ETV Bharat / politics

ଆଜିଠୁ ଝାଡ଼ଖଣ୍ଡରେ ‘ଟାଇଗର’ ରାଜ, ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଚମ୍ପାଇ ସୋରେନ

author img

By ETV Bharat Odisha Team

Published : Feb 2, 2024, 7:57 AM IST

Updated : Feb 2, 2024, 10:26 AM IST

Champai Soren to take oath as Jharkhand CM: ଆଜି ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବରିଷ୍ଠ ଜେଏମଏମ ନେତା ଚମ୍ପାଇ ସୋରେନ । ୧୦ ଦିନ ଭିତରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ । ଅଧିକ ପଢନ୍ତୁ

ଝାଡ଼ଖଣ୍ଡ ନୂଆ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ
ଝାଡ଼ଖଣ୍ଡ ନୂଆ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ

ରାଞ୍ଚି: ଜାନୁଆରୀ ୩୧ ସନ୍ଧ୍ୟାରୁ ଝାଡ଼ଖଣ୍ଡରେ ଲାଗି ରହିଥିବା ରାଜନୈତିକ ଅନିଶ୍ଚିତତାରେ ପଡିବ ପୂର୍ଣ୍ଣଚ୍ଛେଦ । ଆଜି ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବରିଷ୍ଠ ଜେଏମଏମ ନେତା ଚମ୍ପାଇ ସୋରେନ । ସୂଚନା ଅନୁସାରେ, ଦିନ ୧୨ଟା ୧୫ ମିନିଟରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀଙ୍କ ସହ କଂଗ୍ରେସ ନେତା ଆଲମଗିର ଆଲାମ ଓ ଆରଜେଡି ବିଧାୟକ ସତ୍ୟାନନ୍ଦ ଭୋକ୍ତ ମନ୍ତ୍ରୀ ଭାବେ ଶପଥ ନେବେ। ଗତକାଲି(ଗୁରୁବାର) ବିଳମ୍ବିତ ରାତିରେ ଝାଡ଼ଖଣ୍ଡ ରାଜ୍ୟପାଳ ସିପି ରାଧାକୃଷ୍ଣନ ଅଚାନକ ଚମ୍ପାଇଙ୍କୁ ଶପଥ ଗ୍ରହଣ ପାଇଁ ନିମନ୍ତ୍ରିତ କରିଥିଲେ । ଏଥିସହ ଆସନ୍ତା ୧୦ ଦିନ ମଧ୍ୟରେ ନିଜ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।

ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତି ପ୍ରାୟ ସାଢେ ୧୦ଟା ବେଳେ ଚମ୍ପାଇ ସୋରେନ ଏବଂ ଆଲମଗିର ଆଲାମଙ୍କୁ ରାଜଭବନ ଡକାଯାଇଥିଲା । ଦୁଇ ନେତା ଅଲଗା ଅଲଗା ରାଜଭବନରେ ପହଞ୍ଚିଥିଲେ । ପାଖାପାଖି ୧୧ଟା ୧୫ରେ ରାଜ୍ୟପାଳ ରାଧାକୃଷ୍ଣନ ଚମ୍ପାଇ ସୋରେନଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତି ପତ୍ର ହସ୍ତାନ୍ତର କରିଥିଲେ । ଏହି କ୍ରମରେ ଆଜି ଜେଏମଏମ ନେତା ଚମ୍ପାଇ ଝାଡ଼ଖଣ୍ଡର ୧୨ତମ ମୁଖ୍ୟମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିବେ । ସେପଟେ ଆସନ୍ତା ଫେବୃଆରୀ ୯ରୁ ଝାଡ଼ଖଣ୍ଡ ବିଧାନସଭା ବଜେଟ୍ ଅଧିବେଶନ ଆରମ୍ଭ ହେଉଛି । ଆଜି ମୁଖ୍ୟମନ୍ତ୍ରୀ ପଦରେ ଶପଥ ନେବା ପରେ ଚମ୍ପାଇ ସୋରେନଙ୍କୁ ୧୧ ତାରିଖ ସୁଦ୍ଧା ସଂଖ୍ୟା ଗରିଷ୍ଠତାରେ ପ୍ରମାଣ ଦେବାକୁ ପଡିବ । ତେଣୁ ବିଧାସଭାର ଏହି ଶେଷ ବଜେଟ ଅଧିବେଶନ ଖୁବ୍ ସରଗରମ ରହିପାରେ । କାରଣ ମୁଖ୍ୟ ବିରୋଧୀ ଦଳ ବିଜେପି ଦାବି କରୁଛି ଯେ, ଶାସକ ଦଳର ଅନେକ ବିଧାୟକ ମୁଖ୍ୟମନ୍ତ୍ରୀ ଭାବେ ଚମ୍ପାଇ ସୋରେନଙ୍କ ନାଁରେ ଖୁସି ନାହାନ୍ତି ।

