ETV Bharat / politics

ଓଡ଼ିଶାର ସାମଗ୍ରିକ ବିକାଶ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ - CM meeting with Chief Secretary

author img

By ETV Bharat Odisha Team

Published : Jun 14, 2024, 10:31 PM IST

CM meeting with Chief Secretary: ରାଜ୍ୟ ଅତିଥି ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଲା ଗୁରୁତ୍ବପୂର୍ଣ୍ଣ ବୈଠକ । ମୁଖ୍ୟ ଶାସନ ସଚିବ ଏବଂ ବରିଷ୍ଠ ଅଧିକାରୀମାନେ ଥିଲେ ଉପସ୍ଥିତ । ଓଡ଼ିଶାର ସାମଗ୍ରିକ ବିକାଶ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରେଜେଣ୍ଟେସନ ଦିଆଯାଇଥିବା କହିଲେ ମୁଖ୍ୟ ସଚିବ । ଅଧିକ ପଢ଼ନ୍ତୁ

CM meeting with Chief Secretary
CM meeting with Chief Secretary (ETV Bharat Odisha)

ଭୁବନେଶ୍ବର: ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନେବାପରେ ଆକ୍ସନ ମୋଡ୍‌ରେ ମୋହନ ସରକାର । ଦାୟିତ୍ବ ନେବା ପରେ ପରେ ବିଭିନ୍ନ ବିଭାଗର ଅଧିକାରୀମାନଙ୍କ ସହ ଆଲୋଚନା କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଜ୍ୟ ଅତିଥି ଭବନରେ ଅସ୍ଥାୟୀ କାର୍ଯ୍ୟାଳୟ କରି ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି କ୍ରମରେ ଆଜି ରାଜ୍ୟ ଅତିଥି ଭବନରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିଲା । ଏଥିରେ ମୁଖ୍ୟ ଶାସନ ସଚିବ ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ବୈଠକ ପରେ ମୁଖ୍ୟ ଶାସନ ସଚିବ ପ୍ରତିକ୍ରିୟାରେ କହିଛନ୍ତି, "ଓଡ଼ିଶାର ସାମଗ୍ରିକ ବିକାଶ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରେଜେଣ୍ଟେସନ ଦିଆଗଲା । ରାଜ୍ୟର ଜନସଂଖ୍ୟା, ରାଜ୍ୟର ଭୌଗଳିକ ସ୍ଥିତି ଏବଂ କଣ କଣ କାମ କରାଯାଇଛି, ସେ ବିଷୟରେ ମୁଖ୍ୟମନ୍ତ୍ରୀ ପଚାରି ବୁଝିଲେ । ଆଗକୁ କଣ କଣ ଚ୍ୟାଲେଞ୍ଜ ରହିଛି, ସେ ବିଷୟରେ ମଧ୍ୟ ମୁଖ୍ୟମନ୍ତ୍ରୀ ବିସ୍ତୃତ ଆଲୋଚନା କରିଛନ୍ତି । ୩- ୪ ଦିନ ମଧ୍ୟରେ ଆହୁରି ଏକାଧିକ ବୈଠକ ରହିଛି ।"

ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତକାଲିଠାରୁ ସରକାରୀ କାର୍ଯ୍ୟ ଆରମ୍ଭ କରିଛନ୍ତି । ଶପଥ ଗ୍ରହଣ ପରେ ସନ୍ଧ୍ୟାରେ ଲୋକସେବା ଭବନ ଯାଇ ଦାୟିତ୍ବ ଗ୍ରହଣ କରିଥିଲେ । ପୁରୀରୁ ଫେରିଲା ପରେ ଲୋକସେବା ଭବନ ନଯାଇ ରାଜ୍ୟ ଅତିଥି ଭବନରୁ କାର୍ଯ୍ୟ ଆରମ୍ଭ କରିଥିଲେ । ସରକାରଙ୍କ ପ୍ରଥମ ୧୦୦ ଦିନର କାର୍ଯ୍ୟକ୍ରମ କ’ଣ ହେବ, ସେଥିପାଇଁ ସେ ବିଭିନ୍ନ ବିଭାଗର ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ବିଧାନସଭା ଅଧିବେଶନ କେବେ ଆରମ୍ଭ କରିହେବ, ସେନେଇ ମୁଖ୍ୟମନ୍ତ୍ରୀ ଗତକାଲି ସଂସଦୀୟ ବ୍ୟାପାର ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜି ମାଥିଭାଥନନ୍‌ ଓ ବିଧାନସଭା ସଚିବ ଦାଶରଥୀ ଶତପଥୀଙ୍କ ସହ ଆଲୋଚନା କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ରାଜ୍ୟ ସଂଗ୍ରହାଳୟରେ ରଜ ମହୋତ୍ସବ; ଲୋକଙ୍କ ଗହଣରେ ବସି ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିଲେ ମୁଖ୍ୟମନ୍ତ୍ରୀ - CM Mohan Majhi enjoy Raja Festival

ଅନ୍ୟପଟେ ଆଜି ପହିଲି ରଜ ଅବସରରେ ସାଧାରଣ ଲୋକଙ୍କ ସହ ରଜ ପାଳିଥିଲେ ମୁଖ୍ୟମନ୍ତ୍ରୀ । ରାଜ୍ୟ ସଂଗ୍ରହାଳୟ ପରିସରରେ ଆୟୋଜିତ ରଜ ମହୋତ୍ସବ କାର୍ଯ୍ୟକ୍ରମରେ ରଜପାନ ଖାଇ ଲୋକଙ୍କ ଗହଣରେ ବସି ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ରାଜ୍ୟ ମନ୍ତ୍ରିମଣ୍ଡଳ ଗଠନ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ । ଖୁବଶୀଘ୍ର ବିଭାଗ ବଣ୍ଟନ ନେଇ ଘୋଷଣା ହେବ ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.