ETV Bharat / politics

କ୍ଷମତାକୁ ଆସି ବିରୋଧୀ ଦଳ ଭଳି ପ୍ରଳାପ କରିବା ଛାଡ଼ନ୍ତୁ ମୁଖ୍ୟମନ୍ତ୍ରୀ: ପ୍ରତାପ ଦେବ - BJD Counter Attack on CM

author img

By ETV Bharat Odisha Team

Published : Jun 24, 2024, 6:04 PM IST

BJD Counter Attack on CM Mohan Majhi: ବିରୋଧୀ ଦଳରେ ଥିବାବେଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ମିଳିଥିଲା ଖଣି ଓ ମନ୍ତ୍ରୀପଦ ! ଏଭଳି ଅଭିଯୋଗ କରିଛନ୍ତି ଖୋଦ ମୁଖ୍ୟମନ୍ତ୍ରୀ । ସେପଟେ ମୁଖ୍ୟମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟ ଦୁର୍ଭାଗ୍ୟଜନକ ବୋଲି କହିଛି ବିଜେଡି । ସେତେବେଳେ କଣପାଇଁ ଚୁପଥିଲେ ବୋଲି ପଚାରିଲେ ପ୍ରତାପ ଦେବ । ଅଧିକ ପଢ଼ନ୍ତୁ

BJD Counter Attack on CM
BJD Counter Attack on CM (ETV Bharat Odisha)

ଭୁବନେଶ୍ବର: କେନ୍ଦୁଝର ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏକ ଜନସଭାକୁ ସମ୍ବୋଧିତ କରି ରଖିଥିବା ବୟାନକୁ ନେଇ ଏବେ ରାଜ୍ୟ ରାଜନୀତିରେ ତୁମ୍ବିତୋଫାନ ହୋଇଛି । ବିରୋଧୀ ଦଳରେ ଥିବାବେଳେ ତାଙ୍କୁ ଶାସକ ଦଳ ଶଙ୍ଖ ଧରିବା ପାଇଁ ବିଭିନ୍ନ ପ୍ରଲୋଭନ ଦେଖାଇଥିବା ଅଭିଯୋଗ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏପରିକି ତାଙ୍କୁ ମନ୍ତ୍ରୀପଦ ଅଫର ମିଳିଥିବା କଥା କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ଉପରେ କଡ଼ା କାଉଣ୍ଟର କରିଛି ବିଜେଡି । ମୁଖ୍ୟମନ୍ତ୍ରୀ ଖଣି ଦୁର୍ନୀତି ନେଇ ଯେଉଁ ଉକ୍ତି ରଖିଛନ୍ତି ତାହା ଦୁର୍ଭାଗ୍ୟଜନକ ବୋଲି କହିଛି ବିଜେଡି । ମୁଖ୍ୟମନ୍ତ୍ରୀ ଭୁଲି ଯାଉଛନ୍ତି ସେ ଆଉ ବିରୋଧୀ ଦଳରେ ନାହାଁନ୍ତି । ପଦ ମର୍ଯ୍ୟାଦା ବଞ୍ଚେଇ ରଖିବା କଥା ବୋଲି ବିଜେଡି କହିଛି । ସଂସଦରେ ଓଡ଼ିଶା ଖଣି ସଂସ୍କାରକୁ ନେଇ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା ପରେ ମୁଖ୍ୟମନ୍ତ୍ରୀଙ୍କ ଏଭଳି ଉକ୍ତି ଶୋଭନୀୟ ନୁହେଁ ବୋଲି କହିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ଆଳି ବିଧାୟକ ପ୍ରତାପ କେଶରୀ ଦେବ ।

