ETV Bharat / politics

ଆଚରଣ ବିଧି ନାଁରେ ସରକାରୀ କର୍ମଚାରୀଙ୍କ ଜୁଲୁମ ଅଭିଯୋଗ - model code of conduct violation

Model code of conduct violation: ବୌଦ୍ଧ ଜିଲ୍ଲାରେ ଆଚରଣ ବିଧି ଉଲ୍ଲଘଂନ ଅଭିଯୋଗ ଆଣିଲେ କଂଗ୍ରେସ ନେତା । ହେଲେ ଆଚରଣ ବିଧି ନାଁରେ କଂଗ୍ରେସ ନେତାଙ୍କ ନିଜ ଜାଗାରେ ଥିବା ହୋର୍ଡିଂକୁ ଜଣେ ସରକାରୀ କର୍ମଚାରୀ ଚିରିବା ସହ ଧମକ ଚମକ ଦେଇଥିବା ଥାନାରେ ଅଭିଯୋଗ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Mar 27, 2024, 1:48 PM IST

Updated : Mar 27, 2024, 2:49 PM IST

Etv Bharat
Etv Bharat
congress leader alleged model code of conduct violation in boudh

ବୌଦ୍ଧ: ସାଧାରଣ ନିର୍ବାଚନ ପାଇଁ ବୌଦ୍ଧ ଜିଲ୍ଲାର ଉଭୟ ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ରାଜନୈତିକ ଦଳର ଶିବିରରେ ପ୍ରସ୍ତୁତି ଜୋରଦାର ଚାଲିଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଏନେଇ ବ୍ୟାପକ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି । ନିର୍ବାଚନ ତାରିଖ ଘୋଷଣା ସହ ଏବେ ସାରା ଦେଶରେ ଆଚରଣ ବିଧି ଲାଗୁ ହୋଇଛି । ହେଲେ ଜିଲ୍ଲାର ଅନେକ ସ୍ଥାନରେ ଆଚରଣ ବିଧି ଉଲ୍ଲଘଂନ କରାଯାଇଥିବା କଂଗ୍ରେସ ନେତା ଅଭିଯୋଗ ଆଣିଛନ୍ତି । ଅନେକ ସ୍ଥାନରେ ବିଜେଡି, ବିଜେପିର ପୋଷ୍ଟର ବ୍ୟାନର ଲାଗି ଥିବାବେଳେ କଂଗ୍ରେସ ନେତାଙ୍କ ନିଜ ଜାଗାରେ ଲାଗିଥିବା ଏକ ହୋର୍ଡିଂ ଉଦ୍ଦେଶ୍ୟମୂଳକ ଭାବେ ଚିରି ଦିଆଯାଇଥିବା ଅଭିଯୋଗ ହୋଇଛି । ଏନେଇ ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକଙ୍କ ପକ୍ଷରୁ ଜଣେ ସରକାରୀ କର୍ମଚାରୀଙ୍କ ନାଁରେ ଥାନାରେ ଏତଲା ଦିଆଯାଇଛି ।

ବୌଦ୍ଧ ଜିଲ୍ଲାରେ ସରଗରମ ହେବାରେ ଲାଗିଛି ରାଜନୀତି । ଉଭୟ କଣ୍ଟାମାଳ ଓ ବୌଦ୍ଧ ନିର୍ବାଚନ ମଣ୍ଡଳୀରେ ଶାସକ ବିଜେଡ଼ି, ବିଜେପି ଓ କଂଗ୍ରେସ ଦଳ ସମେତ ବିଭିନ୍ନ ଆଶାୟୀ ପ୍ରାର୍ଥୀଙ୍କ ଶିବିରରେ ପ୍ରସ୍ତୁତି ଚାଲିଛି । ମେଣ୍ଟର ଦ୍ବନ୍ଦ ଦୂର ହେବା ପରେ ବର୍ତ୍ତମାନ ଉଭୟ ବିଜେଡି, ବିଜେପି ସହିତ କଂଗ୍ରେସ ଦଳ ନିଜ ନିଜ ରଣନୀତି ପ୍ରସ୍ତୁତ କରୁଛନ୍ତି । ସେପଟେ ଆଗାମୀ ସାଧାରଣ ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହିତ ସମାପନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ବର୍ତ୍ତମାନ ଆଚରଣ ବିଧି ଲାଗୁ ହୋଇଥିବାରୁ ଜିଲ୍ଲାର ସମସ୍ତ ସର୍ବସାଧାରଣ ସ୍ଥାନରୁ ସରକାରୀ ଯୋଜନା, ବିଜ୍ଞାପନ ଭଳି ସମସ୍ତ ପୋଷ୍ଟର, ହୋର୍ଡିଂ ହଟାଇ ଦିଆଯାଇଛି ।

