ETV Bharat / politics

ବଲାଙ୍ଗିରରେ କଂଗ୍ରେସର ‘ଜନ ଆଶୀର୍ବାଦ ଯାତ୍ରା’, ପୁଅ ପାଇଁ ନରସିଂହଙ୍କ କସରତ - Balangir congress - BALANGIR CONGRESS

jan ashirvad yatra of congress: ବଲାଙ୍ଗିରରେ କଂଗ୍ରେସ ଜାରି ରଖିଛି ଜନ ଆଶୀର୍ବାଦ ଯାତ୍ରା । ପୁଅ ସମରେନ୍ଦ୍ରଙ୍କ ପାଇଁ ପ୍ରଚାର ଜାରି ରଖିଛନ୍ତି ବାପା ନରସିଂହ । ରାଜପରିବାରକୁ ବାହାର ଲୋକ କହି କଲେ କଟାକ୍ଷ । ଅଧିକ ପଢନ୍ତୁ

ବଲାଙ୍ଗିରରେ କଂଗ୍ରେସର ଜନ ଆଶୀର୍ବାଦ ଯାତ୍ରା, ପୁଅ ପାଇଁ ବାପାଙ୍କ କସରତ

author img

By ETV Bharat Odisha Team

Published : Apr 29, 2024, 12:50 PM IST

ବଲାଙ୍ଗିରରେ କଂଗ୍ରେସର ଜନ ଆଶୀର୍ବାଦ ଯାତ୍ରା, ପୁଅ ପାଇଁ ବାପାଙ୍କ କସରତ

ବାଲାଙ୍ଗିର: ନିର୍ବାଚନ ପାଇଁ ସବୁ ଦଳ ଭିନ୍ନ ଭିନ୍ନ ଢଙ୍ଗରେ ପ୍ରଚାର ଆରମ୍ଭ କରିସାରିଛନ୍ତି । ତେବେ ବଲାଙ୍ଗିର କଂଗ୍ରେସ ‘ଜନ ଆଶୀର୍ବାଦ ଯାତ୍ରା’ ଆୟୋଜନ କରିଛି । ଯେଉଁଥିରେ କଂଗ୍ରେସ ପ୍ରାର୍ଥୀ ଗାଁ ଠାରୁ ସହର ପର୍ଯ୍ୟନ୍ତ ବିଭିନ୍ନ ସଂଗଠନ, ସମାଜ ଓ ବିଭିନ୍ନ ବର୍ଗ ଲୋକଙ୍କଠାରୁ ଆଶୀର୍ବାଦ ଭିକ୍ଷା କରିଛନ୍ତି । ତେବେ କଂଗ୍ରେସ ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ରଙ୍କ ପାଇଁ ନିର୍ବାଚନୀ ମୈଦାନରେ ରହିଛନ୍ତି ବାପା ତଥା ବରିଷ୍ଠ ରାଜନେତା ନରସିଂହ ମିଶ୍ର । ପୁଅ ସମରେନ୍ଦ୍ରଙ୍କୁ ଜିତାଇବା ପାଇଁ ବାପା ନରସିଂହ ଖୁବ କସରତ କରୁଥିବାର ଦେଖିବାକୁ ମିଳିଛି ।

କଂଗ୍ରେସ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ଜନ ଆଶୀର୍ବାଦ ଯାତ୍ରାରେ ବଲାଙ୍ଗିର ବିଧାନସଭା ମଣ୍ଡଳୀର ସବୁ ପଞ୍ଚାୟତରେ ଭୋଟରଙ୍କୁ ଭେଟୁଛନ୍ତି । ସବୁ ସଂଗଠନ, ସମାଜ ଓ ବିଭିନ୍ନ ବର୍ଗଲୋକଙ୍କ ସହ ଆଲୋଚନା କରି ନିର୍ବାଚନରେ ବିଜୟି ହେବା ପାଇଁ ସେ ଆଶୀର୍ବାଦ ଲୋଡୁଛନ୍ତି । ତାଙ୍କ ବାପା ତଥା ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ମଧ୍ୟ ପୁଅ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି । ସେ ନିଜେ ପୁଅ ସହ ସବୁ ପଞ୍ଚାୟତ ବୁଲି ଜନ ଆଶୀର୍ବାଦ ସଭା କରି ଲୋକଙ୍କ ଆଶୀର୍ବାଦ ଲୋଡିଛନ୍ତି । ଶାସକ ଦଳକୁ ବିଭିନ୍ନ ପ୍ରସଙ୍ଗରେ ଟାର୍ଗେଟ କରୁଛନ୍ତି ।

