ETV Bharat / politics

ସାମ୍ବାଦିକ ସମ୍ମିଳନୀରେ ବିଜେଡି ଉପରେ ବର୍ଷିଲେ ନିରଞ୍ଜନ ପଟ୍ଟନାୟକ - CONGRESS PRESS MEET - CONGRESS PRESS MEET

Bhadrak Lok Sabha Constituency Congress Target BJD: ଭଦ୍ରକରେ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ । ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ କଂଗ୍ରେସର ବରିଷ୍ଠ ନେତା । ଅଧିକ ପଢ଼ନ୍ତୁ

ସାମ୍ବାଦିକ ସମ୍ମିଳନୀରେ ବିଜେଡି ଉପରେ ବର୍ଷିଲେ ନିରଞ୍ଜନ ପଟ୍ଟନାୟକ

author img

By ETV Bharat Odisha Team

Published : Apr 19, 2024, 10:34 PM IST

ସାମ୍ବାଦିକ ସମ୍ମିଳନୀରେ ବିଜେଡି ଉପରେ ବର୍ଷିଲେ ନିରଞ୍ଜନ ପଟ୍ଟନାୟକ

ଭଦ୍ରକ: ରାଜ୍ୟରେ ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରଚାର କମ୍ପୁଛି ମୈଦାନ । ପ୍ରତ୍ୟେକ ଦଳ ନିଜ ନିଜର ନିର୍ବାଚନୀ ମୁଦ୍ଦା ନେଇ ପ୍ରଚାର ଅଭିଯାନ ଆରମ୍ଭ କରିସାରିଲେଣି । ବିରୋଧୀ ଦଳମାନେ ଶାସକ ଦଳକୁ ଘେରୁଥିବା ବେଳେ ଶାସକ ଦଳ ମଧ୍ୟ ପଛରେ ପଡ଼ିନାହିଁ । ଏଭଳି ଆରୋପ ପ୍ରତ୍ୟାରୋପ ମଧ୍ୟରେ ଆଜି କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଭଦ୍ରକ ଲୋକସଭା ପ୍ରାର୍ଥୀ ଏବଂ ସମସ୍ତ ବିଧାନସଭା ପ୍ରାର୍ଥୀଙ୍କୁ ପରିଚୟ କରାଇବା ସହ ଶାସକ ବିଜେଡି ଉପରେ ପ୍ରବଳ ବର୍ଷିଛନ୍ତି ।

ତେବେ ଚଳିତ ସାଧାରଣ ନିର୍ବାଚନରେ କଂଗ୍ରେସ ପକ୍ଷରୁ ଦଳର ଅନ୍ୟତମ ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ ଭଦ୍ରକ ଲୋକସଭା କ୍ଷେତ୍ରରୁ ସାଂସଦ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି । ଏଥିସହ କଂଗ୍ରେସ ପକ୍ଷରୁ ଭଦ୍ରକ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ହୋଇଛନ୍ତି ଅସିତ ପଟ୍ଟନାୟକ, ସେହିପରି ବାସୁଦେବପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଅଶୋକ ଦାସ, ଚାନ୍ଦବାଲି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଅମିୟ ମହାପାତ୍ର, ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ରଞ୍ଜନ ବେହେରା, ସିମୁଳିଆର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ହିମାଂଶୁ ବେହେରା, ସୋର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ସୁବ୍ରତ ଧଡ଼ା କଂଗ୍ରେସ ପ୍ରାର୍ଥୀ ହୋଇଥିବା ବେଳେ ପୂର୍ବତନ ପିସିସି ସଭାପତି ତଥା କଂଗ୍ରେସର ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକ ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି ।

