ETV Bharat / politics

ଇସ୍ତଫା ଦେଲେ ହେମନ୍ତ; କଳ୍ପନା ନୁହନ୍ତି ଚମ୍ପାଇ ସୋରେନ ଝାଡଖଣ୍ଡର ନୂତନ ମୁଖ୍ୟମନ୍ତ୍ରୀ

Champai Soren New Chief Minister of Jharkhand: ଇସ୍ତଫା ଦେଲେ ହେମନ୍ତ ସୋରେନ । କଳ୍ପନା ସୋରେନଙ୍କ ବଦଳରେ ମୁଖ୍ୟମନ୍ତ୍ରୀ ହେବେ ଚମ୍ପାଇ ସୋରେନ । ଅଧିକ ପଢନ୍ତୁ

କଳ୍ପନା ନୁହନ୍ତି ଚମ୍ପେଇ ସୋରେନ ଝାଡଖଣ୍ଡର ନୂତନ ମୁଖ୍ୟମନ୍ତ୍ରୀ

author img

By ETV Bharat Odisha Team

Published : Jan 31, 2024, 8:46 PM IST

Updated : Feb 1, 2024, 6:43 AM IST

ରାଞ୍ଚି: ଝାଡଖଣ୍ଡରେ ଜାରି ରହିଥିବା ପଲଟିକାଲ ହାଇଡ୍ରାମା ମଧ୍ୟରେ ସଂଧ୍ୟାରେ ରାଜଭବନ ପହଞ୍ଚି ମୁଖ୍ୟମନ୍ତ୍ରୀ ପଦରୁ ହେମନ୍ତ ସୋରେନ ଇସ୍ତଫା ଦେଇଛନ୍ତି । ଅନ୍ୟପଟେ ସ୍ତ୍ରୀ କଳ୍ପନା ସୋରେନ ମୁଖ୍ୟମନ୍ତ୍ରୀ ହେବା ନେଇ ଯେଉଁ ଚର୍ଚ୍ଚା ଜାରି ରହିଥିଲା ସେଥିରେ ମଧ୍ୟ ବିରାମ ଲାଗିଛି । ଦଳର ଅନ୍ୟତମ ବରିଷ୍ଠ ନେତା ତଥା ପରିବହନ ମନ୍ତ୍ରୀ ଚମ୍ପାଇ ସୋରେନ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ଆଜି ଅପରାହ୍ନରେ ବସିଥିବା ବିଧାୟକ ଦଳ ବୈଠକରେ ତାଙ୍କୁ ନେତା ନିର୍ବାଚିତ କରାଯାଇଥିଲା ।

ତେବେ ସଂଧ୍ୟାରେ ମାରାଥନ ଜେରା ପରେ ହେମନ୍ତ ଇଡି ଅଧିକାରୀଙ୍କ ଟିମ ସହ ରାଜଭବନରେ ପହଞ୍ଚି ଇସ୍ତଫା ଦେଇଛନ୍ତି । ରାଜ୍ୟପାଳ ତାଙ୍କ ଇସ୍ତଫା ମଧ୍ୟ ଗ୍ରହଣ କରିଥିବା ସୂଚନା ମିଳିଛି । ଅନ୍ୟପଟେ ଜେଏମଏମ ବିଧାୟକମାନେ ରାଜ୍ୟପାଳଙ୍କୁ ଭେଟିବା ପାଇଁ ଯାଇଥିଲେ ସୁଦ୍ଧା ସେମାନଙ୍କୁ ରାଜ୍ୟପାଳଙ୍କୁ ଭେଟିବାର ସୁଯୋଗ ମିଳିନି । ଏକାଧିକ ବିଧାୟକ ରାଜଭବନ ବାହାରେ ହଙ୍ଗାମା କରିଛନ୍ତି । ସେମାନଙ୍କ ନିକଟରେ ସଂଖ୍ୟାବହୁମତ ରହିଛି । ସେମାନେ ବିଧାୟକ ଦଳ ନେତା ମଧ୍ୟ ନିର୍ବାଚିତ କରିସାରିଛନ୍ତି । ତଥାପି ସେମାନଙ୍କୁ ରାଜ୍ୟପାଳ ସାକ୍ଷାତକାରର ସୁଯୋଗ ଦେଲେ ନାହିଁ ବୋଲି ସେମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

ତେବେ ଗତକାଲି ଠାରୁ କଳ୍ପନାଙ୍କ ନାମରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଦଳ ମୋହର ମାରିସାରିଥିବା ଚର୍ଚ୍ଚା ହୋଇଥିଲା । ହେଲେ ଆଜି ସଂଧ୍ୟାରେ ଦଳର ବରିଷ୍ଠ ନେତା ତଥା ହେମନ୍ତ କ୍ୟାବିନେଟରେ ପରିବହନ ମନ୍ତ୍ରୀ ଥିବା ଚମ୍ପାଇ ସୋରେନଙ୍କୁ ବିଧାୟକ ଦଳ ନେତା ଭାବେ ନିର୍ବାଚିତ କରାଯାଇଥିବା ପାର୍ଟିର ନେତାମାନେ ସୂଚନା ଦେଇଥିଲେ । ଚମ୍ପାଇ ନେତା ନିର୍ବାଚିତ ହୋଇସାରିଥିଲେ ସୁଦ୍ଧା ରାଜ୍ୟପାଳଙ୍କୁ ସମର୍ଥନ ପତ୍ର ପ୍ରଦାନ କରିବାରେ ବିଳମ୍ବ ହୋଇପାରେ । ତେଣୁ ଆସନ୍ତାକାଲି ଜେଏମଏମ ବିଧାୟକ ଦଳ ପୁଣି ଥରେ ରାଜ୍ୟପାଳଙ୍କୁ ଭେଟିପାରେ । ଏବେ ରାଜଭବନ ଗେଟ ସମ୍ମୁଖରେ ଜେଏମଏମ ବିଧାୟକମାନଙ୍କ ଗହଳି ଲାଗି ରହିଛି ।

ଏହା ମଧ୍ୟ ପଢନ୍ତୁ :- ଇସ୍ତଫା ଦେଲେ ହେମନ୍ତ; କଳ୍ପନା ନୁହନ୍ତି ଚମ୍ପେଇ ସୋରେନ ଝାଡଖଣ୍ଡର ନୂତନ ମୁଖ୍ୟମନ୍ତ୍ରୀ

ଆଜି ଅପରାହ୍ନରୁ ହେମନ୍ତଙ୍କୁ ଜେରା ଜାରି ରଖିଥିଲା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା । ପ୍ରାୟ 6 ଘଣ୍ଟାର ମାରାଥନ ଜେରା ପରେ ତାଙ୍କୁ ସଂଧ୍ୟାରେ ଗିରଫ କରାଯିବା ନେଇ ଅନୁମାନ କରାଯାଉଥିଲା । ହେଲେ ସଂଧ୍ୟା ପ୍ରାୟ ସାଢେ 8 ଟାରେ ହେମନ୍ତ ଇଡି ଅଧିକାରୀଙ୍କ ଟିମ ସହ ରାଜଭବନରେ ପହଞ୍ଚିଥିଲେ । ତାଙ୍କ ଗିରଫଦାରୀ ଏପ୍ରକାର ନିଶ୍ଚିତ ହୋଇସାରିଥିବା ବେଳେ ସେ କୌଣସି ମୁହୂର୍ତ୍ତରେ ଗିରଫ ହୋଇପାରନ୍ତି ।

Last Updated : Feb 1, 2024, 6:43 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.