ETV Bharat / politics

ନିଆଳି ମୈଦାନରେ ଉଚ୍ଚ ଶିକ୍ଷିତ ଜ୍ୟୋତିରଞ୍ଜନ, ଅଞ୍ଚଳର ମୌଳିକ ସମସ୍ୟା ସାଜିଛି ମୁଖ୍ୟ ମୁଦ୍ଦା - NIALI ASSEMBLY CONSTITUENCY - NIALI ASSEMBLY CONSTITUENCY

Niali Assembly Constituency: ନିଆଳି ବିଧାନସଭା ଆସନ ପାଇଁ କଂଗ୍ରେସ ଯୁବ ଚେହେରା ଜ୍ୟୋତିରଞ୍ଜନ ମଲ୍ଲିକଙ୍କୁ ପ୍ରାର୍ଥୀ କରିଛି । ଅଞ୍ଚଳର ମୌଳିକ ସମସ୍ୟା ସହ ବିଜେଡି ବିଧାୟକଙ୍କ ବିରୋଧରେ ଜନ ଅସନ୍ତୋଷକୁ ମୁଦ୍ଦା କରିଛନ୍ତି ଜ୍ୟୋତି ରଞ୍ଜନ । ତେବେ ନିଆଳି ନିର୍ବାଚନ ମଣ୍ଡଳୀରେ ଆସନ୍ତା ଜୁନ ୧ ତାରିଖ ଦିନ ମତଦାନ ହେବ । ଅଧିକ ପଢନ୍ତୁ

Niali Assembly Constituency
Niali Assembly Constituency (ETV Bharat Odisha)
author img

By ETV Bharat Odisha Team

Published : May 9, 2024, 7:53 PM IST

Niali Assembly Constituency (ETV Bharat Odisha)

ନିଆଳି: ଚତୁର୍ଥ ପର୍ଯ୍ୟାୟ ସାଧାରଣ ନିର୍ବାଚନ ପାଇଁ ଆରମ୍ଭ ହୋଇଯାଇଛି ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା । ତିନି ଦଳ ପକ୍ଷରୁ ଆରମ୍ଭ ହୋଇଯାଇଛି ଛକାପଞ୍ଝା । ବିଭିନ୍ନ ପ୍ରସଙ୍ଗକୁ ନେଇ ପ୍ରାର୍ଥୀମାନେ ଭୋଟରଙ୍କ ନିକଟତର ହେବା ପାଇଁ ରଣନୀତି ପ୍ରସ୍ତୁତି କରିଛନ୍ତି । କଟକ ଜିଲ୍ଲା ତଥା ଜଗତସିଂହପୁର ଲୋକସଭା ଆସନ ଅନ୍ତର୍ଗତ ନିଆଳି ନିର୍ବାଚନ ମଣ୍ଡଳୀରେ ଆସନ୍ତା ଜୁନ ୧ ତାରିଖ ଦିନ ଭୋଟ ଗ୍ରହଣ ଅନୁଷ୍ଠିତ ହେବ । ଏଥିପାଇଁ କଂଗ୍ରେସ, ବିଜେଡି ଓ ବିଜେପି ଦଳର ପ୍ରାର୍ଥୀମାନେ ନିଜ ଆଡକୁ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଅନେକ ବୈଠକ ଓ କର୍ମୀ ସମ୍ମିଳନୀ ମାଧ୍ୟମରେ ବିଭିନ୍ନ ପ୍ରସଙ୍ଗକୁ ଭିତ୍ତିକରି ଭୋଟରଙ୍କ ମନ ଜିଣୁଛନ୍ତି ।

ନିଆଳି ବିଧାନସଭା ଆସନ ପାଇଁ ଏଥର କଂଗ୍ରେସ ଦଳ ଜଣେ ଯୁବ ଚେହେରାଙ୍କୁ ପ୍ରାର୍ଥୀ କରି ଦଳକୁ ସଦୃଢ କରିବା ସହିତ ଭୋଟରଙ୍କ ସମର୍ଥନ ଗୋଟାଉଛି । କଟକ ଜିଲ୍ଲା ନିଆଳି ବ୍ଳକ ନୂଆଗାଁ ଗ୍ରାମପଞ୍ଚାୟତ ସରପଞ୍ଚ ଜ୍ୟୋତି ରଞ୍ଜନ ମଲ୍ଲିକଙ୍କୁ କଂଗ୍ରେସ ନିଆଳି ବିଧାନସଭା ପ୍ରାର୍ଥୀ ଭାବେ ମୈଦାନକୁ ଓହ୍ଲାଇଛି । ସୂଚନାଯୋଗ୍ୟ ଯେ ୨୦୨୨ ମସିହାରେ ଜ୍ୟୋତି ରଞ୍ଜନ ମଲ୍ଲିକ ନୂଆଗାଁ ଗ୍ରାମପଞ୍ଚାୟତ ସରପଞ୍ଚ ଭାବରେ ନିର୍ବାଚନ ହୋଇଛନ୍ତି । ଏକ ରାଜନୈତିକ ପରିବାରରୁ ଆସୁଥିବା ଜ୍ୟୋତି ରଞ୍ଜନ ଇଞ୍ଜିନିୟରିଂ ପାଠ ପଢିଥିବା ସହ ବାଙ୍ଗାଲୋରରେ ଚାକିରି ଛାଡ଼ି ରାଜନୀତିରେ ପାଦ ଥାପିଛନ୍ତି । ଜ୍ୟୋତି ରଞ୍ଜନଙ୍କ ବାପା ଆର୍ତ୍ତତ୍ରାଣ ମଲ୍ଲିକ ୨୦୦୯ ମସିହାରେ କଂଗ୍ରେସ ଦଳରୁ ବିଧାୟକ ପ୍ରାର୍ଥୀ ହୋଇଥିଲେ ଏବଂ ୪୦ ହଜାରରୁ ଊର୍ଦ୍ଧ୍ବ ଭୋଟ ପାଇଥିଲେ । ଜ୍ୟୋତି ରଞ୍ଜନଙ୍କ ମାଆ ଗୀତାଞ୍ଜଳି ମଧ୍ୟ କଂଗ୍ରେସ ଦଳରୁ ଜିଲ୍ଲା ପରିଷଦ ପାଇଁ ନିର୍ବାଚନ ଲଢ଼ିଛନ୍ତି ।

