ETV Bharat / politics

ଓଡିଆ ଅସ୍ମିତା ପାଇଁ ବିଜେପି ଓ ବିଜେଡି ସମପରିମାଣରେ ଦାୟୀ: କଂଗ୍ରେସ - Congress press meet

author img

By ETV Bharat Odisha Team

Published : May 27, 2024, 8:53 PM IST

Congress Press Meet: ଓଡ଼ିଆ ଅସ୍ମିତାକୁ ନେଇ ଉଭୟ ବିଜେଡି ଓ ବିଜେପି ସରକାରକୁ ଟାର୍ଗେଟ କରିଛି କଂଗ୍ରେସ । କଂଗ୍ରେସ ହିଁ ଏକମାତ୍ର ଦଳ ଯିଏ କି ସମାଜର ପଛୁଆ ଏବଂ ଦଳିତ ବର୍ଗର ସଶକ୍ତିକରଣ ପାଇଁ କାର୍ଯ୍ୟ କରୁଛି ବୋଲି କହିଲେ କଂଗ୍ରେସ ଭିନ୍ନକ୍ଷମ ସେଲ ଅଧ୍ୟକ୍ଷ । ଅଧିକ ପଢନ୍ତୁ

Congress press meet
Congress press meet (ETV Bharat Odisha)

ଭୁବନେଶ୍ବର: ଓଡିଆ ଅସ୍ମିତାକୁ ନେଇ ଚାଲିଥିବା ରାଜନୀତିକୁ ନେଇ କଂଗ୍ରେସର ସମାଲୋଚନା । ଆଜି ଭୁବନେଶ୍ୱର କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ଉଭୟ ବିଜେଡି ଓ ବିଜେପି ସରକାରକୁ ଟାର୍ଗେଟ କରିଛି କଂଗ୍ରେସ । ଓଡ଼ିଆ ଅସ୍ମିତା ଆଜି ଗୁରୁତର ବିପଦ ଅବସ୍ଥାରେ କେବଳ ଜଣେ ତାମିଲ ଅଫିସରଙ୍କୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଦିଆଯାଇଥିବାରୁ ଏବଂ ଏହି ଅଫିସରଙ୍କୁ ଖୋଲା ଛୁଟି ଦେବାରେ ବିଜେପି ମଧ୍ୟ ସମାନ ପରିମାଣରେ ଦାୟୀ ବୋଲି ପିସିସି ଭିନ୍ନକ୍ଷମ ବିଭାଗର ଅଧ୍ୟକ୍ଷ ଜିତେନ୍ଦ୍ର ବିଶ୍ବାଳ କହିଛନ୍ତି । ନବୀନ ସରକାର ଅପେକ୍ଷାକୃତ କନିଷ୍ଠ ଆଇଏଏସ ଅଧିକାରୀଙ୍କୁ ତାଙ୍କର ଅନେକ ବରିଷ୍ଠ ଅଫିସର ମାନଙ୍କୁ ଅତିକ୍ରମ କରି ସମ୍ପୂର୍ଣ୍ଣ ଅଧିକାର ଦେଇ ପାରିଛନ୍ତି ,କାରଣ କାରଣ କେନ୍ଦ୍ରର ମୋଦି ସରକାର ଏହାକୁ କେବଳ ଅନୁମତି ଦେଇନାହାଁନ୍ତି ବରଂ ଏହାକୁ ସୁଗମ କରିଛନ୍ତି ।

Congress press meet (ETV Bharat Odisha)

