ETV Bharat / politics

ହରିୟାଣା ସରକାରଙ୍କ ଶପଥ ଉତ୍ସବରେ ଯୋଗଦେବେ ମୋହନ ମାଝୀ, ୩ ଦିନ ରାଜ୍ୟ ବାହାରେ ରହିବେ ମୁଖ୍ୟମନ୍ତ୍ରୀ

ହରିୟାଣା ସରକାରଙ୍କ ଶପଥ ଉତ୍ସବରେ ଯୋଗଦେବେ ମୋହନ ମାଝୀ । ମୁମ୍ବାଇ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁମ୍ବାଇରେ ନିବେଶକ ସମ୍ମିଳନୀରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ।

author img

By ETV Bharat Odisha Team

Published : 15 hours ago

CM TOUR TO Haryana
CM TOUR TO Haryana (ETV Bharat Odisha)

ଭୁବନଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଠାରୁ ୩ ଦିନିଆ ରାଜ୍ୟ ବାହାରକୁ ଯାଉଛନ୍ତି । ମୁଖ୍ୟମନ୍ତ୍ରୀ ଏହି ଗସ୍ତରେ ରାଜ୍ୟ ସ୍ୱାର୍ଥ ଓ ଦଳୀୟ କାର୍ଯ୍ୟକ୍ରମରେ ସାମିଲ ହେବେ । ପ୍ରଥମେ ହରିୟାଣାରେ ଦଳୀୟ କାର୍ଯ୍ୟକ୍ରମରେ ସାମିଲ ହେବେ । ଏହା ପରେ ମୁମ୍ବାଇ ଗସ୍ତରେ ଯାଇ ନିବେଶକଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ ।

ଆଜି ଠାରୁ (ବୁଧବାର) ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହରିୟାଣା ମୁମ୍ବାଇ ଗସ୍ତରେ ଯାଉଛନ୍ତି । ୧୬ ତାରିଖ ଅପରାହ୍ନରେ ମୁଖ୍ୟମନ୍ତ୍ରୀ ହରିୟାଣା ଅଭିମୁଖେ ଗସ୍ତ କରିବେ । ହରିୟାଣାରେ ରାତ୍ରୀ ଯାପନ କରିବେ । ୧୭ ତାରିଖ ଦିନ ଚଣ୍ଡିଗଡରେ ନବ ଗଠିତ ହରିୟାଣା ସରକାର ନାଏବ ସିଂ ସୈନୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ । ସେଦିନ ଅପରାହ୍ନରେ ଚଣ୍ଡିଗଡରେ ଏନ.ଡି.ଏ. ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ବୈଠକରେ ମୋହନ ଯୋଗ ଦେବେ ।

ଏହା ବି ପଢନ୍ତୁ- ହରିୟାଣାରେ ସାଇନିଂ କଲେ ସିଏମ ସୈନୀ, ପୁଣି ହତାଶ ହାତ

ଏହା ବି ପଢନ୍ତୁ- ହରିୟାଣାରେ ପୁଣି ବିଜେପି ସରକାର, ଜମ୍ମୁ-କାଶ୍ମୀରରେ କମାଲ କଲା ଏନସି-କଂଗ୍ରେସ ମେଣ୍ଟ

ଚଣ୍ଡିଗଡ ପରେ ମୁଖ୍ୟମନ୍ତ୍ରୀ ମୁମ୍ବାଇ ଗସ୍ତରେ ଯିବେ । ୧୮ ତାରିଖ ଦିନ Indian Chemicals and Petrochemicals କ୍ଷେତ୍ରରେ ସମ୍ଭାବନା ସମ୍ବନ୍ଧିତ ଏକ ସମ୍ମିଳନୀରେ ଯୋଗ ଦେବେ । କାର୍ଯ୍ୟକ୍ରମକୁ କେନ୍ଦ୍ର ରସାୟନ ମନ୍ତ୍ରୀ ଜେପି ନଡ୍ଡା ଉଦଘାଟନ କରିବେ । ୧୮ ତାରିଖ ଅପରାହ୍ନରେ ଓ ୧୯ ତାରିଖ ସକାଳେ ମୁଖ୍ୟମନ୍ତ୍ରୀ ମୁମ୍ବାଇର ହୋଟେଲ ଓବରାୟରେ ଉତ୍କର୍ଷ ଓଡିଶା : ମେକ ଇନ ଓଡିଶା ପାଇଁ ନିବେଶକ ସମ୍ମିଳନୀରେ ଯୋଗ ଦେବେ । ୧୯ ତାରିଖ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଫେରି ଆସିବେ ।

ଏହା ବି ପଢନ୍ତୁ- ହରିୟାଣା ଜନାଦେଶ: ମୈଦାନରେ ସମ୍ପର୍କ ଲଢେଇ, ଜିତିଲେ ଶ୍ବଶୁର, ହାରିଲା ନାତୁଣି