ତେବେ ନରସିଂହ ମିଶ୍ରଙ୍କର ବୟସ ଅଧିକ ହୋଇଥିବାରୁ ସେ ଆଉ ନିର୍ବାଚନ ଲଢ଼ି ପାରିବେ ନାହିଁ ବୋଲି ଘୋଷଣା କରିଥିଲେ । ତାଙ୍କ ସାନ ପୁଅ ସମରେନ୍ଦ୍ରଙ୍କୁ ସେ ଏଥର ନିର୍ବାଚନ ମୈଦାନକୁ ଆଣିଛନ୍ତି । ସେହିପରି କୌଣସି ଭଲ କାମ କରିବା ପୂର୍ବରୁ ସମସ୍ତଙ୍କର ଆଶୀର୍ବାଦ ଜରୁରୀ ଥାଏ, ତେଣୁ କଂଗ୍ରେସ ଏହି ଜନ ଆଶୀର୍ବାଦ ଯାତ୍ରା ଆରମ୍ଭ କରିଥିବା କହିଛନ୍ତି ନରସିଂହ । ତେବେ ପ୍ରତ୍ୟକ ପଞ୍ଚାୟତରେ ଏହା କରାଯାଇଥିଲା ଓ ଲୋକେ ବହୁ ମାତ୍ରାରେ ଏଥିରେ ସାମିଲ ହୋଇଥିଲେ ବୋଲି ସେ କହିଛନ୍ତି । ଏହି ଆଶୀର୍ବାଦ ଯାତ୍ରାରେ ଲୋକଙ୍କୁ ତାଙ୍କ ସୁବିଧା ଅସୁବିଧା ତଥା ଅଞ୍ଚଳର ବିକାଶ ପାଇଁ ତାଙ୍କ ପୁଅ ଓ ସେ ସବୁ ବେଳେ ଲୋକଙ୍କ ସାଥିରେ ଅଛନ୍ତି ଓ ରହିବେ ବୋଲି ମଧ୍ୟ ନରସିଂହ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ:- କଂଗ୍ରେସ ପ୍ରାର୍ଥୀଙ୍କ ନିର୍ବାଚନୀ ପ୍ରଚାର, ବିଜେଡି ଓ ବିଜେପି ଉପରେ ବର୍ଷିଲେ ଶ୍ରୀକାନ୍ତ ଜେନା - Congress Campaign in Balasore

ରାଜ୍ୟ ସରକାର ଓ କେନ୍ଦ୍ର ସରକାର ମିଛ କହି ଆଜି ଯାଏଁ ଶାସନ କରି ଆସୁଛନ୍ତି । ଏମାନେ କେବଳ ଧନୀ ବର୍ଗର ସରକାର ହୋଇଥିବା ବେଳେ ଉଭୟ ବିଜେପି ଓ ବିଜେଡ଼ି ଗରିବ ବିରୋଧୀ । ତେଣୁ ସମୟ ଆସିଛି ଉଭୟ ସରକାରଙ୍କୁ ଉପାଡି ଫିଙ୍ଗିବାର ଏବଂ ଲୋକ ଏଥର ନିଶ୍ଚୟ କଂଗ୍ରେସକୁ ବାଛିବେ ଓ ତାଙ୍କର ବିଜୟ ନିଶ୍ଚିତ ବୋଲି କହିଛନ୍ତି ନରସିଂହ । ସମାନ ଭାବରେ ସେ ଏଠିକାର ବିଜେଡି ରାଜନେତା ତଥା ରାଜପରିବାରକୁ ମଧ୍ୟ ଆକ୍ଷେପ କରି କହିଛନ୍ତି ଯେ, ଏମାନେ ଏଠିକାର ଲୋକ ନୁହନ୍ତି । କେବଳ ନିର୍ବାଚନ ଆସିଲେ ଏମାନେ ଏଠାକୁ ଆସିଥାଆନ୍ତି । ତେଣୁ ନିଜ ଲୋକଙ୍କୁ ଲୋକେ ଭୋଟ ଦେବେ ଓ କଂଗ୍ରେସ ସଫଳ ହେବ ବୋଲି ନରସିଂହ କହିଛନ୍ତି । ସେପଟେ ପୁଅ ସମରେନ୍ଦ୍ର ମଧ୍ୟ ବାପାଙ୍କ ବିକାଶ ଧାରାକୁ ଆଗକୁ ଜାରି ରଖିବେ ବୋଲି ଭୋଟ ମାଗୁଛନ୍ତି ।

ଇଟିଭି ଭାରତ, ବାଲାଙ୍ଗିର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.