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ସାହା ନିଜେ ହିଁ ତାମିଲ ଅଧିକାରୀଙ୍କୁ ସିଧାସଳଖ ଯେତେବେଳେ ଚାହିଁବେ ସେତେବେଳେ ଭେଟିବା ପାଇଁ ଖାଲି ଅନୁମତି ଦେଇନଥିଲେ ବରଂ ବିଭିନ୍ନ ହୋଟେଲ ଏବଂ କାର୍ଯ୍ୟାଳୟରେ ବ୍ୟକ୍ତିଗତ ଭାବେ ବାରମ୍ବାର ସାକ୍ଷାତ କରୁଥିଲେ ବୋଲି କଂଗ୍ରେସ ଅଭିଯୋଗ କରିଛି । ଜିତେନ୍ଦ୍ର କହିଛନ୍ତି," ଓଡ଼ିଆ ଅସ୍ମିତାକୁ ଲୁଟ କରିବା ପାଇଁ ସବୁ ପ୍ରକାର ସାହାଯ୍ୟ ଯୋଗାଇ ଦେବା ପରେ ସୁରକ୍ଷା ନାଁରେ ଏହି ନିର୍ବାଚନ ଲଢ଼ୁଥିବା ବିଜେପି ଡବଲ ଷ୍ଟାଣ୍ଡାର୍ଡ କରୁଛି । ବିଜେପି ବିଜେଡିର ଏହି ଲଢେଇ କେବଳ ଓଡିଶା ଜନସାଧାରଣଙ୍କୁ ଠକି ପ୍ରତାରଣା କରି ଭୋଟ ନେବା ଏବଂ ପରେ ମିଳିତ ଭାବେ ସେମାନଙ୍କୁ ଆଉ 5 ବର୍ଷ ଲୁଟ କରିବା ପାଇଁ ଷଡଯନ୍ତ୍ର ଛଡା ଆଉ କିଛି ନୁହେଁ । ବିଜେପି ଏବଂ ବିଜେଡି ସର୍ବଦା ଏକାଠି ଥିଲେ ,ରହିଛନ୍ତି ଆଉ ଆଗକୁ ଏକାଠି ରହିବେ ମଧ୍ୟ । ଯଦି ଓଡ଼ିଶାର ଲୋକମାନେ ପ୍ରକୃତ ପରିବର୍ତ୍ତନ ଚାହୁଁଛନ୍ତି ସେମାନେ ଅନୁଭବ କରିବା ଦରକାର ଯେ ରାଜ୍ୟରେ ସେମାନଙ୍କ ପାଇଁ କଂଗ୍ରେସ ହିଁ ହେଉଛି ଏକମାତ୍ର ବିକଳ୍ପ ।"

ଏହା ମଧ୍ୟ ପଢନ୍ତୁ ... ଚତୁର୍ଥ ପର୍ଯ୍ୟାୟ କସରତ, କଂଗ୍ରେସକୁ ବଳ ଦେବାକୁ ଆସୁଛନ୍ତି ରାହୁଲ-ଖଡ଼ଗେ - Rahul Gandhi TO VISIT ODISHA

"ଆମର ଭିନ୍ନକ୍ଷମ ସମାଜର ଦୃଷ୍ଟିକୋଣରୁ କଂଗ୍ରେସ ହିଁ ଏକମାତ୍ର ଦଳ ଯିଏ କି ସମାଜର ପଛୁଆ ଏବଂ ଦଳିତ ବର୍ଗର ସଶକ୍ତିକରଣ ପାଇଁ କାର୍ଯ୍ୟ କରେ । ଅନ୍ୟ ଦଳଗୁଡିକ କେବଳ ଭୋଟ ରାଜନୀତି କରି ଜନସାଧାରଣଙ୍କୁ ଶୋଷଣ କରୁଛନ୍ତି । ଓଡ଼ିଶାର ଭିନ୍ନକ୍ଷମ ଭୋଟର ମାନେ ଏହା ଭୁଲିଯିବା ଉଚିତ ନୁହେଁ ଯେ ବାରମ୍ବାର ପ୍ରତିଶ୍ରୁତି ସତ୍ତ୍ବେ ପୁରୀ ଶ୍ରୀମନ୍ଦିରକୁ ଅକ୍ଷମ,ଅନୁକୂଳ କରିବା କିମ୍ବା ଜଣେ ଯୋଗ୍ୟ ଭିନ୍ନକ୍ଷମଙ୍କୁ ଭିନ୍ନକ୍ଷମ କମିଶନର ଭାବେ ନିଯୁକ୍ତି କରିବା କିମ୍ବା ବିପର୍ଯ୍ୟୟ ପରିଚାଳନା ଓଏସଡିଏମଏରେ ଭିନ୍ନକ୍ଷମ ସେଲ ପ୍ରତିଷ୍ଠା କରିବା ପାଇଁ ବିଜେଡି ସରକାର କୌଣସି ପଦକ୍ଷେପ ଗ୍ରହଣ କରିନାହାଁନ୍ତି ।" ଦେଶର ସମସ୍ତ ରାଜନୈତିକ ଦଳ ମଧ୍ୟରେ କେବଳ କଂଗ୍ରେସ ଯେଉଁଥିରେ ଭିନ୍ନକ୍ଷମଙ୍କ ପାଇଁ ଏକ ସେଲ ଅଛି ବୋଲି କହିଛନ୍ତି ଜିତେନ୍ଦ୍ର ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.