ETV Bharat / politics

‘କଂଗ୍ରେସ ଇସ୍ତାହାର ଭାରତ ନୁହେଁ, ପାକିସ୍ତାନ ନିର୍ବାଚନ ପାଇଁ ପ୍ରଯୁଜ୍ୟ’ - Biswa Sarma on Congress manifesto - BISWA SARMA ON CONGRESS MANIFESTO

Himanta Biswa Sarma target Congress manifesto: କଂଗ୍ରେସ ନିର୍ବାଚନୀ ଘୋଷଣାପତ୍ରକୁ ଆସାମ ମୁଖ୍ୟମନ୍ତ୍ରୀ ବିଶ୍ବଶର୍ମାଙ୍କ କଡା ଟାର୍ଗେଟ । କହିଲେ ଭାରତ ନୁହେଁ ପାକିସ୍ତାନ ନିର୍ବାଚନ ପାଇଁ ପ୍ରଯୁଜ୍ୟ । ଦଳବଦଳ ନେତା କହି ପାଲଟା ଟାର୍ଗେଟ କଲା କଂଗ୍ରେସ । ଅଧିକ ପଢନ୍ତୁ

‘କଂଗ୍ରେସ ଇସ୍ତାହର ଭାରତ ନୁହେଁ, ପାକିସ୍ତାନ ନିର୍ବାଚନ ପାଇଁ ପ୍ରଜୁଜ୍ୟ’

author img

By ETV Bharat Odisha Team

Published : Apr 7, 2024, 4:24 PM IST

Updated : Apr 7, 2024, 6:34 PM IST

ଗୌହାଟୀ: ସାଧାରଣ ନିର୍ବାଚନ ପାଇଁ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଜାତୀୟ ଇସ୍ତାହାର ବା ନିର୍ବାଚନୀ ଘୋଷଣାପତ୍ର ଜାରି କରିସାରିଛି । ଏଥିରେ ଦଳ 5-ନ୍ୟାୟ ଓ 25 ଗ୍ୟାରେଣ୍ଟି କଥା ଉଠାଇଛି । ହେଲେ ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ତମାମ ବିଜେପି ଶୀର୍ଷ ନେତା କଡା ସମାଲୋଚନା କରିବାରେ ଲାଗିଛନ୍ତି । କଂଗ୍ରେସର ଏହି ଘୋଷଣାପତ୍ର ମୁସଲିମ ଲିଗର ବିଚାରାଧାରାକୁ ପ୍ରତିଫଳିତ କରୁଛି ବୋଲି ଗତକାଲି ପ୍ରଧାନମନ୍ତ୍ରୀ କହିଥିଲେ । ଏବେ ବିଜେପିର ଅନ୍ୟତମ ଚର୍ଚ୍ଚିତ ନେତା ତଥା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ମଧ୍ୟ ଏହାକୁ ସିଧା ପାକିସ୍ତାନ ସହ ଯୋଡି କଟାକ୍ଷ କରିଛନ୍ତି । କଂଗ୍ରେସ ଦ୍ବାରା ଜାରି ଘୋଷଣାପତ୍ର ଭାରତ ନୁହେଁ ବରଂ ପାକିସ୍ତାନ ନିର୍ବାଚନ ପାଇଁ ଅଧିକ ସଠିକ ଅନୁଭବ ହେଉଛି ବୋଲି ବିଶ୍ବଶର୍ମା କହିଛନ୍ତି ।

ଆଜି ଜୋରାହାଟରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବା ଅବସରେ କଂଗ୍ରସକୁ ସମାଲୋଚନା କରିବା ପାଇଁ ଏହି ଇସ୍ତାହାରକୁ ପ୍ରସଙ୍ଗ କରିଛନ୍ତି ବିଶ୍ବଶର୍ମା । କହିଛନ୍ତି,‘‘ ଏହା କେବଳ ତୁଷ୍ଟିକରଣ ରାଜନୀତିର ଏକ ଝଲକ । ଏହା ଭାରତ ନୁହେଁ ବରଂ ପାକିସ୍ତାନ ନିର୍ବାଚନ ପାଇଁ ଅଧିକ ସଠିକ ହେବ । କଂଗ୍ରେସ ଭୋଟବ୍ୟାଙ୍କ ପାଇଁ ଦେଶକୁ ବାଣ୍ଟିବାକୁ ଉଦ୍ୟମ କରୁଛି । ହିନ୍ଦୁ ହୁଅନ୍ତୁ କିମ୍ବା ମୁସଲିମ କେହି ତିନିତଲାକ ଉଚ୍ଛେଦକୁ ବିରୋଧ କରିନାହାନ୍ତି । କେହି ବାଲ୍ୟବିବାହ ଓ ବହୁବିବାହ ପରି କୁଶ୍ଚିତ ପ୍ରଥାକୁ ମଧ୍ୟ ସମର୍ଥନ କରୁନାହାନ୍ତି । ମାତ୍ର କଂଗ୍ରେସ କେବଳ କ୍ଷମତା ହାସଲ କରିବା ପାଇଁ ସମାଜକୁ ବାଣ୍ଟିବାକୁ ଚାହୁଁଛି ।’’

କଂଗ୍ରେସକୁ କଡା ଟାର୍ଗେଟ କରିବା ସହ ହିମନ୍ତ ଏଥର ସାଧାରଣ ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ବିଶାଳ ବିଜୟକୁ ନେଇ ମଧ୍ୟ ଦମ୍ଭୋକ୍ତି ଦେଖାଇଛନ୍ତି । ଆସାମରେ ବିଜେପି ସମସ୍ତ 14 ଲୋକସଭା ଆସନରେ କ୍ଲିନସ୍ବିପ କରିବାକୁ ଯାଉଛି ବୋଲି ବିଶ୍ବଶର୍ମା କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ନିର୍ବାଚନ ସମୟରେ କେତେ ଟଙ୍କା ଓ ସୁନା ବାହାରକୁ ନେଇପାରିବେ ? ଜାଣନ୍ତି କି କଣ ରହିଛି ନିୟମ - GOLD AND CASH RULES IN ELECTION

ବିଶ୍ବଶର୍ମାଙ୍କ ଏହି ସମାଲୋଚନା ପରେ କଂଗ୍ରେସ ମଧ୍ୟ ତାଙ୍କୁ ପାଲଟା ଆକ୍ରମଣ କରିବାକୁ ପଛାଇ ନାହିଁ । ଦଳ କହିଛି, ହିମନ୍ତ ହେଉଛନ୍ତି ଜଣେ ଦଳବଦଳ ନେତା । ସେ ପୂର୍ବରୁ କଂଗ୍ରେସରେ ଥଲେ । ସେ କଂଗ୍ରେସର ଧର୍ମ ନିରପେକ୍ଷ ନୀତିକୁ ବୁଝିପାରିବେ ନାହିଁ । ବିଜେପିରେ ସାମିଲ ହେବା ପରେ କଂଗ୍ରେସକୁ ସମାଲୋଚନା କରି ଦଳ ପ୍ରତି ଆନୁଗ୍ୟତତା ଦେଖାଇବାକୁ ପ୍ରୟାସ କରୁଛନ୍ତି । ସେଥିପାଇଁ କଂଗ୍ରେସକୁ ନେଇ ଏପରି ମନ୍ତବ୍ୟ ବାରମ୍ବାର ଦେଉଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 7, 2024, 6:34 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.