ ଏପଟେ ଅଶ୍ବିନୀ, ଅଣଓଡ଼ିଆଙ୍କ ରାଜନୀତି ଆଉ ଚାଲିବନି । ଏହାର ଜବାବ ସେମାନଙ୍କୁ ମିଳିବ ।"

ଏହା ମଧ୍ୟ ପଢ଼ନ୍ତୁ...ହଟିଲା ସସପେନ୍ସ: ଓଡ଼ିଶାରୁ ଅଶ୍ୱିନୀ ବୈଷ୍ଣବ ତୃତୀୟ ରାଜ୍ୟସଭା ପ୍ରାର୍ଥୀ, ବିଜେପିର ଘୋଷଣା, ସମର୍ଥନ ଦେବ ବିଜେଡି

ପ୍ରକାଶଥାଉ, ଓଡ଼ିଶାରୁ 3 ରାଜ୍ୟସଭା ସାଂସଦ ପ୍ରଶାନ୍ତ ନନ୍ଦ, ଅମର ପଟ୍ଟନାୟକ ଓ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ କାର୍ଯ୍ୟକାଳ ଏପ୍ରିଲ 3ରେ ଶେଷ ହେବାକୁ ଯାଉଛି । ଏହି 3ଟି ଆସନ ପାଇଁ ଚଳିତ ମାସ 27 ତାରିଖରେ ନିର୍ବାଚନ ହେବ । ରାଜ୍ୟସଭାକୁ ଏଥର 3 ଜଣ ପ୍ରାର୍ଥୀ ଯାଉଥିବା ବେଳେ ବିଜେଡି ଦୁଇ ଜଣଙ୍କ ନାଁ ଘୋଷଣା କରିଥିଲା । ତେବେ 3ୟ ପ୍ରାର୍ଥୀ କିଏ ହେବେ ତାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା । ବର୍ତ୍ତମାନ ବିଧାନସଭାରେ ସଂଖ୍ୟା ଦୃଷ୍ଟିରୁ ବିଜେଡି 3ଟି ଯାକ ଆସନ ଦଖଲ କରିବାରେ କୌଣସି ସମସ୍ୟା ନାହିଁ । ହେଲେ 2 ଜଣ ପ୍ରାର୍ଥୀ ଘୋଷଣା କରି ସସ୍‌ପେନ୍ସ ରଖିଥିଲେ ନବୀନ । ଶେଷରେ ଆଜି ବିଜେପି ଓଡ଼ିଶାରୁ ପୁଣିଥରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଏହାର ପ୍ରାର୍ଥୀ ଘୋଷଣା କରିଛି । 2019 ଭଳି 2024ରେ ମଧ୍ୟ ସମାନ ଢଙ୍ଗରେ ଅଶ୍ବିନୀଙ୍କୁ ସମର୍ଥନ ଦେବା ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆନୁଷ୍ଠାନିକ ଘୋଷଣା କରିଛନ୍ତି । ଯାହାକୁ ନେଇ ରାଜ୍ୟ ରାଜନୀତି ଜୋର ଧରିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.