ETV Bharat / politics

ମୟୂରଭଞ୍ଜର 8 ବିଧାନସଭା ଆସନରେ ଆସିଲା କଂଗ୍ରେସ ପ୍ରାର୍ଥୀଙ୍କ ନାମ, ଏଥର ଖାତା ଖୋଲିପାରିବ ତ ଦଳ ? - Mayurbhanj Assembly Constituency

author img

By ETV Bharat Odisha Team

Published : Apr 15, 2024, 1:34 PM IST

Updated : Apr 15, 2024, 4:12 PM IST

Mayurbhanj Assembly Constituency: 2024 ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରୁଛନ୍ତି 3 ଦଳ । ଏହାରି ଭିତରେ ମୟୂରଭଞ୍ଜ ଜିଲ୍ଲାରେ ରହିଥିବା ୯ ଗୋଟି ବିଧାନସଭା ଆସନ ମଧ୍ୟରୁ 8ଟି ଆସନରେ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ ପାର୍ଟି । ଅଧିକ ପଢନ୍ତୁ,

Mayurbhanj Assembly Constituency
Mayurbhanj Assembly Constituency
Mayurbhanj Assembly Constituency

ରାଇରଙ୍ଗପୁର : ଗତକାଲି (ରବିବାର) 75 ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ତେବେ ମୟୂରଭଞ୍ଜ ଜିଲ୍ଲାରେ ରହିଥିବା ୯ ଗୋଟି ବିଧାନସଭା ଆସନ ମଧ୍ୟରୁ ୮ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି । କେବଳ ବଡ଼ସାହି ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ଘୋଷଣା କରିନାହିଁ ଦଳ । ରବିବାର ଗୋଟିଏ ଦିନରେ କରଞ୍ଜିଆ, ଯଶିପୁର, ରାଇରଙ୍ଗପୁର, ସାରସକଣା, ବାଙ୍ଗିରିପୋଷି, ବାରିପଦା, ମୋରୋଡା ଓ ଉଦଳା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି ।

ଯଦି 2019 ନିର୍ବାଚନ କଥା ଦେଖିବା ତାହେଲେ ଏହି 8 ଗୋଟି ନିର୍ବାଚନ ମଣ୍ଡଳୀ ମଧ୍ୟକୁ ଗୋଟିଏ ସିଟ୍ ମଧ୍ୟ ହାତେଇ ପାରିନଥିଲା କଂଗ୍ରେସ । ଏହାରି ଭିତରେ 2024 ନିର୍ବାଚନ ପାଇଁ ଦଳ ସମ୍ପୁର୍ଣ୍ଣ ପ୍ରସ୍ତୁତି କରି ପ୍ରାର୍ଥୀ ଘୋଷଣା କରିଛି । ଯଶିପୁର ନିର୍ବାଚନ ମଣ୍ଡଳୀ ପାଇଁ ଶ୍ବେତା ଚାତାର, ସାରସକଣା ନିର୍ବାଚନ ମଣ୍ଡଳୀ ପାଇଁ ରାମ କୁମାର ସୋରେନ, ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ପାଇଁ ଯୋଗେନ୍ଦ୍ର ବାନରା, ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀ ପାଇଁ ମୁରଲୀଧର ନାଏକ, କରଞ୍ଜିଆ ନିର୍ବାଚନ ମଣ୍ଡଳୀ ପାଇଁ ଲକ୍ଷ୍ମୀଧର ସିଂ, ଉଦଳା ନିର୍ବାଚନ ମଣ୍ଡଳୀ ପାଇଁ ଦୁର୍ଗା ଚରଣ ଟୁଡୁ, ବାରିପଦା ନିର୍ବାଚନ ମଣ୍ଡଳୀ ପାଇଁ ବାଦଲ ହେମ୍ବ୍ରମ, ମୋରୋଡା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରଭାସ କର ମହାପାତ୍ରଙ୍କ ଉପରେ ଆସ୍ଥା ପ୍ରକଟ କରିଛି କଂଗ୍ରେସ ।

Mayurbhanj Assembly Constituency
Mayurbhanj Assembly Constituency

ଏହା ମଧ୍ୟ ପଢନ୍ତୁ: 75 ବିଧାନସଭା ଆସନରେ ପ୍ରାର୍ଥୀ ଦେଲା କଂଗ୍ରେସ: ଭଣ୍ଡାରୀପୋଖରୀରୁ ନିରଞ୍ଜନ, ଆନନ୍ଦପୁରରୁ ଜୟଦେବ - Congress Announces Candidates

ପ୍ରାର୍ଥୀ ଘୋଷଣା ପରେ ମୟୂରଭଞ୍ଜ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଖୁସିର ମାହୋଲ ଦେଖାଦେଇଛି । ସମସ୍ତଙ୍କ ପ୍ରାର୍ଥୀ ମଧ୍ୟ ଅତ୍ୟନ୍ତ ଉତ୍ସାହିତ ଥିବା ବେଳେ ନିଜ ନିଜ ନିର୍ବାଚନ ମଣ୍ଡଳୀର ବିକାଶ ନେଇ କାମ କରିବା ସହିତ ଦଳ ସେମାନଙ୍କ ପ୍ରତି ଆସ୍ଥା ରଖିଥିବାରୁ ପ୍ରାର୍ଥୀମାନେ କଂଗ୍ରେସର ବରିଷ୍ଠ ଏବଂ କେନ୍ଦ୍ରର ନେତା ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରାର୍ଥୀ । ଏନେଇ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ପାଇଁ ଯୋଗେନ୍ଦ୍ର ବାନରା କହିଛନ୍ତି, "ଦୀର୍ଘ ୨୫ ବର୍ଷ ଧରି ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ଅବହେଳିତ ଅବସ୍ଥାରେ ରହିଥିବା ବେଳେ ଦୁଇ ପ୍ରମୁଖ ଦଳ ଉକ୍ତ ନିର୍ବାଚନ ମଣ୍ଡଳୀ ପ୍ରତି ଅଣଦେଖା କରି ଆସୁଛନ୍ତି । କୃଷି ଏବଂ କୃଷକ ପ୍ରସଙ୍ଗ, ଯୁବକ ଯୁବତୀ ବେରୋଜଗାର, ଦରବୃଦ୍ଧି, ମହିଳା ସଶକ୍ତିକରଣ ଭଳି ସମସ୍ୟା ରହିଛି । କଂଗ୍ରେସର କାହା ସହିତ କଡା ଟକ୍କର ହେବ ନାହିଁ । " ତେବେ ଚଳିତ ଥର ଆସ୍ଥା ପ୍ରକଟ କରିଥିବା ପ୍ରାର୍ଥୀମାନେ ଖାତା ଖୋଲିବାରେ ସମ୍ଭବ ହେବେ କି ନାହିଁ ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ମୟୂରଭଞ୍ଜ

Last Updated : Apr 15, 2024, 4:12 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.