ETV Bharat / politics

ବଳଭଦ୍ର ମାଝୀଙ୍କ ପ୍ରାର୍ଥୀତ୍ଵକୁ ନେଇ ନବରଙ୍ଗପୁର ବିଜେପି ଦୁଇ ଫାଳ, ଦଳରେ ଶୁଭିଲା ବିଦ୍ରୋହର ସ୍ୱର - Nabarangpur Lok Sabha Constituency

Nabarangpur Lok Sabha Constituency: ନବରଙ୍ଗପୁର ସଂସଦୀୟ କ୍ଷେତ୍ର ପାଇଁ ବିଜେପି ତରଫରୁ ପୂର୍ବତନ ସାଂସଦ ବଳଭଦ୍ର ମାଝୀଙ୍କୁ ପ୍ରାର୍ଥୀ ଭାବରେ ଘୋଷଣା ପରେ ନବରଙ୍ଗପୁର ବିଜେପିରେ ବିଦ୍ରୋହ ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Mar 25, 2024, 8:10 PM IST

ବଳଭଦ୍ର ମାଝୀଙ୍କ ପ୍ରାର୍ଥୀତ୍ଵକୁ ନେଇ ନବରଙ୍ଗପୁର ବିଜେପି ଦୁଇ ଫାଳ

ନବରଙ୍ଗପୁର: ଲୋକସଭା ପାଇଁ ବଳଭଦ୍ର ମାଝୀ ପ୍ରାର୍ଥୀତ୍ଵକୁ ନେଇ ନବରଙ୍ଗପୁର ବିଜେପି ଦୁଇ ଫାଳ । ନବରଙ୍ଗପୁର ବିଜେପିରେ ଶୁଭିଲା ବିଦ୍ରୋହର ସ୍ୱର । ନବରଙ୍ଗପୁର ସଂସଦୀୟ କ୍ଷେତ୍ର ପାଇଁ ବିଜେପି ତରଫରୁ ପୂର୍ବତନ ସାଂସଦ ବଳଭଦ୍ର ମାଝୀଙ୍କୁ ପ୍ରାର୍ଥୀ ଭାବରେ ଘୋଷଣା ପରେ ନବରଙ୍ଗପୁର ବିଜେପିରେ ବିଦ୍ରୋହ ଦେଖିବାକୁ ମିଳିଛି । ବଳଭଦ୍ରଙ୍କ ବଦଳରେ ପୂର୍ବତନ ସାଂସଦ ପର୍ଶୁରାମ ମାଝୀଙ୍କୁ ଟିକେଟ ପାଇଁ ଦାବି କରିଛନ୍ତି ପର୍ଶୁରାମଙ୍କ ସମର୍ଥକ ।

ତେବେ ଗତକାଲି (ରବିବାର) ରାଜ୍ୟର 18ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ଏହି ପରିପ୍ରେକ୍ଷୀରେ ନବରଙ୍ଗପୁର ଲୋକସଭା ଆସନ ପାଇଁ ବଳଭଦ୍ର ମାଝୀଙ୍କ ନାଁ ଘୋଷଣା କରାଯାଇଛି । ନବରଙ୍ଗପୁର ସଂସଦୀୟ କ୍ଷେତ୍ର ପାଇଁ ବିଜେପି ତରଫରୁ ପୂର୍ବତନ ସାଂସଦ ବଳଭଦ୍ର ମାଝୀଙ୍କ ପ୍ରାର୍ଥୀତ୍ଵ ଘୋଷଣା ପରେ ନବରଙ୍ଗପୁର ବିଜେପିରେ ବିଦ୍ରୋହର ଦେଖିବାକୁ ମିଳିଛି । ପୂର୍ବତନ ସାଂସଦ ପର୍ଶୁରାମ ମାଝୀଙ୍କ ସମର୍ଥକମାନେ ବଳଭଦ୍ରଙ୍କ ପ୍ରାର୍ଥୀତ୍ଵକୁ ନେଇ ବିରୋଧ ପ୍ରର୍ଦଶନ କରିଛନ୍ତି । ପର୍ଶୁରାମ ମାଝୀ ଗତ ବିଜେପି-ବିଜେଡି ମେଣ୍ଟ ସରକାର ସମୟରେ ୧୯୯୯ ଓ ୨୦୦୪ରେ ଦୁଇ ଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ତେବେ ୨୦୧୯ ମସିହାରେ ବିଜେଡିରୁ ଟିକେଟ ନ ପାଇ ବିଜେପିରେ ସାମିଲ ହୋଇ ସାଂସଦ ଟିକେଟ ପାଇ ନିର୍ବାଚନ ଲଢ଼ିଥିଲେ ମଧ୍ୟ ପରାସ୍ତ ହୋଇ ତୃତୀୟ ସ୍ଥାନରେ ରହିଥିଲେ ।