ଆଜି ଲୋକସଭା ପ୍ରାର୍ଥୀ ଏବଂ ସମସ୍ତ ବିଧାନସଭା ପ୍ରାର୍ଥୀଙ୍କୁ ପରିଚୟ କରାଇବା ପାଇଁ ଭଦ୍ରକ ଜିଲ୍ଲା କଂଗ୍ରେସ ସଭାପତି ଅଶୋକ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ନିରଞ୍ଜନ ପଟ୍ଟନାୟକ କହିଛନ୍ତି, "ଅନେକ ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ହୋଇଥିବା ବେଳେ ଭଦ୍ରକ ଜିଲ୍ଲାରେ ମେଡିକାଲ କଲେଜ କିମ୍ବା ଭଦ୍ରକ ସ୍ଵୟଂ ଶାସିତ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ମାନ୍ୟତା ଦିଆଗଲା ନାହିଁ । ଏଥିପାଇଁ ଅତୀତରେ ଜିଲ୍ଲାବାସୀ ସ୍ବର ଉଠାଇ ଥିଲେ ମଧ୍ୟ ଅଦ୍ୟାବଧି କୌଣସି ସୁଫଳ ମିଳିନାହିଁ । ତେଣୁ କଂଗ୍ରେସ ଦଳ ଚଳିତ ଥର କ୍ଷମତାକୁ ଆସିଲେ ଭଦ୍ରକ ଜିଲ୍ଲାରେ ଏକ ମେଡିକାଲ କଲେଜ ଏବଂ ଏକ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କରିବା କ୍ଷେତ୍ରରେ ଯଥାଶୀଘ୍ର ପଦକ୍ଷେପ ଗ୍ରହଣ କରିବ। ଯାହାକି ଦୀର୍ଘ ବର୍ଷ ଧରି ଭଦ୍ରକର ପ୍ରମୂଖ ଦାବି ରହିଛି । ବିକାଶ କ୍ଷେତ୍ରରେ ଭଦ୍ରକ ଜିଲ୍ଲା ବହୁ ପଛରେ ରହିଛି । ତେଣୁ କଂଗ୍ରେସ ଦଳ କ୍ଷମତାକୁ ଆସିବା ପରେ ଜିଲ୍ଲାର ସାମୂହିକ ବିକାଶକୁ ପ୍ରାଥମିକତା ଦିଆଯିବ । ଯାହାକି ଜିଲ୍ଲାର ସାମୂହିକ ବିକାଶ ପାଇଁ କଂଗ୍ରେସ ସଂକଳ୍ପ ବଦ୍ଧ ।"

ଏହା ମଧ୍ୟ ପଢ଼ନ୍ତୁ...ଧନ ବଳ ନୁହେଁ ଆତ୍ମବଳ ନେଇ ଲଢ଼ିବି ନିର୍ବାଚନ: ଭୋଗରାଇ କଂଗ୍ରେସ ପ୍ରାର୍ଥୀ - Odisha Assembly Election 2024

ନିରଞ୍ଜନ ପଟ୍ଟନାୟକ ଏହା ମଧ୍ୟ କହିଛନ୍ତି, "ଭଦ୍ରକ ଜିଲ୍ଲାରୁ ଅତୀତରେ ଦୁଇ ଜଣ ମୁଖ୍ୟମନ୍ତ୍ରୀ ହୋଇଥିଲେ । ବିଗତ 25 ବର୍ଷ ମଧ୍ୟରେ ରାଜ୍ୟ ସରକାରଙ୍କ ମନ୍ତ୍ରୀ ତଥା କେନ୍ଦ୍ରମନ୍ତ୍ରୀ ବି ହୋଇଛନ୍ତି । ହେଲେ ଜିଲ୍ଲା ବାସୀଙ୍କ ଦୁଃଖ ଏପର୍ଯ୍ୟନ୍ତ ଦୂର କରିବା ପାଇଁ ସେମାନେ କାହିଁକି କୌଣସି ପଦକ୍ଷେପ ଗ୍ରହଣ କରି ନାହାଁନ୍ତି । ବୈତରଣୀ ନଦୀରେ ଥିବା ଦୁର୍ବଳ ନଦୀବନ୍ଧକୁ ସୁଦୃଢ଼ ନକରିବା, କୃଷି ଏବଂ କୃଷକଙ୍କ ପ୍ରତି ଯଥୋଚିତ ନ୍ଯାୟ ପ୍ରଦାନ ନକରିବା, ଶିଳ୍ପ ପ୍ରତିଷ୍ଠା କ୍ଷେତ୍ରରେ କୌଣସି ପଦକ୍ଷେପ ଗ୍ରହଣ ନକରିବା, ହଜାର ହଜାର ଶିକ୍ଷିତ ବେକାର ଯୁବକ ଯୁବତୀଙ୍କୁ କର୍ମ ନିଯୁକ୍ତି ପ୍ରଦାନ ନକରିବା ଭଳି ଏକାଧିକ ଉଦାହରଣ ରହିଛି । କଂଗ୍ରେସ ସରକାର ସମୟରେ ଭଦ୍ରକରେ ଫେକର କାରଖାନା ପ୍ରତିଷ୍ଠା ହୋଇଥିବା ବେଳେ ଧାମରା ବନ୍ଦର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଯାହା ଅଦ୍ୟାବଧି ରହିଛି । ହେଲେ ପରବର୍ତ୍ତୀ ସମୟରେ ସେପରି କୌଣସି ଶିଳ୍ପ ପ୍ରତିଷ୍ଠା ଜିଲ୍ଲାରେ ହୋଇ ନାହିଁ କାହିଁକି । ତେଣୁ ଭଦ୍ରକ ଜିଲ୍ଲାରେ ଦଳ ବିଜୟ ହେବା ସହ ପୁନର୍ବାର କ୍ଷମତାକୁ ଆସିବା ପରେ ସମସ୍ତ ଅଧୁରା କାର୍ଯ୍ୟକୁ ପୁରା କରାଯିବ ।"

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.