ETV Bharat / politics

ଦ୍ୱିତୀୟ ପର୍ଯ୍ୟାୟ ଭୋଟ, କଂଗ୍ରେସର ଭଲ ପ୍ରଦର୍ଶନ ଦୃଢୋକ୍ତି - Congress Analysis For Election

author img

By ETV Bharat Odisha Team

Published : May 20, 2024, 9:16 AM IST

Congress Expect About 2nd Phase Election: ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ମତଦାନରେ କଂଗ୍ରେସ ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖିଛି । କନ୍ଧମାଳ, ସୁନ୍ଦରଗଡ଼ ଭଳି ଆସନରେ କଂଗ୍ରେସ ସ୍ଥିତି ଭଲ ଥିବା ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି କଂଗ୍ରେସ ପ୍ରଭାରୀ । ଅଧିକ ପଢନ୍ତୁ

Congress Expect About 2nd Phase Election
Congress Expect About 2nd Phase Election (ETV Bharat Odisha)

ଭୁବନେଶ୍ବର: ଆସନ୍ତାକାଲି ପଡିବ ଭୋଟ । ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ । ୫ଟି ସଂସଦୀୟ କ୍ଷେତ୍ର ଏବଂ ୩୫ ଟି ବିଧାନସଭା ଆସନ ପାଇଁ ଭୋଟ ଦେବେ ସାଧାରଣ ଜନତା । ଗଣତନ୍ତ୍ରର ମହାପର୍ବରେ ୩୦୫ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୭୯ ଲକ୍ଷ ଭୋଟର । କନ୍ଧମାଳ ,ଆସ୍କା, ବଲାଙ୍ଗୀର, ବରଗଡ଼ ଏବଂ ସୁନ୍ଦରଗଡ଼ ଲୋକସଭା କ୍ଷେତ୍ର ପାଇଁ ଭୋଟର ମାନେ ନିଜର ମତଦାନ ସାବ୍ୟସ୍ତ କରିବେ ।

ନିର୍ବାଚନ ପୂର୍ବରୁ ବିରୋଧୀ ବିଜେପି ଓ ବିଜେଡିକୁ ଟାର୍ଗେଟ କରି କଂଗ୍ରେସ ପ୍ରଭାରୀ ଅଜୟ କୁମାର କହିଛନ୍ତି ଯେ ମୋଦି ଓ ନବୀନ ଉଭୟ ଜନତାଙ୍କୁ ଠକିଛନ୍ତି । ଓବିସି ମାନଙ୍କୁ ରାଜ୍ୟ ସରକାର କାହିଁ କି ସଂରକ୍ଷଣ ଦେଉ ନାହାନ୍ତି । ଯେବେକି ଏହି ବର୍ଗ ଦେଶବ୍ୟାପୀ ସଂରକ୍ଷଣର ଲାଭ ପାଉଛନ୍ତି । ଓଡିଶାକୁ ମୋଦି ଏକ ନମ୍ବର ପ୍ରଦେଶ ବନେଇବେ ବୋଲି କହିଛନ୍ତି । ଏହା ପୂର୍ବରୁ କର୍ଣ୍ଣାଟକ ଓ ତେଲେଙ୍ଗାନାରେ ମଧ୍ୟ ସେହି କଥା କହିଥିଲେ ମୋଦି ମାତ୍ର ସେଠାକାର ଜନତା ଏହାର ଉଚିତ ଜବାବ ଦେଲେ । କନ୍ଧମାଳ, ସୁନ୍ଦରଗଡ଼ ଭଳି ଆସନରେ କଂଗ୍ରେସ ସ୍ଥିତି ଭଲ ଥିବା ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି କଂଗ୍ରେସ ପ୍ରଭାରୀ ।

ଏହା ମଧ୍ୟ ପଢନ୍ତୁ ... ବାରବାଟୀରେ କଂଗ୍ରେସ ପ୍ରାର୍ଥୀ ସୋଫିଆଙ୍କ ଜୋରଦାର ପ୍ରଚାର, କହିଲେ ନିଶ୍ଚୟ ଜିତିବି - SOFIA CAMPAIGN

କଂଗ୍ରେସ ମିଡିଆ ସେଲ ମୁଖ୍ୟ ବିଶ୍ବରଞ୍ଜନ ମହାନ୍ତି କହିଛନ୍ତି ଯେ ଆମେ ଦୃଢତାର ସହିତ ଲଢେଇ କରୁଛୁ । ୩ ଟି ଲୋକସଭା ଆସନରେ ଆମର ସ୍ଥିତି ମଜବୁତ ରହିଛି । ଖଡଗେଙ୍କ ଫୁଲବାଣୀ ଗସ୍ତ ଓ ରାହୁଲଙ୍କ ବଲାଙ୍ଗୀର ଗସ୍ତ ଦଳୀୟ କର୍ମୀଙ୍କ ମନରେ ଉତ୍ସାହ ଭରିଛି । କଂଗ୍ରେସ ଗ୍ୟାରେଣ୍ଟି କାର୍ଡ ଘରେ ଘରେ ପହଞ୍ଚିଛି । ବିଜେପି ଓ ବିଜେଡିର ଅନ୍ୟାୟ ସହିତ କଂଗ୍ରେସ ଲଢେଇ କରୁଛି । ରାଜ୍ୟ ସରକାର ଓ କେନ୍ଦ୍ର ସରକାର ନିଜର ପ୍ରତିଶୃତି ରକ୍ଷା କରି ପାରିନାହାନ୍ତି, ତେଣୁ ଜନତା ଏହାର ଜବାବ ନିର୍ବାଚନରେ ଦେବେ । ସିଟ କଥା କହିବେନି କାରଣ ଏହା ଅହଂକାରୀର ପରିଚୟ ତେଣୁ କଂଗ୍ରେସ ଭଲ ପ୍ରଦର୍ଶନ କରିବ ବୋଲି କହିଛନ୍ତି ମିଡିଆ ସେଲ ଅଧ୍ୟକ୍ଷ ।

ଆସନ୍ତା କାଲି ଯେଉଁ ହାଇପ୍ରୋଫାଇଲ ପ୍ରାର୍ଥୀ ମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଜନସାଧାରଣ ସେମାନେ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଜେଡିର ସାଂସଦ ପ୍ରାର୍ଥୀ ଦିଲ୍ଲୀପ ତିର୍କୀ, ଅଚ୍ୟୁତ ସାମନ୍ତ , ବିଜେପିର ପ୍ରଦୀପ ପୁରୋହିତ, ସଂଗୀତା ସିଂହଦେଓ,ଜୁଏଲ ଓରାମ । ସେହିପରି କଂଗ୍ରେସ ର ବିଧାୟକ ପ୍ରାର୍ଥୀ ସନ୍ତୋଷ ସିଂ ସାଲୁଜା, ରମେଶ ଜେନା ,ବିଜେଡିର ନିରଞ୍ଜନ ପୂଜାରୀ,ବିକ୍ରମ କେଶରୀ ଆରୁଖ ,ଟୁକୁନି ସାହୁ ,ସୁଶାନ୍ତ ସିଂ ,କଲିକେଶ ସିଂହଦେଓ ଏବଂ ବିଜେପିର ଦିଲ୍ଲୀପ ରାୟ ପ୍ରମୁଖଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.