ETV Bharat / politics

ବିଧାନସଭା ଅଧିବେଶନ: ସରକାରଙ୍କୁ ଘେରିବାକୁ ପ୍ରସଙ୍ଗର ଲମ୍ବା ତାଲିକା ଦେଖାଇଲେ ନରସିଂହ - ବିଧାନସଭା ଅଧିବେଶନ

Congress MLA Narasingha Mishra: ଷୋଡ଼ଶ ବିଧାନସଭାର ଶେଷ ଅଧିବେଶନରେ ସରକାରଙ୍କୁ ଘେରିବାକୁ କଂଗ୍ରେସ ପାଖରେ ମାଳ ମାଳ ପ୍ରସଙ୍ଗ । ଧର୍ମ ନାଁରେ ରାଜନୀତି କରାନଯାଉ କହିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଅଧିକ ପଢ଼ନ୍ତୁ

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର
କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର
author img

By ETV Bharat Odisha Team

Published : Feb 4, 2024, 11:05 PM IST

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର

ଭୁବନେଶ୍ବର: ସୋମବାର (ଫେବୃଆରୀ ୫)ଠାରୁ ଆରମ୍ଭ ହେବ ଷୋଡ଼ଶ ବିଧାନସଭାର ଶେଷ ଅଧିବେଶନ । ସ୍ବଳ୍ପକାଳୀନ ଅଧିବେଶନରେ ଲମ୍ବା ପ୍ରସଙ୍ଗ ନେଇ ଗୃହରେ ଶାସକ ଦଳକୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି ବିରୋଧୀ । କଂଗ୍ରେସ କହିଛି ପ୍ରସଙ୍ଗ ମାଳ ମାଳ ହେଲେ ସରକାର ଗୃହ ଚଳାଇବା ଉପରେ ନିର୍ଭର କରେ । ବିଜେପି ମଧ୍ୟ ସରକାରଙ୍କୁ ପ୍ରଶ୍ନବାଣରେ ଘାଇଲା କରିବା ପାଇଁ ପ୍ରସ୍ତୁତ । ୫ ତାରିଖରେ ବିଜେଡି ବିଧାଦୟ ଦଳ ବୈଠକରେ ଶାସକ ଦଳ ରଣନୀତି ପ୍ରସ୍ତୁତ କରିବ । ତେବେ ରାଜ୍ୟରେ ବିଭିନ୍ନ ସମସ୍ୟା ନେଇ ସରକାରଙ୍କୁ ପ୍ରଶ୍ନ କରିବା ପାଇଁ ସ୍ବଳ୍ପ ସମୟ ମଧ୍ୟରେ ଚେଷ୍ଟା କରାଯିବ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ।

ନରସିଂହ କହିଛନ୍ତି, "ବିଧାନସଭାର ଶେଷ ଅଧିବେଶନ ବସିବ । ପ୍ରଶ୍ନ ଅନେକ ସମୟ କମ । ରାଜ୍ୟରେ ଓ କେନ୍ଦ୍ରରେ ଧର୍ମ ନାଁରେ ରାଜନୀତି କରାଯାଉଛି । ସରକାରୀ ଟଙ୍କାରେ ରାଜନୀତି କରାଯାଉଛି । ସେ କଥା ଉଠାଇବୁ । ଆଞ୍ଚଳିକ ବୈଷମ୍ୟତା କଥା ଉଠିବ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ୪ ହଜାର କୋଟିରୁ ଊର୍ଦ୍ଧ୍ବ ଟଙ୍କା ବ୍ୟୟ ହୋଇଛି, ଯାହାର ହିସାବ ଦେଲେ ନାହିଁ ସରକାର । ଓଡିଶାବାସୀଙ୍କୁ ଅନ୍ଧାରରେ ରଖାଗଲା । ସରକାରୀ ସ୍କୁଲରେ ଶିକ୍ଷକ ନାହାନ୍ତି, ଆବଶ୍ୟକ ଭିତ୍ତିଭୂମି ନାହିଁ । ଡାକ୍ତରଖାନାରେ ଡାକ୍ତର ନାହାନ୍ତି । ଏଭଳି ବିଭିନ୍ନ ପ୍ରସଙ୍ଗ ରହିଛି । କଣ ଆଗେ ଓ କଣ ପଛରେ ଆଲୋଚନା ହେବ ସେକଥା ଆମେ ପରେ ନିଷ୍ପତ୍ତି ନେବୁ, କିନ୍ତୁ ସ୍ବଳ୍ପ ସମୟରେ ଏ ସବୁ ପ୍ରସଙ୍ଗ ଉଠାଇବାକୁ ଆମେ ଚେଷ୍ଟା କରିବୁ ।"

ଏହା ମଧ୍ୟ ପଢ଼ନ୍ତୁ...ଶେଷ ଅଧିବେଶନ ପାଇଁ ବସିଲା ସର୍ବଦଳୀୟ ବୈଠକ; ସହଯୋଗ ଲୋଡିଲେ ବାଚସ୍ପତି

ନିର୍ବାଚନ ପୂର୍ବରୁ ଏହା ଶେଷ ଅଧିବେଶନ ହେଉଥିବାରୁ ବେଶ ସରଗମର ହେବ । ଉଭୟ ଶାସକ ଓ ବିରୋଧୀ ଗୃହରେ ବିଭିନ୍ନ ପ୍ରସଙ୍ଗରେ ମୁହାଁମୁହିଁ ହେବେ । ଫେବୃଆରୀ ୫ (ସୋମବାର) ବିଜେଡି ବିଧାକୟ ଦଳ ବୈଠକ ବସିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବାକୁ ଯାଉଥିବା ଏହି ବୈଠକରେ ଅଧିବେଶନ ପାଇଁ ରଣନୀତି ପ୍ରସ୍ତୁତ କରିବ ଶାସକ ଦଳ । ସେହିପରି ବିରୋଧୀ ମଧ୍ୟ ଚାଷୀଠାରୁ ଆରମ୍ଭ କରି ଆଇନ ଶୃଙ୍ଖଳାକୁ ମୁଖ୍ୟ ପ୍ରସଙ୍ଗ କରିବାକୁ ଯାଉଛନ୍ତି । ଯାହା ଉଭୟ ଦଳର ବିଧାୟକ ଦଳ ବୈଠକରେ ରଣନୀତି ପ୍ରସ୍ତୁତ କରାଯିବ । ତେବେ ବିରୋଧୀ ଦଳର ସବୁ ପ୍ରସଙ୍ଗରେ ସରକାର ଆଲୋଚନା କରିବାକୁ ପ୍ରସ୍ତୁ୍ତ ବୋଲି ଶାସକ ଦଳ କହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.