ETV Bharat / politics

ଭିନ୍ନକ୍ଷମ ବିଦ୍ୟାର୍ଥୀଙ୍କ ଶିକ୍ଷାରେ ଅବହେଳା କରୁଛନ୍ତି ରାଜ୍ୟ ସରକାର: କଂଗ୍ରେସ

Govt Negligence On Education Of Disabled Students: ଭିନ୍ନକ୍ଷମ ବିଦ୍ୟାର୍ଥୀମାନଙ୍କ ଶିକ୍ଷାଦାନ ସମ୍ପର୍କିତ ପ୍ରସଙ୍ଗକୁ ନେଇ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ । ସ୍ଵତନ୍ତ୍ର ଶିକ୍ଷକ ନିଯୁକ୍ତି ନକରିବାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି କଂଗ୍ରେସ । ଅଧିକ ପଢନ୍ତୁ

ଭିନ୍ନକ୍ଷମ ବିଦ୍ୟାର୍ଥୀଙ୍କ ଶିକ୍ଷାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା କଂଗ୍ରେସ

author img

By ETV Bharat Odisha Team

Published : Mar 7, 2024, 9:57 PM IST

ଭିନ୍ନକ୍ଷମ ବିଦ୍ୟାର୍ଥୀଙ୍କ ଶିକ୍ଷାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା କଂଗ୍ରେସ

ଭୁବନେଶ୍ବର: ରାଜ୍ୟରେ ପଢୁଥିବା ଭିନ୍ନକ୍ଷମ ବିଦ୍ୟାର୍ଥୀମାନଙ୍କ ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି କଂଗ୍ରେସ । ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ କହିଛି ଯେ ଓଡ଼ିଶାର ଭିନ୍ନକ୍ଷମ ବିଦ୍ୟାର୍ଥୀମାନଙ୍କ ଶିକ୍ଷାପାଇଁ ରାଜ୍ୟ ସରକାରଙ୍କର ଚିନ୍ତା ନାହିଁ । ଶିକ୍ଷା ସମସ୍ତଙ୍କର ମୌଳିକ ଅଧିକାର, ଶିକ୍ଷାର ଗୁରୁତ୍ବ ସବୁଠାରୁ ଅଧିକ । ଜଣେ ଭିନ୍ନକ୍ଷମ ବିଦ୍ୟାର୍ଥୀ ମଧ୍ୟ ତାର ଶିକ୍ଷା ସାଧାରଣ ବିଦ୍ୟାର୍ଥୀ ପରି ପାଇବାର ଆବଶ୍ୟକତା ଅଛି । ଏହା ତାର ମୌଳିକ ଅଧିକାର । ଓଡ଼ିଶାରେ ପ୍ରାୟ ୬୮,୦୦୦ ସାଧାରଣ ବିଦ୍ୟାଳୟ ଅଛି ଏବଂ ୧,୪୬,୩୬୪ ଭିନ୍ନକ୍ଷମ ବିଦ୍ୟାର୍ଥୀ ସାଧାରଣ ବିଦ୍ୟାଳୟରେ ଶିକ୍ଷାଗ୍ରହଣ କରୁଛନ୍ତି । କିନ୍ତୁ ସେମାନଙ୍କୁ ପାଠ ପଢ଼ାଇବାପାଇଁ ଉପଯୁକ୍ତ ତାଲିମପ୍ରାପ୍ତ ସ୍ଵତନ୍ତ୍ର ଶିକ୍ଷକଙ୍କର ଅଭାବ ରହିଛି ବୋଲି ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ଭିନ୍ନକ୍ଷମ ବିଭାଗର ଅଧ୍ୟକ୍ଷ ଜିତେନ୍ଦ୍ର କୁମାର ବିଶ୍ଵାଳ କହିଛନ୍ତି ।