ତେବେ ଗୁରୁବାର ଦିନ ତମାମ ଝାଡଖଣ୍ଡରେ ରାଜନୈତିକ ପାଣିପାଗ ଖୁବ୍ ଉଷ୍ଣ ରହିଥିଲା । ଚମ୍ପାଇ ସୋରେନଙ୍କ ଶପଥ ଗ୍ରହଣ ବିଳମ୍ବ ହେବା ନେଇ ଅନେକ ନେତା ଦର୍ଶାଇଥିଲେ । ଶାସକ ଦଳର ବିଧାୟକମାନେ ରାଜଭବନରୁ ନିମନ୍ତ୍ରଣ ଅପେକ୍ଷାରେ ବସି ରହିଥିଲେ । କିନ୍ତୁ ଅପରାହ୍ନ ପର୍ଯ୍ୟନ୍ତ କୌଣସି ସନ୍ଦେଶ ନ ଆସିବାରୁ ଚମ୍ପାଇ ସୋରେନ ଏବଂ ଆଲମଗିର ଆଲାମ ରାଜଭବନରେ ପହଞ୍ଚି ଶପଥ ଗ୍ରହଣ ପାଇଁ ସମୟ ଦେବାକୁ ଅନୁରୋଧ କରିଥିଲେ । ହେଲେ ରାଜ୍ୟପାଳ ଏ ପ୍ରସଙ୍ଗରେ ବିଚାର ବିମର୍ଷ ଚାଲିଛି ଏବଂ ଆସନ୍ତାକାଲି ନିଷ୍ପତ୍ତି ଜଣାଇବୁ ବୋଲି କହିବା ପରେ ଜେଏମଏମ ବିଧାୟକଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ: ଇସ୍ତଫା ଦେଲେ ହେମନ୍ତ; କଳ୍ପନା ନୁହନ୍ତି ଚମ୍ପାଇ ସୋରେନ ଝାଡଖଣ୍ଡର ନୂତନ ମୁଖ୍ୟମନ୍ତ୍ରୀ

ଏହା ମଧ୍ୟ ପଢନ୍ତୁ: ଗିରଫ ପରେ ସୋରେନଙ୍କ ପ୍ରଥମ ପ୍ରତିକ୍ରିୟା; ମୁଁ କେବେ ହାର୍ ମାନିବିନି, ଡରିବିନି

ବିଜେପିର ଅପରେସନ ଲୋଟସ୍ ଆଶଙ୍କାରେ ସବୁ ବିଧାୟକଙ୍କୁ ଦୁଇଟି ଚାଟାର୍ଡ ବିମାନରେ ହାଇଦ୍ରାବାଦ ପଠାଇବାକୁ ଯୋଜନା କରାଯାଇଥିଲା । ଏମିତିକି ବିଧାୟକମାନେ ବିମାନରେ ବସି ଯାଇଥିଲେ ମଧ୍ୟ, ହେଲେ ଖରାପ ପାଗ ଯୋଗୁଁ ଉଡାଣ ସମ୍ଭବ ହୋଇପାରିନଥିଲା । ଏଭଳି ସ୍ଥିତିକୁ ଦେଖି ଝାଡ଼ଖଣ୍ଡରେ କିଛି ବଡ଼ ପରିବର୍ତ୍ତନ ଘଟିବାକୁ ଯାଉଥିବାର ଚର୍ଚ୍ଚା ଜୋର ଧରିଥିଲା । ମାତ୍ର ବିଳମ୍ବିତ ରାତିରେ ରାଜ୍ୟପାଳ ଚମ୍ପାଇ ସୋରେନଙ୍କୁ ଶପଥ ନେବାକୁ ଆମନ୍ତ୍ରିତ କରିବା ସହିତ ସବୁକିଛି ସ୍ପଷ୍ଟ ହୋଇଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 2, 2024, 10:26 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.