ETV Bharat / politics

2024 ପାଇଁ ଆକ୍ସନ ମୋଡରେ କଂଗ୍ରେସ, ଫୋକସରେ ଯୁବବର୍ଗ - congress focus on youth

General election: 2024 ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ଫୋକସରେ ଏବେ ଯୁବ ବର୍ଗ । ଏନେଇ କଂଗ୍ରେସ ପକ୍ଷରୁ ବିଧାନସଭା ନିର୍ବାଚନ ମଣ୍ଡଳୀ ସଭାପତିଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ

2024 ପାଇଁ ଆକ୍ସନ ମୋଡରେ କଂଗ୍ରେସ
2024 ପାଇଁ ଆକ୍ସନ ମୋଡରେ କଂଗ୍ରେସ
author img

By ETV Bharat Odisha Team

Published : Jan 20, 2024, 12:16 PM IST

ଭୁବନେଶ୍ବର: ପାଖେଇ ଆସିଲାଣି ଗଣତନ୍ତ୍ରର ମହାପର୍ବ । 2024 ସାଧାରଣ ନିର୍ବାଚନରେ ପ୍ରାର୍ଥୀ ଚୟନ ଏବେ ସବୁ ରାଜନୈତିକ ଦଳ ପାଇଁ ବଡ଼ ଚ୍ୟାଲେଞ୍ଜ ହେବାକୁ ଯାଉଛି । ତେଣୁ କଂଗ୍ରେସ ଫୋକସରେ ଏବେ ଯୁବ ବର୍ଗ । ଏନେଇ ଗତକାଲି କଂଗ୍ରେସ ଭବନରେ ଯୁବ କଂଗ୍ରେସ ବିଧାନସଭା ନିର୍ବାଚନ ମଣ୍ଡଳୀ ସଭାପତିଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । କଂଗ୍ରେସ ସଭାପତି ରଣଜିତ ପାତ୍ରଙ୍କ ଅଧକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା ।

ତେବେ ଏହି କାର୍ଯ୍ୟକ୍ରମରେ ଭାରତୀୟ ଯୁବ କଂଗ୍ରେସର ସାଧାରଣ ସଂପାଦକ ମିଲିନ୍ଦ ଗୌତମ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ, 'ଯୁବ କଂଗ୍ରେସର ସଭାପତିମାନେ ନିଜ ନିଜ ବିଧାନସଭା ନିର୍ବାଚନ ମଣ୍ଡଳୀର ବୁଥରେ ଯୁବ କଂଗ୍ରେର କର୍ମୀମାନଙ୍କୁ ସଂଗଠିତ କରି ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତ ରୁହନ୍ତୁ । ମୋଦି ଓ ନବୀନ ସରକାରର ଅପାରଗତା, ଦୁର୍ନୀତି, କୁଶାସନ ଓ ଜନବିରୋଧି ନୀତି ସମ୍ପର୍କରେ ବୁଥ ସ୍ତରରେ ସଚେତନତା କାର୍ଯ୍ୟକ୍ରମ କରନ୍ତୁ । ଯଦି ଯୁବ କଂଗ୍ରେସର କର୍ମକର୍ତ୍ତାମାନେ ବୁଥ ସ୍ତରରେ ମୋଦି ଓ ନବୀନ ସରକାର ବିରୁଦ୍ଧରେ କ୍ରାନ୍ତି ଆଣିପାରିବେ ତେବେ ଆଜିର ପରିସ୍ଥିତିର ପରିବର୍ତ୍ତନ ସୁନିଶ୍ଚିତ । ସେହିପରି ବୁଥସ୍ତରରେ ଥିବା ବେକାର ଯୁବକ ଯୁବତୀଙ୍କୁ ଜାଗ୍ରତ କରାନ୍ତୁ । ବିଧାନସଭା ଯୁବ କଂଗ୍ରେସ ପଞ୍ଚାୟତ, ବ୍ଲକ, ତହସିଲ, ଥାନା ଆଦି ସରକାରୀ ଅନୁଷ୍ଠାନରେ ହେଉଥିବା ଦୁର୍ନୀତିର ପର୍ଦ୍ଦାଫାଶ କରନ୍ତୁ।'

ଏହା ମଧ୍ୟ ପଢନ୍ତୁ- କଂଗ୍ରେସ ଫୋକସରେ ଯୁବବର୍ଗ, ଚର୍ଚ୍ଚାରେ ପରିବାରବାଦ ରାଜନୀତି

ସେହିପରି ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଯୁବ କଂଗ୍ରେସ ସମ୍ପାଦକ ଅଭିନବ ଭଗତ ଯୋଗଦେଇ ଓଡ଼ିଶାର ଯୁବ ସମାଜ ମୋଦି ଓ ନବୀନ ସରକାର ଦ୍ୱାରା ପ୍ରତାରିତ ହୋଇଛନ୍ତି । ପରିବର୍ତ୍ତନ ପାଇଁ ସଂଗ୍ରାମରେ ସେମାନେ ସାମିଲ ହେବାକୁ ସେ ଆହ୍ୱାନ ଦେଇଥିଲେ । ଅନ୍ୟପଟେ ପ୍ରଦେଶ ଯୁବ କଂଗ୍ରେସ ସଭାପତି ରଣଜିତ ପାତ୍ର କହିଥିଲେ ଯେ, ମାଲକାନଗିରିରୁ ମୟୂରଭଞ୍ଜ ପର୍ଯ୍ୟନ୍ତ ବିଧାନସଭାରୁ ବୁଥ ଯାଏ ଯୁବ କର୍ମୀଙ୍କୁ ସଂଗଠିତ କରାଯିବ । ଉପେକ୍ଷିତ, ଅତ୍ୟାଚାରିତ, ପ୍ରତାରିତ ଓ ନିଷ୍ପେସିତ ଯୁବକ ଯୁବତୀମାନେ ଯୁବ କଂଗ୍ରେସର ଲଢ଼େଇରେ ସାମିଲ ହୁଅନ୍ତୁ । ପ୍ରତି ପଞ୍ଚାୟତ ଯୁବ କଂଗ୍ରେସ କର୍ମୀମାନେ ମୋଦି ଓ ନବୀନ ବିରୋଧି କାର୍ଯ୍ୟକ୍ରମ କରିବେ । ସେଥିରେ ଓଡ଼ିଶାର ଯୁବ ସମାଜ ସାମିଲ ହେବାକୁ ସେ ନିବେଦନ କରିଥିଲେ । ଏଥିସହ ଆଗାମୀ ନିର୍ବାଚନର ଲଢ଼େଇ ମୈଦାନରେ ଦଳକୁ ବିଜୟୀ କରିବା ପାଇଁ ବିଧାନସଭା ଯୁବ କଂଗ୍ରେସ ସଭାପତିମାନେ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି ରଞ୍ଜିତ ପାତ୍ର କହିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.