ବିଜେଡିର ବରିଷ୍ଠ ବିଧାୟକ ପ୍ରତାପ କେଶରୀ ଦେବ କହିଛନ୍ତି, "ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଜିଲ୍ଲା ଗସ୍ତରେ ଯାଇଛନ୍ତି । ଏହି ଗସ୍ତ ସମୟରେ ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମ ଓ ଗଣମାଧ୍ୟମରେ ଯେଉଁ ଉକ୍ତି ରଖିଛନ୍ତି, ତାହା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ । ଖାସ କରି ଖଣି ଦୁର୍ନୀତି ଓ ଏହା ସମ୍ପର୍କରେ ମନ୍ତବ୍ୟ ରଖିଛନ୍ତି । କହିଛନ୍ତି ଖଣି ଦୁର୍ନୀତି ହୋଇଥିଲା, କାହାକୁ ଛଡ଼ାଯିବ ନାହିଁ । ବିରୋଧୀ ଦଳରେ ଥିବାବେଳେ ତାଙ୍କୁ ସରକାରୀ ଦଳ ପକ୍ଷରୁ ମନ୍ତ୍ରୀପଦ ଓ ଖଣି ଯଚା ଯାଇଥିବା ନେଇ ସେ କହିଛନ୍ତି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ମୁଖ୍ୟମନ୍ତ୍ରୀ ଜାଣିବା ଦରକାର ସେ ଆଉ ବିରୋଧୀ ଦଳରେ ନାହାନ୍ତି । ସେ ବର୍ତ୍ତମାନ ଓଡ଼ିଶାର ମୁଖ୍ୟମନ୍ତ୍ରୀ । କୌଣସି ଉକ୍ତି ଦେବା ପୂର୍ବରୁ ତାଙ୍କୁ ଚିନ୍ତା କରିବା ଉଚିତ । କିଛି ନହେଲେ ବି ନିଜର ପଦ ମର୍ଯ୍ୟାଦା ବଞ୍ଚେଇ ରଖିବା ତାଙ୍କର କର୍ତ୍ତବ୍ୟ । ଯେଉଁଭଳି ଭାବେ ସେ ଉକ୍ତି ରଖିଛନ୍ତି, ଆଦୌ ଗ୍ରହଣୀୟ ନୁହେଁ ।"

ଏହା ମଧ୍ୟ ପଢ଼ନ୍ତୁ...ବିଜେଡି ସଂସଦୀୟ ଦଳ ବୈଠକ; ଫ୍ଲୋର ନୁହେଁ, ୱେଲ୍‌ରେ ଲଢେଇ କରିବାକୁ ନବୀନଙ୍କ ନିର୍ଦ୍ଦେଶ - No More Support to BJP

ପ୍ରତାପ ଦେବ ଆହୁରି ମଧ୍ୟ କହିଛନ୍ତି, "ଯେକୌଣସି କଥାର ଜବାବ ରଖିବାକୁ ବିଜୁ ଜନତା ଦଳ ପକ୍ଷରୁ ଆମେ ସର୍ବଦା ପ୍ରସ୍ତୁତ ଅଛୁ । ଯଦି ସେ କହୁଛନ୍ତି ବିରୋଧୀ ଦଳରେ ଥିବାବେଳେ ତାଙ୍କୁ ଶାସକ ଦଳ ପକ୍ଷରୁ ପ୍ରଲୋଭନ ଦେଖାଯାଇଥିଲା, ସେତେବେଳେ ତ କାହିଁ ସେ କହିନଥିଲେ । ସେ ଚାହିଁଥିଲେ କେସ୍‌ କରିପାରିଥାନ୍ତେ । ଗଣମାଧ୍ୟମ ଜରିଆରେ ଉକ୍ତି ରଖିପାରିଥାନ୍ତେ । ମୁଖ୍ୟମନ୍ତ୍ରୀ ହେବା ପରେ ଆଜି ଏ କଥା କହିବା କେତେ ଶୋଭନୀୟ ତାହା ମୁଖ୍ୟମନ୍ତ୍ରୀ ବିଚାର କରିବେ । ଖଣି ଉପରେ ମୁଖ୍ୟମନ୍ତ୍ରୀ କିଛି କହିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମନ୍ତ୍ରୀ ତଥା ବିଜେପିର ସର୍ବୋଚ୍ଚ ନେତାଙ୍କ ଉକ୍ତିକୁ ଦେଖନ୍ତୁ । ପ୍ରଧାନମନ୍ତ୍ରୀ ସଂସଦରେ କହିଛନ୍ତି ଯେ, ଖଣି ସଂସ୍କାରରେ ଓଡିଶା ଆଗୁଆ ଅଛି । ସଂଘୀୟ ବ୍ୟବସ୍ଥାରେ କେମିତି କାର୍ଯ୍ୟ ହୁଏ, ତାହା ନବୀନଙ୍କଠାରୁ ଶିଖନ୍ତୁ । କ୍ଷମତାକୁ ଆସି ମୁଖ୍ୟମନ୍ତ୍ରୀ ବିରୋଧୀ ଦଳ ଭଳି ପ୍ରଳାପ କରିବା ଛାଡ଼ନ୍ତୁ । ସରକାର କରିବାକୁ ଲୋକେ ବିଜେପିକୁ ବହୁମତ ଦେଇଛନ୍ତି । ଦଳ ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ମନୋନୀତ କରିଛି । କିଛି ନହେଲେ ପଦ ମର୍ଯ୍ୟାଦା ରକ୍ଷା କରନ୍ତୁ । ଜଣେ ମୁଖ୍ୟମନ୍ତ୍ରୀ ଏଭିଳି ଉକ୍ତି ରଖିବା ଶୋଭନୀୟ ନୁହେଁ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.