କିନ୍ତୁ ବର୍ତ୍ତମାନ ମଧ୍ୟ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏଭଳି ଆଚରଣବିଧି ଉଲ୍ଲଘଂନ କରାଯାଉଥିବା ଅଭିଯୋଗ ହୋଇଛି । ବୌଦ୍ଧ ଜିଲ୍ଲାର ତିରଡ ଠାରେ ଥିବା ମେଗା ଉଠାଜଳସେଚନ ବିଭାଗର ହୋର୍ଡିଂକୁ କେବଳ ଧର୍ମକୁ ଆଖି ଠାର ସଦୃଶ ଘୋଡ଼ା ଯାଇଥିବା ବେଳେ ଏହା ଜଳ ଜଳ ହୋଇ ଦିଶୁଛି । ଏଭଳି ଅନେକ ସ୍ଥାନରେ ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ ହେଉଥିବା କଂଗ୍ରେସ ଅଭିଯୋଗ କରିଛି ।

ଏହା ମଧ୍ୟ ପଢନ୍ତୁ: ସଫା ହେଲାଣି ଜଙ୍ଗଲ, ଚେଇଁ ଶୋଇଛି ବୌଦ୍ଧ ବନ ବିଭାଗ ! ତାତିଲେ ଲୋକେ - Corruption Against Forest Dept

ସେପଟେ ଗତ ଶନିବାର ଦିନ ରାଜ୍ୟ କଂଗ୍ରେସର ପ୍ରବକ୍ତା ବୌଦ୍ଧ ଜିଲ୍ଲା ଗସ୍ତରେ ଆସି ନଅ ଗୋଟି ଇସ୍ତାହାର ମାଧ୍ୟମରେ କଂଗ୍ରେସ ଗ୍ୟାରେଣ୍ଟି ସମ୍ପର୍କରେ ସୂଚନା ଦେଇଥିଲେ । ଏହି କଂଗ୍ରେସ ଗ୍ୟାରେଣ୍ଟିର ଏକ ହୋର୍ଡିଂ ଜଣେ କଂଗ୍ରେସ ନେତାଙ୍କ ନିଜସ୍ଵ ସ୍ଥାନରେ ଲଗାଯାଇଥିଲା । କିନ୍ତୁ ବୌଦ୍ଧ ବ୍ଲକ ପ୍ରଶାସନର ଜଣେ ସରକାରୀ କର୍ମଚାରୀ ଉକ୍ତ ହୋର୍ଡିଂକୁ ଚିରି ଦେଇଥିଲେ । ଏ ସମ୍ପର୍କରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା । ତେବେ ଜିଲ୍ଲା କଂଗ୍ରେସର ବରିଷ୍ଠ ନେତା ତଥା ଜିଲ୍ଲା କଂଗ୍ରେସର ସାଧାରଣ ସମ୍ପାଦକଙ୍କୁ ଉକ୍ତ ବ୍ଲକ ପ୍ରଶାସନର କର୍ମଚାରୀ ଧମକ ଦେବା ସହିତ ଅଶାଳୀନ ମନ୍ତବ୍ୟ ଦେଇଥିବା ସେ ଅଭିଯୋଗ କରିଛନ୍ତି । ଏନେଇ କଂଗ୍ରେସ ନେତାଙ୍କ ପକ୍ଷରୁ ବୌଦ୍ଧ ଆଦର୍ଶ ଥାନାରେ ଅଭିଯୋଗ ହୋଇଛି । ଏ ବାବଦରେ ଉକ୍ତ ସରକାରୀ କର୍ମଚାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

ଇଟିଭି ଭାରତ, ବୌଦ୍ଧ

Last Updated : Mar 27, 2024, 2:49 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.