ETV Bharat / politics

ମୁଖ୍ୟମନ୍ତ୍ରୀ ନୀତିଶଙ୍କୁ ବୋମାରେ ଉଡାଇବାକୁ ଧମକ, ଗିରଫ ହେଲା ଅଭିଯୁକ୍ତ - ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର

Nitish Kumar Received Bomb Threat: ବିଜେପି ସହ ମେଣ୍ଟ ନ ଭାଙ୍ଗିଲେ ବୋମା ପକାଇ ଜୀବନରୁ ମାରିଦେବାକୁ ନୀତିଶଙ୍କୁ ଧମକ ମିଳିଥିଲା । ଏହି ମାମଲାର ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ଅଧିକ ପଢନ୍ତୁ

ନୀତିଶଙ୍କୁ ଧମକ ଦେଇଥିବା ଅଭିଯୁକ୍ତ ଗିରଫ
ନୀତିଶଙ୍କୁ ଧମକ ଦେଇଥିବା ଅଭିଯୁକ୍ତ ଗିରଫ
author img

By ETV Bharat Odisha Team

Published : Feb 15, 2024, 12:02 PM IST

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ହତ୍ୟା ଧମକ ଘଟଣା । କର୍ଣ୍ଣାଟକରୁ ଗିରଫ ହେଲା ଧମକ ଦେଇଥିବା ଅଭିଯୁକ୍ତ । ବିଜେପି ସହ ମେଣ୍ଟ ନ ଭାଙ୍ଗିଲେ ବୋମା ପକାଇ ଜୀବନରୁ ମାରିଦେବାକୁ ନୀତିଶଙ୍କୁ ଧମକ ମିଳିଥିବା ନେଇ ଅଭିଯୋଗ ହୋଇଥିଲା । ଏହାକୁ ଗୁରୁତର ସହ ନେଇ ଆର୍ଥିକ ଅପରାଧିକ ଶାଖା ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ମୁଖ୍ୟମନ୍ତ୍ରୀଙ୍କୁ ଧମକ ଦେବା ଅଭିଯୋଗରେ ଗିରଫ ହୋଇଥିବା ଅଭିଯୁକ୍ତ ସୋନୁ ପାସୱାନ ବିହାର ସମସ୍ତିପୁରର ମୂଳ ବାସିନ୍ଦା ହୋଇଥିବା ଜଣାପଡ଼ିଛି । ଅଭିଯୁକ୍ତ ଜଣକ ଏକ ରାଇସ ମିଲରେ ଅଖା ସିଲେଇ କାର୍ଯ୍ୟ କରୁଥିବା ଜଣାପଡ଼ିଛି ।

ପଚରାଉଚରା ବେଳେ ସତ ସ୍ୱୀକାର କରିଛି ଅଭିଯୁକ୍ତ । ସୋନୁର କହିବା କଥା, ବିହାରରେ ଦାରିଦ୍ର୍ୟତା ଓ ବେରୋଜଗାରୀ ବଢି ବଢି ଚାଲିଛି । ଯେଉଁଥିପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ କରିଆସୁଥିଲା । ଏହି କାରଣରୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଭୟଭୀତ କରିବା ପାଇଁ ଏକ ଅଡିଓ କ୍ଲିପ୍ ପଠାଇଥିଲା । ତେବେ ତା'ର କୌଣସି ରାଜନୈତିକ ଦଳ ସହ ସମ୍ପର୍କ ନଥିବା କହିଛି ଅଭିଯୁକ୍ତ ସୋନୁ । ବିହାର ପୋଲିସ ମହାନିର୍ଦ୍ଦେଶକ ଆର.ଏସ. ଭଟଠୀଙ୍କ ମୋବାଇଲକୁ ହ୍ୱାର୍ଟ୍ସଆପ୍ ଜରିଆରେ ଏକ ଅଡିଓ କ୍ଲିପ୍ ପଠାଯାଇଥିଲା ।

ଯେଉଁଥିରେ ଅଭିଯୁକ୍ତ ଜଣକ କହିଥିଲା, "ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଜଣାଇଦେବେ ଯେ ଯଦି ସେ ବିଜେପିରୁ ଅଲଗା ନହୁଅନ୍ତି ତେବେ ତାଙ୍କୁ ବୋମାରେ ଉଡ଼ାଇ ଦିଆଯିବ ।" ଏପରିକି ଅନ୍ୟ ବିଧାୟକମାନଙ୍କୁ ମଧ୍ୟ ଜୀବନରୁ ମାରିଦେବାକୁ ଧମକ ଦିଆଯାଇଥିଲା । ଏଭଳି ଧମକପୂର୍ଣ୍ଣ ଅଡିଓ କ୍ଲିପ୍ ଗତ 30 ତାରିଖ ସନ୍ଧ୍ୟାରେ ପାଇଥିଲେ ଡିଜିପି । ଯାହା ଶୁଣିବା ପରେ ପୋଲିସ ଘଟଣାକୁ ଗୁରୁତର ସହ ନେଇ ଛାନଭିନ ଆରମ୍ଭ କରିଥିଲା ।

ଏହା ମଧ୍ୟ ପଢନ୍ତୁ...ଚେନ୍ନାଇରେ ଏକାଧିକ ସ୍କୁଲକୁ ବମରେ ଉଡ଼ାଇ ଦେବାକୁ ଧମକ

ଏହି ଧମକ ମିଳିବା ପରେ ଯାଞ୍ଚ କରିବାରୁ ଅର୍ଥନୈତିକ ଅପରାଧ ଶାଖା (EOU)କୁ ତଦନ୍ତ ଦାୟିତ୍ୱ ଦିଆଯାଇଥିଲା । ସମ୍ପୃକ୍ତ ନମ୍ବରର ଲୋକେସନ ଟ୍ରାକ୍ କରିବା ପରେ ଅଭିଯୁକ୍ତ ଜଣକ କର୍ଣ୍ଣାଟକରେ ଥିବା ଜଣାପଡ଼ିଥିଲା । ସିମ୍ କାର୍ଡ ସୋନୁ ପାସୱାନ ନାଁରେ ରେଜିଷ୍ଟର ହୋଇଥିବା ଜାଣିବାକୁ ପାଇଥିଲା ଟିମ୍ । ଏହାପରେ ତଦନ୍ତକାରୀ ସଂସ୍ଥା କର୍ଣ୍ଣାଟକ ଯାଇ ସେଠାରୁ ସୋନୁକୁ ଗିରଫ କରିଛି । ଏହି ମାମଲାରେ ଆଉ 2 ଜଣ ୟୁଟ୍ୟୁବରଙ୍କ ଲିଙ୍କ୍ ସାମ୍ନାକୁ ଆସିଛି । ସେମାନଙ୍କୁ ମଧ୍ୟ ଗିରଫ କରାଯାଇଛି । ଅଭିଯୁକ୍ତମାନେ ହେଲେ ବିହାର ମୁଜାପରପୁର ଅଞ୍ଚଳର ଅଫତାବ ଖାନ ଓ ବକ୍ସରର ଅମିର ଖାନ । ଏହି 2 ଅଭିଯୁକ୍ତ ପୂର୍ବରୁ ଭିଡିଓ ଜାରି କରି ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.