ଜିତେନ୍ଦ୍ର କହିଛନ୍ତି, "ଭିନ୍ନକ୍ଷମ ଛାତ୍ରଛାତ୍ରୀମାନଙ୍କର ଶିକ୍ଷା ପାଇଁ ଉଚ୍ଚତମ ନ୍ୟାୟାଳୟ ଏକ ରାୟ ଶୁଣାଣି କରି ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପ୍ରତ୍ୟେକ ସାଧାରଣ ବିଦ୍ୟାଳୟରେ ଜଣେ ଜଣେ ସ୍ଵତନ୍ତ୍ର ଶିକ୍ଷକ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ରାୟକୁ ଖୁଲମଖୁଲା ଅବମାନନା କରୁଛନ୍ତି ରାଜ୍ୟ ସରକାର । ସ୍ଥାୟୀ ସ୍ଵତନ୍ତ୍ର ଶିକ୍ଷକ ନିଯୁକ୍ତି ପାଇଁ ଭିନ୍ନକ୍ଷମ ଅଧିକାର ଆଇନ-୨୦୧୬ ଏବଂ ଶିକ୍ଷା ନୀତି ଅନୁସାରେ ନିୟମ ଓ ପ୍ରବନ୍ଧନ ରହିଛି । ରାଜ୍ୟ ସରକାର ଭିନ୍ନକ୍ଷମ ଅଧିକାର ଆଇନ ଅନ୍ତର୍ଗତ ନିୟମ ଲାଗୁ ତ କରିଛନ୍ତି, କିନ୍ତୁ ଏହାକୁ ସଠିକ ରୂପେ ପରିଚାଳନା କରିବାପାଇଁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିନାହାନ୍ତି ।" ଯାହା ରାଜ୍ୟ ସରକାରଙ୍କ ଭିନ୍ନକ୍ଷମ ବିଦ୍ୟାର୍ଥୀମାନଙ୍କ ଶିକ୍ଷାପାଇଁ ବୈମାତୃକ ମନୋଭାବ ପୋଷଣ କରିବାର ଜ୍ଵଳନ୍ତ ଉଦାହରଣ ବୋଲି ବିଶ୍ଵାଳ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ.... ଆଉଟ ସୋର୍ସିଂଙ୍କ ଫାଇଁ ଖୁସି ଖବର, ବଢିଲା ୨୫% ପାରିଶ୍ରମିକ

ସେ ଆହୁରି କହିଛନ୍ତି, "ଭାରତୀୟ ପୁର୍ନବାସ ପରିଷଦର ବୈଧାନିକରେ ଉଲ୍ଲେଖ ଅଛି, ଭିନ୍ନକ୍ଷମ ବିଦ୍ୟାର୍ଥୀମାନଙ୍କୁ କେବଳ ସ୍ଵତନ୍ତ୍ର ଶିକ୍ଷାରେ ପ୍ରଶିକ୍ଷଣ ନେଇ ଭାରତୀୟ ପୁର୍ନବାସ ପରିଷଦରେ ନାମ ପଞ୍ଜିକରଣ କରିଥିବା ଶିକ୍ଷକ ହିଁ ଶିକ୍ଷାଦାନ କରିପାରିବେ । କିନ୍ତୁ ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ତରଫରୁ ଗୋଟିଏ ବି ସ୍ଵତନ୍ତ୍ର ଶିକ୍ଷକ ନିଯୁକ୍ତି ହୋଇନାହାନ୍ତି । ତାହାଲେ ବିଦ୍ୟାଳୟରେ ନାମ ଲେଖାଇଥିବା ୧,୪୬,୩୬୪ ଭିନ୍ନକ୍ଷମ ବିଦ୍ୟାର୍ଥୀମାନଙ୍କୁ ପଢ଼ାଉଛନ୍ତି କିଏ ? ଏହି ଦିଗରେ ସୁପ୍ରିମକୋର୍ଟ ଦୁଇବର୍ଷ ମଧ୍ୟରେ ୮ ଥର ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଦୁର୍ଭାଗ୍ୟର କଥା, ରାଜ୍ୟ ସରକାର ତାଙ୍କର ଅପାରଗତାକୁ ଲୁଚାଇବାକୁ ଯାଇ ମିଥ୍ୟା ସତ୍ୟପାଠ ଦାଖଲ କରି ସୁପ୍ରିମକୋର୍ଟକୁ ଭ୍ରମିତ କରିବା ପାଇଁ ଯେଉଁ ଉଦ୍ୟମ କରୁଛନ୍ତି, କଂଗ୍ରେସ ଏହାକୁ ଦୃଢ଼ ଭାବରେ ନିନ୍ଦା କରୁଛି ।" ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ପ୍ୟାନେଲିଷ୍ଟ ଶୁଭେନ୍ଦୁ ଶେଖର ମଲ୍ଲିକ ଏବଂ ଓଡ଼ିଶା ସ୍ଵତନ୍ତ୍ର ଶିକ୍ଷକ ସଂଘର ଯୁଗ୍ମ ସମ୍ପାଦକ ଆୟୁଷ୍ମାନ ଚୌଧୁରୀ ଉପସ୍ଥିତ ଥିଲେ ।

  • " class="align-text-top noRightClick twitterSection" data="">

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.