ETV Bharat / politics

୨୯ରେ କଂଗ୍ରେସର ଓଡିଶା ବଞ୍ଚାଅ ସମାବେଶ, ଗୁରୁମନ୍ତ୍ର ଦେବେ ଖଡ୍‌ଗେ - Congress Leaders on Kharge visit

Mallikarjun Kharge visit to Odisha: ୨୯ରେ ଭୁବନେଶ୍ବର ଲୋୟର ପିଏମ୍‌ଜିରେ କଂଗ୍ରେସର ଓଡିଶା ବଞ୍ଚାଅ ସମାବେଶରେ ଯୋଗଦେବେ ଏଆଇସିସି ଅଧ୍ୟକ୍ଷ ମଲିକାର୍ଜୁନ ଖଡ୍‌ଗେ । ବରିଷ୍ଠ କଂଗ୍ରେସ ନେତା ଏବଂ କଂଗ୍ରେସ ମେଣ୍ଟରେ ଥିବା ଦଳମାନଙ୍କ ସହ ମଧ୍ୟ ଆଲୋଚନା କରିବେ ଖଡ୍‌ଗେ । ଅଧିକ ପଢ଼ନ୍ତୁ

୨୯ରେ କଂଗ୍ରେସର ଓଡିଶା ବଞ୍ଚାଅ ସମାବେଶ
୨୯ରେ କଂଗ୍ରେସର ଓଡିଶା ବଞ୍ଚାଅ ସମାବେଶ
author img

By ETV Bharat Odisha Team

Published : Jan 27, 2024, 9:47 PM IST

୨୯ରେ କଂଗ୍ରେସର ଓଡିଶା ବଞ୍ଚାଅ ସମାବେଶ

ଭୁବନେଶ୍ବର: ୨୯ରେ ଭୁବନେଶ୍ବରରେ କଂଗ୍ରେସର ଓଡିଶା ବଞ୍ଚାଅ ସମାବେଶ । ଓଡିଶା ଗସ୍ତରେ ଆସିବେ ଏଆଇସିସି ଅଧ୍ୟକ୍ଷ ମଲିକାର୍ଜୁନ ଖଡ୍‌ଗେ । ୨୯ରେ ଓଡ଼ିଶାରେ ପହଞ୍ଚିବା ପରେ ଲୋୟର ପିଏମ୍‌ଜିରେ ଅନୁଷ୍ଠିତ ହେବ ଓଡିଶା ବଞ୍ଚାଅ ସମାବେଶ । ଏହି ସମାବେଶରେ ଉଦବୋଧନ ଦେବେ ଏଆଇସିସି ଅଧ୍ୟକ୍ଷ । ସମାବେଶ ପରେ ବରିଷ୍ଠ କଂଗ୍ରେସ ନେତା ଏବଂ କଂଗ୍ରେସ ମେଣ୍ଟରେ ଥିବା ଦଳମାନଙ୍କ ସହ ମଧ୍ୟ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଏଆଇସିସି ସଭାପତି ଭାବରେ ଦାୟିତ୍ବ ଗ୍ରହଣ କରିବା ପରେ ଏହା ହେଉଛି ଖଡ୍‌ଗେଙ୍କ ପ୍ରଥମ ଓଡ଼ିଶା ଗସ୍ତ ।

ତେବେ ଏଆଇସିସି ଅଧ୍ୟକ୍ଷଙ୍କ ଗସ୍ତ କାର୍ଯ୍ୟକ୍ରମର ସୂଚନା ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ। ଏହା ସହିତ ବିଜେଡି ସରକାରଙ୍କୁ ଟାର୍ଗେଟ କରି ପିସିସି ସଭାପତି କହିଛନ୍ତି, "ରାଜ୍ୟ ସରକାର ରାଜ୍ୟକୁ ଦରିଦ୍ର ରାଜ୍ୟ ଭାବରେ ପରିଣତ କରିଛନ୍ତି । ନିର୍ବାଚନ ଆଗରୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ପୂରଣ କରିନାହାନ୍ତି । ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଜନତାଙ୍କ ଭାବାବେଗ ସହ ଖେଳ ଖେଳୁଛନ୍ତି । କେବଳ ଭୋଟ ଆସିଲେ ମହାପ୍ରଭୁ ଜଗନ୍ନାଥ ଏବଂ ମା' ସମଲେଇଙ୍କ କଥା ମନେପଡେ । ରାଜ୍ୟରେ ଅଣଓଡ଼ିଆ ଶାସନ ଚଳିବ ନାହିଁ । ରାଜ୍ୟରେ ନିଶ୍ଚିନ୍ତ ଭାବରେ ରାଜନୈତିକ ପରିବର୍ତ୍ତନ ହେବ ।"

ଏହା ମଧ୍ୟ ପଢ଼ନ୍ତୁ...ଆସୁଛନ୍ତି ଖଡଗେ ଚଳଚଞ୍ଚଳ କଂଗ୍ରେସ କ୍ୟାମ୍ପ, ଜୟଦେବଙ୍କ ଅଧ୍ୟକ୍ଷତାରେ ବସିଲା ବୈଠକ

ଜାନୁଆରୀ ୨୯ରେ ଜନ ସାଧାରଣଙ୍କୁ ଉଦବୋଧନ ଦେବାପରେ ୧୭ଟି ରାଜନୈତିକ ଦଳ ସହ ଆଲୋଚନା କରିବେ ଖଡ୍‌ଗେ । ଓଡ଼ିଶାରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାର ରୁଟ ସମ୍ପର୍କରେ ବି ସମୀକ୍ଷା କରିବେ ଖଡ୍‌ଗେ । ଲୋୟର ପିଏମ୍‌ଜି ସମାବେଶରେ ବ୍ଲକ ଓ ବୁଥସ୍ତରରୁ ଲୋକମାନେ ସାମିଲ ହେବେ । ତେବେ ଆଗକୁ ନିର୍ବାଚନ ଆସୁଥିବରୁ ଖଡ୍‌ଗେଙ୍କ ଏହି ଗସ୍ତ ଓଡିଶା କଂଗ୍ରେସ ପାଇଁ ବହୁ ଗୁରୁତ୍ବ ବହନ କରୁଛି । ଏହାପରେ ଫେବୃଆରୀ ମାସରେ ରାହୁଲ ଗାନ୍ଧୀ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାରେ ଓଡିଶା ଆସିବେ । ତେବେ ଲଗାତାର ଭାବେ ଶୀର୍ଷ ନେତୃତ୍ବଙ୍କ ଗସ୍ତକୁ ନେଇ ରାଜ୍ୟ କଂଗ୍ରେସ ଶିବିର ଏବେ ଚଳଚଞ୍ଚଳ ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ...ତେଲେଙ୍ଗାନା ମଡେଲ ଫଲୋ କରିବ ଓଡିଶା କଂଗ୍ରେସ !

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.