ଏହା ମଧ୍ୟ ପଢନ୍ତୁ ... ଶୋଭାଯାତ୍ରାରେ ଆସି ନାମାଙ୍କନ ଭରିଲେ ବିଜେଡ଼ି ବିଧାୟକ ପ୍ରାର୍ଥୀ ପ୍ରମୋଦ ମଲ୍ଲିକ - Pramod Mallick Files Nomination

ଜ୍ୟୋତି ରଞ୍ଜନ ନିଆଳି, କଣ୍ଟାପଡ଼ା ଓ ବାରଙ୍ଗ ବ୍ଲକ ଅଞ୍ଚଳରେ କର୍ମୀ ସମ୍ମିଳନୀ ଏବଂ ବୈଠକ ମାଧ୍ୟମରେ ଲୋକଙ୍କ ନିକଟକୁ ଯାଇ ବିଭିନ୍ନ ପ୍ରସଙ୍ଗକୁ ମୁର୍ଦ୍ଦା କରି ନିଜ ସପକ୍ଷରେ ଭୋଟ ଭିକ୍ଷା କରୁଥିବା ନେଇ କହିଛନ୍ତି ଜ୍ୟୋତି ରଞ୍ଜନ । ନିଆଳିରେ ଶିକ୍ଷା, ସ୍ବାସ୍ଥ୍ୟ, କୃଷି ଏବଂ ବିଭିନ୍ନ ସମସ୍ୟାକୁ ନିଆଳି ଭୋଟରଙ୍କ ନିକଟତର ପହଞ୍ଚାଇ ସହିତ ବଳ ଯୋଗାଡ କରୁଛି କଂଗ୍ରେସ ବୋଲି କହିଛନ୍ତି ଜ୍ୟୋତି ରଞ୍ଜନ ।‌ ସେ କହିଛନ୍ତି ଯେ, ପ୍ରାୟ ୪୫ ଟି ପଞ୍ଚାୟତ ବୁଲିବା ସହିତ ଲୋକଙ୍କ ସମସ୍ୟା ବୁଝିଛନ୍ତି । ୧୫ ବର୍ଷ ଧରି ବିଜେଡି ବିଧାୟକ ଲୋକଙ୍କ ପାଇଁ ଉନ୍ନତିମୂଳକ କାର୍ଯ୍ୟ କରି ନଥିବା ନେଇ ଅଭିଯୋଗ କରିଛନ୍ତି ଜ୍ୟୋତି ରଞ୍ଜନ । ସେହିଭଳି ଲୋକଙ୍କୁ ଦଳ ଭିତ୍ତିକରେ ରାସନ, ଭତ୍ତା ଓ ଆବାସ କ୍ଷେତ୍ରରେ ପାତରଅନ୍ତର କରାଯାଉଛି । କେବଳ ନିର୍ବାଚନ ସମୟରେ ହିଁ ବିଜେଡି ପ୍ରାର୍ଥୀ ଓ ନେତାଙ୍କ ଦେଖା ମିଳିଥାଏ ବୋଲି କହିଛନ୍ତି ଜ୍ୟୋତି ରଞ୍ଜନ ।

ପ୍ରକାଶଯୋଗ୍ୟ ଯେ ବିଜେଡି ପ୍ରାର୍ଥୀ ଡାକ୍ତର ପ୍ରମୋଦ କୁମାର ମଲ୍ଲିକ ନିଆଳିରୁ ତିନି ଥର ବିଧାୟକ ହୋଇ ସାରିଛନ୍ତି ଏବଂ ଚଳିତ ସାଧାରଣ ନିର୍ବାଚନରେ ପୁଣି ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି । ସେପଟେ ୨୦୧୪ ମସିହାର କଂଗ୍ରେସ ପ୍ରାର୍ଥୀ ଛବି ମଲ୍ଲିକ ୨୦୧୯ ରେ ବିଜେପି ଟିକେଟରୁ ଲଢି ଥରେ ପୁଣି ପରାଜୟ ହୋଇଥିଲେ । ୨୦୨୪ ରେ ବିଜେପି ପୁଣି ଭରସା କରିଛି ଛବି ମଲ୍ଲିକଙ୍କୁ । ତେବେ ବୟସରେ ଓ ଅଭିଜ୍ଞତାରେ ଜ୍ୟୋତି ରଞ୍ଜନ ଅନ୍ୟ ଦୁଇ ପ୍ରମୁଖ ପ୍ରାର୍ଥୀଙ୍କ ଠାରୁ କମ୍ ହୋଇଥିଲେ ମଧ୍ୟ ନିଆଳିର ସମସ୍ୟା ଓ ପ୍ରସଙ୍ଗଙ୍କୁ ପାଥେୟ କରି କିଭଳି ଜନସମର୍ଥନ ହାସଲ କରୁଛନ୍ତି ତାହା ସମୟ କହିବ ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.