ETV Bharat / politics

ନାଁ ନନେଇ ଅପରାଜିତାଙ୍କୁ ଟାର୍ଗେଟ; ମନ୍ମଥ ଓ ଅରୂପଙ୍କ ଲାଗି ଭୋଟ ମାଗିଲେ ନବୀନ - Naveen Patnaik Targets Aparajita

author img

By ETV Bharat Odisha Team

Published : May 21, 2024, 6:51 PM IST

Naveen Patnaik Targets Aparajita: ଭିଡିଓ ବାର୍ତ୍ତା ଜାରି କରି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେଡିର ଭୁବନେଶ୍ବର ଲୋକସଭା ପ୍ରାର୍ଥୀ ମନ୍ମଥ ରାଉତରାୟ ଓ ପୁରୀ ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କ ଲାଗି ମାଗିଲେ ଭୋଟ । ଅଧିକ ପଢ଼ନ୍ତୁ

NAVEEN PATNAIK VIDEO RELEASE
NAVEEN PATNAIK VIDEO RELEASE (ETV Bharat Odisha)
NAVEEN PATNAIK (ETV Bharat Odisha)

ଭୁବନେଶ୍ବର: ବିଜେଡିର ଭୁବନେଶ୍ବର ଲୋକସଭା ପ୍ରାର୍ଥୀ ମନ୍ମଥ ରାଉତରାୟ ଓ ପୁରୀ ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କ ଲାଗି ପ୍ରଚାର କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ଭିଡିଓ ବାର୍ତ୍ତା ଜରିଆରେ ଉଭୟଙ୍କ ଲାଗି ଭୋଟ ମାଗିଛନ୍ତି ନବୀନ । ଖାଲି ସେତିକି ନୁହେଁ, ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ନାଁ ନନେଇ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ । ଗତ ୫ବର୍ଷରେ ଭୁବନେଶ୍ବର ସାଂସଦ କିଛି ବଡ଼ କାମ କରିନାହାନ୍ତି ବୋଲି କହି ଅପରାଜିତାଙ୍କୁ ଟାର୍ଗେଟ କରିଛନ୍ତି ନବୀନ ।

ମନ୍ମଥଙ୍କ ପାଇଁ ମାଗିଲେ ଭୋଟ: ଭୁବନେଶ୍ବର ବିଜେଡି ଲୋକସଭା ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କୁ ଭୋଟ ଦେବାକୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେଡି ସଭାପତି ଜାରି କରିଥିବା ଭିଡିଓରେ କହିଛନ୍ତି, "ମନ୍ମଥ ରାଉତରାୟ ଜଣେ ସଫଳ ପାଇଲଟ ଥିଲେ । ରାଜଧାନୀବାସୀଙ୍କ ସେବା କରିବା ପାଇଁ ସେ ଭୁବନେଶ୍ବର ମାଟିକୁ ଫେରିଆସିଛନ୍ତି । ଏବେ ରାଜନୀତିରେ ଯୁବପୀଢିଙ୍କ ଯୋଗଦାନ ବହୁତ ବେଶୀ ରହିଛି । ମନ୍ମଥ ଏହି ଯୁବପୀଢୀଙ୍କ ପାଇଁ ପ୍ରେରଣା ସାଜିଥିବାରୁ ମୁଁ ବହୁତ ଖୁସି ।"

ଅପରାଜିତାଙ୍କୁ କଲେ ଟାର୍ଗେଟ: ନାଁ ନ ନେଇ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ସୁପ୍ରିମୋ । ସେ କହିଛନ୍ତି, "ଗତ ୫ ବର୍ଷରେ ବର୍ତ୍ତମାନର ସାଂସଦ କୌଣସି ବଡ଼ କାମ କରିନାହାନ୍ତି । ଏକାମ୍ର ଏବଂ ଲିଙ୍ଗରାଜ ମନ୍ଦିର ଉନ୍ନତିକରଣ କାମକୁ ବନ୍ଦ କରିବାକୁ ବାରମ୍ବାର ଚେଷ୍ଟା କରିଛନ୍ତି । ମନ୍ମଥ ଭୁବନେଶ୍ବର ଲୋକଙ୍କ ଉନ୍ନତି ପାଇଁ ଦିନ ରାତି ମୋ ସହ କାମ କରିବେ । ଭୁବନେଶ୍ବରକୁ ୱାର୍ଲ୍ଡ କ୍ଲାସ ସିଟି ଭାବରେ ଗଢିବାରେ ମୋତେ ସହଯୋଗ କରିବେ । ସେଥିପାଇଁ ମନ୍ମଥଙ୍କୁ ଆଶୀର୍ବାଦ କରନ୍ତୁ ।" ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ସେ ନିବେଦନ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ନବୀନ ଗ୍ୟାରେଣ୍ଟି; ଭାଷା ହିଁ ଭବିଷ୍ୟତ: ବିଜେଡି - BJD Press Meet

ଅରୂପଙ୍କ ପାଇଁ କଲେ ପ୍ରଚାର: ଏହି ଭିଡିଓରେ ବିଜେଡି ସଭାପତି ପୁରୀ ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କ ଲାଗି ପ୍ରଚାର କରିଛନ୍ତି । ସେ କହିଛନ୍ତି, "ଅରୂପ ବାବୁ ଜଣେ ସମାଜସେବୀ ଓ ଭଲ ମଣିଷ । ବହୁ କ୍ୟାନ୍ସର ରୋଗୀଙ୍କ ପାଇଁ ସେ ବହୁ କାର୍ଯ୍ୟ କରିଛନ୍ତି । ଆଜି ସେ ନିଜର ଜନ୍ମସ୍ଥାନ ପୁରୀର ସେବା କରିବା ପାଇଁ ଆସିଛନ୍ତି । ମହାପ୍ରଭୁଙ୍କ ଆଶୀର୍ବାଦରୁ ମେଟ୍ରୋ, ଅନ୍ତର୍ଜାତୀୟ ବିମାନବନ୍ଦର ଭଳି ଆହୁରି ଅନେକ ପ୍ରକଳ୍ପ ଆଣି ପୁରୀକୁ ବିଶ୍ବସ୍ତରୀୟ ଐତିହ୍ୟ ସହର କରିବାର ସେ ଲକ୍ଷ୍ୟ ରଖିଛନ୍ତି । ଏହାକୁ ପୂରଣ କରିବା ଲାଗି ସେ ଦିନରାତି କାମ କରିବେ । ପୁରୀକୁ ଐତିହ୍ୟ ସହର ଭାବେ ଗଢି ତୋଳିବାରେ ମୋତେ ସହଯୋଗ କରିବେ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.