ହରିୟାଣାରେ ସାଇନିଂ କଲେ ସିଏମ ସୈନୀ-

ହରିୟାଣାରେ ବିଧାନସଭା ନିର୍ବାଚନ ସବୁ କଳ୍ପନା ଜଳ୍ପନା ଓ ଏକଜିଟ ପୋଲର ପୂର୍ବାକଳନକୁ ଭୁଲ ସାବ୍ୟସ୍ତ କରି ‘ଭାରତୀୟ ଜନତା ପାର୍ଟି’ (ବିଜେପି) ପୁଣି ଥରେ ବହୁମତ ହାସଲ କରିଛି । ରାଜ୍ୟରେ କଂଗ୍ରେସ ଏକାକୀ ସରକାର ଗଠନ କରିବାକୁ ଯାଉଥିବା ଏକାଧିକ ଗଣମାଧ୍ୟମ ସଂସ୍ଥାର ‘ଏକଜିଟ ପୋଲ’ ପୂର୍ବାକଳନ କରିଥିଲା । ଗଣତି ଆରମ୍ଭରୁ ମଧ୍ୟ ଅନୁରୂପ ଟ୍ରେଣ୍ଡ ଦେଖିବାକୁ ମିଳିଥିଲା । ମାତ୍ର ଗଣତି ଯେତେ ଆଗଉଥିଲା, ବିଜେପିର ଆସନ ସଂଖ୍ୟା ସେତେ ସେତେ ବଢ଼ି ବଢ଼ି ଚାଲିଥିଲା ।

ହରିୟାଣା ଜନାଦେଶ-

ଆସିସାରିଛି ହରିୟାଣା ଜନାଦେଶ । ବୁଥ ବାହୁଡା ମତର ସବୁ ଆକଳନକୁ ଫେଲ କରିଛି ଫଳାଫଳ । ହରିୟାଣାର ୯୦ ବିଧାନସଭା ଆସନରୁ ୪୮ ଆସନରେ ବାଜିମାତ କରିଛି ପଦ୍ମ ଦଳ । ସେହିପରି କଂଗ୍ରେସକୁ ୩୭ ଆସନ ମିଳିଥିବା ବେଳେ ଭାରତୀୟ ଜାତୀୟ ଲୋକଦଳକୁ ୨ ଓ ସ୍ବାଧୀନ ଖାତାକୁ ୩ ଆସନ ଯାଇଛି । ଲଗାତର ତୃତୀୟ ଥର ପାଇଁ ସରକାର ଗଢିବାକୁ ଯାଉଛି ଭାରତୀୟ ଜନତା ପାର୍ଟି । ପ୍ରାରମ୍ଭିକ ଟ୍ରେଣ୍ଡରେ ଆଗରେ ଥିଲା କଂଗ୍ରେସ । ପରେ ପଲଟିଯାଇଥିଲା ବାଜି । ଏଥର ହରିୟାଣା ନିର୍ବାଚନରେ କେଉଁଠି ଜେଜେ-ନାତୁଣି ତ କେଉଁଠି ଭାଇ-ଭାଇ ପୁଣି ଶ୍ବଶୁର-ବୋହୂ ମଧ୍ୟରେ ଲଢେଇ ଦେଖିବାକୁ ମିଳିଥିଲା । ରାଜନୀତି ରଙ୍ଗରେ ରଙ୍ଗେଇ ହୋଇଥିଲା ପରିବାର ସମ୍ପର୍କ ।

ନୂଆଦିଲ୍ଲୀ ପରେ ମୁମ୍ବାଇରେ ରୋଡ଼ ସୋ'-

ମୁମ୍ବାଇ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁମ୍ବାଇରେ ନିବେଶକ ସମ୍ମିଳନୀରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । India Chem ସମ୍ମିଳନୀରେ ମଧ୍ୟ ଯୋଗ ଦେବେ ମୁଖ୍ୟମନ୍ତ୍ରୀ । ଉତ୍କର୍ଷ ଓଡ଼ିଶା ସମ୍ମିଳନୀ ପାଇଁ ନିବେଶକଙ୍କୁ ନିମନ୍ତ୍ରଣ କରିବେ । ଜାନୁଆରୀ ୨୦୨୫ରେ ଓଡ଼ିଶାରେ ହେବ ଉତ୍କର୍ଷ ସମ୍ମିଳନୀ ।

ନୂଆଦିଲ୍ଲୀ ପରେ ମୁମ୍ବାଇରେ ଓଡିଶା ସରକାରଙ୍କ ଦୁଇ ଦିନିଆ ନିବେଶକ ସମ୍ମିଳନୀ ଓ ରୋଡ଼ ସୋ' । ଆସନ୍ତା 18 ଓ 19ରେ ଶିଳ୍ପ ନଗରୀ ମୁମ୍ବାଇରେ ଆୟୋଜିତ ହେବ କାର୍ଯ୍ୟକ୍ରମ । କାର୍ଯ୍ୟକ୍ରମରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା ଓ ରାଜ୍ୟର ବରିଷ୍ଠ ଅଧିକାରୀ । ରାଜ୍ୟରେ ଶିଳ୍ପାୟନ ଲାଗି ଦିଲ୍ଲୀ ପରେ ମୁମ୍ବାଇରେ ନିବେଶକ ଓ ପୁଞ୍ଜିନିବେଶକଙ୍କ ସହ ଆଲୋଚନା କରିବେ ରାଜ୍ୟ ସରକାର । 19 ତାରିଖରେ 300ରୁ ଉର୍ଦ୍ଧ୍ବ ନିବେଶକଙ୍କ ସହ ଆଲୋଚନା କରିବେ ମୋହନ ସରକାର । ବିଭିନ୍ନ ସେକ୍ଟରର ନିବେଶକ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.