ETV Bharat / politics

ନିର୍ବାଚନ ପ୍ରତିଶ୍ରୁତି ପାଳନ ପାଇଁ ୪ ବୈଷୟିକ କମିଟି ଗଠନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ - CM MOHAN CHARAN MAJHI

author img

By ETV Bharat Odisha Team

Published : Jun 23, 2024, 6:33 AM IST

CM Reviews Flood Preparedness: ଜଳସମ୍ପଦ ବିଭାଗର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୪ଟି ବୈଷୟିକ କମିଟି ଗଠନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢ଼ନ୍ତୁ

CM Reviews Flood Preparedness
CM Reviews Flood Preparedness (ETV Bharat Odisha)

ଭୁବନେଶ୍ବର: ନିର୍ବାଚନ ପ୍ରତିଶ୍ରୁତି ପାଳନ ପାଇଁ ୪ଟି ବୈଷୟିକ କମିଟି ଗଠନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି । ବନ୍ୟା ପରିଚାଳନା ନୀତି, ମହାନଦୀ ରିଜୁଭେନେସନ ଓ ରୁଲ କର୍ଭ ସମୀକ୍ଷା, ଜଳ ସଂରକ୍ଷଣ ନୀତି ଏବଂ ଅନ୍ତ ନଦୀ ଜଳ ପଥର ଉନ୍ନତି ପାଇଁ ଗଠନ ହେବ କମିଟି । ୧୦୦ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ମୁଖ୍ୟମନ୍ତ୍ରୀ ଜଳ ସମ୍ପଦ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ବନ୍ୟା ନିୟନ୍ତ୍ରଣ ପାଇଁ ନଦୀ ବନ୍ଧର ସୁଦୃଢ଼ୀକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜଳସମ୍ପଦ ବିଭାଗର ସମୀକ୍ଷା କରିଛନ୍ତି । ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଚଳିତ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମ୍ପର୍କୀୟ ସମୀକ୍ଷା କରିଛନ୍ତି । ଏହି ସମୀକ୍ଷା ବୈଠକରେ ବିଭାଗୀୟ ଅଧିକାରୀଙ୍କୁ ସମସ୍ତ ଦୁର୍ବଳ ନଦୀବନ୍ଧମାନଙ୍କର ତୁରନ୍ତ ସୁଦୃଢ଼ୀକରଣ କରାଇବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ବନ୍ୟା ସମୟରେ ସଜାଗ ରହି ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏତଦ୍‌ ବ୍ୟତୀତ ମୁଖ୍ୟମନ୍ତ୍ରୀ ଜଳ ସମ୍ପଦ ବିଭାଗର ବିଭିନ୍ନ ଯୋଜନା ଅଧୀନରେ ଚାଲୁ ରହିଥିବା କାର୍ଯ୍ୟ ସମ୍ପର୍କରେ ସବିଶେଷ ସମୀକ୍ଷା କରିଛନ୍ତି । ଧାର୍ଯ୍ୟ ସମୟ ଅବଧି ମଧ୍ୟରେ ପ୍ରକଳ୍ପଗୁଡିକୁ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ମୋହନ ସରକାରର ବଡ଼ ଘୋଷଣା; ପ୍ରତ୍ୟେକ ଦିନ 2ଘଣ୍ଟା ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ - CM MOHAN TO HEAR PUBLIC GRIEVANCES

ବିଜେପିର ନିର୍ବାଚନ ଇସ୍ତାହାରରେ ୪ଟି ପ୍ରମୁଖ ପ୍ରତିଶୃତି-
(୧) ଉତ୍ତମ ବନ୍ୟା ନିୟନ୍ତ୍ରଣ ଓ ପରିଚାଳନା ପାଇଁ ନୀତି ନିର୍ଦ୍ଧାରଣ
(୨) ମହାନଦୀ ପୁନରୁଦ୍ଧାର ଓ ରୁଲ୍‌ କର୍ଭର ସମୀକ୍ଷା
(୩) ଜଳ ସଂରକ୍ଷଣ ନୀତି ପ୍ରସ୍ତୁତ କରିବା
(୪) ଅନ୍ତଃ ନଦୀ ଜଳ ପଥର ଉନ୍ନତି କରଣ । ସମୟାନୁକ୍ରମିକ ଜଳଭଣ୍ଡାରରୁ ପଟୁ ଉଦ୍ଧାର ଓ ଖନନ

ଏହି କାର୍ଯ୍ୟ ପାଇଁ ବୈଷୟିକ କମିଟି ଗଠନ କରାଯିବ । ଏ ନେଇ ୧୦୦ ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସମୀକ୍ଷା ବୈଠକରେ ଉନ୍ନୟନ କମିଶନର ତଥା ଜଳ ସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି ତଥା ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.