ଏହା ମଧ୍ୟ ପଢନ୍ତୁ...କୋରାପୁଟ ଲୋକସଭା ଆସନରେ କାଳିରାମଙ୍କୁ ବିଜେପି ଟିକେଟ, କହିଲେ 'ଭୋଟରଙ୍କ ନିକଟରେ ପହଞ୍ଚାଇବେ ମୋଦିଙ୍କ ବିକାଶ ମଡେଲ' - LOK SABHA ELECTIONS

ଏହା ମଧ୍ୟ ପଢ଼ନ୍ତୁ...ପୁଣି ଥରେ ଭରସା କରିଥିବାରୁ ଦଳର ଶୀର୍ଷ ନେତୃତ୍ବଙ୍କୁ ଧନ୍ୟବାଦ: ବିଜେପି ପ୍ରାର୍ଥୀ ଅନିତା - BJP Leader Anita Priyadarshini

ସେପେଟ ବର୍ତ୍ତମାନ ବିଜେପି ପକ୍ଷରୁ ବଳଭଦ୍ର ମାଝୀଙ୍କୁ ପ୍ରାର୍ଥୀ କରାଯିବା ନେଇ ପର୍ଶୁରାମଙ୍କ ସମର୍ଥକମାନେ ଅସନ୍ତୋଷ ଜାହିର କରିଛନ୍ତି । ଟିକେଟ ଘୋଷଣା ପୂର୍ବରୁ ପର୍ଶୁରାମଙ୍କ ସମର୍ଥକ ବିଜେପି କର୍ମୀମାନେ ଏକତ୍ରିତ ହୋଇ ପର୍ଶୁରାମଙ୍କୁ ଟିକେଟ ଦେବା ପାଇଁ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ନିବେଦନ କରିଥିଲେ । କିନ୍ତୁ ପର୍ଶୁରାମଙ୍କ ବଦଳରେ ବଳଭଦ୍ର ମାଝୀଙ୍କୁ ଟିକେଟ ମିଳିଛି । ଯଦି ବଳଭଦ୍ରଙ୍କ ପ୍ରାର୍ଥୀତ୍ୱକୁ ବାତିଲ କରାନଯାଏ ତେବେ ନିର୍ବାଚନରୁ ବିରତ ରହିବେ ବୋଲି କର୍ମୀମାନେ କହିଛନ୍ତି । ଅପରପକ୍ଷରେ ପ୍ରାର୍ଥୀତ୍ୱକୁ ନେଇ କର୍ମୀମାନଙ୍କୁ ଧର୍ଯ୍ୟ ଧରିବା ପାଇଁ କହିବା ସହ ଏଥିପ୍ରତି କେନ୍ଦ୍ର ଓ ରାଜ୍ୟ ନେତୃବୃନ୍ଦମାନେ ପୁନଃ ବିଚାର କରିବା ଆବଶ୍ୟକ ବୋଲି କହିଛନ୍ତି ପର୍ଶୁରାମ ମାଝୀ ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.