ETV Bharat / politics

WODC ଢାଞ୍ଚାରେ ଉତ୍ତର ଓଡ଼ିଶା ବିକାଶ ଦାବି, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବଜ୍ୟୋତି ପଟ୍ଟନାୟକ

author img

By ETV Bharat Odisha Team

Published : Mar 14, 2024, 3:29 PM IST

Navajyoti Patnaik Writes To CM: ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଢାଞ୍ଚାରେ ଉତ୍ତର ଓଡ଼ିଶା ବିକାଶ ପରିଷଦ ଗଠନ କରିବାକୁ ଦାବି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରସ୍ତାବ ଦେଲେ କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକ। ଅଧିକ ପଢନ୍ତୁ

Navajyoti Patnaik Writes To CM
Navajyoti Patnaik Writes To CM

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବଜ୍ୟୋତି । ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଢାଞ୍ଚାରେ ଉତ୍ତର ଓଡ଼ିଶା ବିକାଶ ପରିଷଦ ଗଠନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରସ୍ତାବ ଦେଲେ କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକ। ଉତ୍ତର ଓଡ଼ିଶାରେ ଅବସ୍ଥିତ ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ଆର୍ଥିକ ବିକାଶ ପାଇଁ ଉତ୍ତର ଓଡ଼ିଶା ବିକାଶ ପରିଷଦ ଗଠନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକ ପ୍ରସ୍ତାବ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ନବଜ୍ୟୋତି ଦର୍ଶାଇଛନ୍ତି ଯେ, ଉତ୍ତର ଓଡ଼ିଶା ବିକାଶ ପରିଷଦ ଗଠନ ଦ୍ୱାରା ଆର୍ଥିକ କ୍ଷେତ୍ରରେ ଅବହେଳିତ ଜିଲ୍ଲା ଗୁଡ଼ିକର ସନ୍ତୁଳିତ ବିକାଶ ସହ ଆଞ୍ଚଳିତ ବୈଷ୍ୟମତା ଦୂର ହୋଇପାରିବ ।

Navajyoti Patnaik Writes To CM
Navajyoti Patnaik Writes To CM

ପ୍ରାୟ ୧ କୋଟି ଜନତା ବସବାସ କରୁଥିବା ଉତ୍ତର ଓଡ଼ିଶାର ଏହି ୪ ଜିଲ୍ଲା ଖଣି ଖାଦାନରେ ପରିପୂର୍ଣ୍ଣ । ରାଜ୍ୟର ଅନ୍ୟ ଅଞ୍ଚଳ ଅପେକ୍ଷା ରାଜକୋଷକୁ ଉତ୍ତର ଓଡ଼ିଶାର ଯୋଗଦାନ ସର୍ବାଧିକ ରହିଛି । ତଥାପି ବିକାଶ କ୍ଷେତ୍ରରେ ଉଭୟ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଏବଂ ରାଜ୍ୟର ନବୀନ ସରକାରଙ୍କ ଦ୍ୱାରା ଉତ୍ତର ଓଡ଼ିଶା ଉପେକ୍ଷିତ ହୋଇ ରହିଯାଇଛି । ଦୀର୍ଘ ସମୁଦ୍ରତଟ, ଖଣିଜ ସମ୍ପଦ, ବିସ୍ତୀର୍ଣ୍ଣ କୃଷିଜମି ଏବଂ ଅନ୍ୟାନ୍ୟ ଆର୍ଥିକ ବିକାଶ ପାଇଁ ସମସ୍ତ ସୁଯୋଗ ଥିବା ସତ୍ତ୍ୱେ ସ୍ଥାନୀୟ ଯୁବପିଢ଼ି ରୋଜଗାର ଅନ୍ୱେଷଣରେ ପଳାୟନ କରୁଛନ୍ତି । ଭିତ୍ତିଭୂମିର ଅଭାବ, ଦକ୍ଷତା ବିକାଶ ଓ ତାଲିମ ଅଭାବ ଏବଂ କମ୍‍ ପୁଞ୍ଜିନିବେଶ ସ୍ଥାନୀୟ ଆର୍ଥିକ ବିକାଶକୁ ରୋକିଛି । ଯାହାଦ୍ୱାରା ବେକାରୀ ବୃଦ୍ଧି ସହ ଜନତାଙ୍କ ଜୀବନଜୀବିକା ପ୍ରଭାବିତ ହେଉଛି।

ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଉଦାହରଣ ହେଇ ନବଜ୍ୟୋତି କହିଛନ୍ତି, "ଏହା ପଶ୍ଚିମ ଓଡ଼ିଶାର ଆର୍ଥିକ ଗତିବିଧି ଏବଂ ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛି । WODC ଗଠନ ହେବା ଦିନଠାରୁ ଏପର୍ଯ୍ୟନ୍ତ ୨୫ଶହ କୋଟି ଟଙ୍କା ବ୍ୟୟରେ ୪୨ହଜାର ୮୨୦ଟି ପ୍ରକଳ୍ପ ନିର୍ମାଣ ହୋଇଛି । ଏହାର ସିଧାସଳଖ ଲାଭ ପଶ୍ଚିମ ଓଡ଼ିଶାବାସୀ ପାଇଛନ୍ତି । ଠିକ୍‍ ସେହିଭଳି ସ୍ୱତନ୍ତ୍ର ଉତ୍ତର ଓଡ଼ିଶା ବିକାଶ ଗଠନ ଦ୍ୱାରା ପଛୁଆ ଅଞ୍ଚଳଗୁଡ଼ିକୁ ଫୋକସ କରାଯାଇ ସ୍ଥାନୀୟ ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ କରାଯାଇପାରିବ । ଉତ୍ତର ଓଡ଼ିଶା ବିକାଶ ପରିଷଦ ଗଠନ ଦ୍ୱାରା କୃଷି କ୍ଷେତ୍ରର ବିକାଶ ଓ କୃଷକଙ୍କ କଲ୍ୟାଣ, ଡିଜିଟାଲ କାପାବିଲିଟି ବିଲ୍ଡିଂ, ନୂତନ ପ୍ରକ୍ରିୟାକରଣ ଶିଳ୍ପ ସ୍ଥାପନକୁ ପ୍ରୋତ୍ସାହନ, ବୟନ ଶିଳ୍ପ ସଂସ୍ଥାକୁ ସ୍ୱତନ୍ତ୍ର ଗୁରୁତ୍ୱ, ପର୍ଯ୍ୟଟନ ଶିଳ୍ପର ବିକାଶ ହୋଇପାରିବ । ଶିକ୍ଷା ସହ ତାଲିମକୁ ଯୋଡ଼ିବା, ଖଣି କ୍ଷେତ୍ରରେ ପ୍ରକ୍ରିୟାକରଣ ଏବଂ ମ୍ୟାନୁଫ୍ୟାକଚରିଂ ଶିଳ୍ପକୁ ପ୍ରୋତ୍ସାହନ, ସୌର ଓ ପବନ ଶକ୍ତି ବିନିଯୋଗ ଦ୍ୱାରା ଅକ୍ଷୟଶକ୍ତି ଉତ୍ପାଦନ ହୋଇପାରିବ।"

ଏହା ମଧ୍ୟ ପଢନ୍ତୁ...ସମୀକ୍ଷା କଲେ WODC ଅଧ୍ୟକ୍ଷ; ପ୍ରାଚୀନ ଶୈଳୀରେ ବିକଶିତ ହେବ ମୋହନଗିରି ଶୈବ ପୀଠ

ସେହିପରି ଉଡ଼ାଣ ଯୋଜନାରେ ରାସଗୋବିନ୍ଦପୁରଠାରେ ନୂତନ ବିମାନବନ୍ଦର ନିର୍ମାଣ ଦ୍ୱାରା ଯାତାୟତ କ୍ଷେତ୍ରରେ ବ୍ୟାପକ ଉନ୍ନତି ଘଟିବ ବୋଲି ସେ ଦର୍ଶାଇଛନ୍ତି । ମଧ୍ୟ ଓଡ଼ିଶାର ଭୁବନେଶ୍ୱର ଓ କଟକ, ଦକ୍ଷିଣ ଓଡ଼ିଶାର ବ୍ରହ୍ମପୁର, ପଶ୍ଚିମ ଓଡ଼ିଶାର ସମ୍ବଲପୁର ଓ ରାଉରକେଲାଠାରେ ମହାନଗର ନିଗମ ଗଠନ ହୋଇଥିଲେ ମଧ୍ୟ ଉତ୍ତର ଓଡ଼ିଶାର ବାଲେଶ୍ୱରକୁ ଏପର୍ଯ୍ୟନ୍ତ ମହାନଗର ନିଗମ ମାନ୍ୟତା ମିଳିପାରିନାହିଁ । ଓଡ଼ିଶା ସରକାରଙ୍କ ଦ୍ୱାରା ଉତ୍ତର ଓଡ଼ିଶାର ବାଲେଶ୍ୱର ସହରକୁ ଉପେକ୍ଷା ସମଗ୍ର ଉତ୍ତର ଓଡ଼ିଶାବାସୀଙ୍କ ମଧ୍ୟରେ ନୈରାଶ୍ୟ ସୃଷ୍ଟି କରିଛି ବୋଲି ନବଜ୍ୟୋତି ପଟ୍ଟନାୟକ ଦର୍ଶାଇଛନ୍ତି । ସ୍ଥାନୀୟ ଅଞ୍ଚଳବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସରକାର ତୁରନ୍ତ ଗଠନ କରିବା ପାଇଁ କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକ ଦାବି କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.