ETV Bharat / politics

ରେଳ ପାଇଁ ଶାସକ ବିରୋଧୀ କଳି: ନୂଆ ରେଳ ଲାଇନ ନାହିଁ, ୭ ପୂର୍ବେ ଅନୁମୋଦିତ ପ୍ରକଳ୍ପକୁ ନେଇ ପ୍ରଚାର - New Rail Project Politics

author img

By ETV Bharat Odisha Team

Published : Aug 10, 2024, 9:44 PM IST

Opposition on New Rail Projects: ଓଡ଼ିଶାକୁ ନୂଆ ରେଳ ପ୍ରକଳ୍ପ ମଞ୍ଜୁରୀ ପରେ କେନ୍ଦ୍ର ସରକାରକୁ ଘେରିଲେ ବିରୋଧୀ । ନୂଆ ରେଳ ଲାଇନ ନାହିଁ, ୭ ପୂର୍ବେ ଅନୁମୋଦିତ ପ୍ରକଳ୍ପକୁ ନେଇ ପ୍ରଚାର ଅଭିଯୋଗ । ଅଧିକ ପଢନ୍ତୁ

Opposition on New Rail Projects
Opposition on New Rail Projects (ETV Bharat Odisha)

ଭୁବନେଶ୍ବର: କେନ୍ଦ୍ର କ୍ୟାବିନେଟରେ ଓଡ଼ିଶାର ୬ଟି ରେଳ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ପ୍ରାୟ ୧୫ହଜାର କୋଟିର ପ୍ରକଳ୍ପ ରହିଥିବା ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଘୋଷଣା କରିଛନ୍ତି । କିନ୍ତୁ ଲଗାତାର ଭାବେ ରେଳବାଇ କ୍ଷେତ୍ରରେ ଓଡ଼ିଶାକୁ ଅବହେଳା କଥା ଉଠାଇଛନ୍ତି ବିଜେଡି ଓ କଂଗ୍ରେସ । ଓଡ଼ିଶା ପାଇଁ ନୂଆ ରେଳ ପ୍ରକଳ୍ପ ମଞ୍ଜୁର ହୋଇନଥିବାବେଳେ ରାଜ୍ୟର ଖଣିଜ ସଂପଦ ଅନ୍ୟ ରାଜ୍ୟକୁ ଚାଲାଣ ପାଇଁ କେନ୍ଦ୍ର ଉଦ୍ୟମ ଆରମ୍ଭ କରିଛି ବୋଲି ବିଜେଡି ଅଭିଯୋଗ କରିଛି । ପ୍ରକଳ୍ପ ଲାଗି ଜମି ଓ ଅର୍ଥ ଓଡ଼ିଶା ଦେଉଥିବାରୁ ରେଳମନ୍ତ୍ରୀ ବାହାସ୍ଫୋଟ ମାରନ୍ତୁ ନାହିଁ ବୋଲି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ।

ରେଳ ପାଇଁ ଶାସକ ବିରୋଧୀ କଳି (ETV Bharat Odisha)

୭ ବର୍ଷ ପୂର୍ବର ବଜେଟ ଅନୁମୋଦିତ ପ୍ରକଳ୍ପକୁ ନେଇ ପ୍ରଚାର :-

ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି, "ବିଗତ ୮ ବର୍ଷ ମଧ୍ୟରେ ରାଜ୍ୟ ପାଇଁ କୌଣସି ନୂଆ ରେଳଲାଇନ ମଞ୍ଜୁର ହୋଇନାହିଁ । କିଛି ପ୍ରକଳ୍ପ ବଜେଟରେ ମଞ୍ଜୁରୀ ପାଇ ମଧ୍ୟ କେନ୍ଦ୍ର ସରକାର ଶୀତଳଭଣ୍ଡାରରେ ରଖି ଦେଇଛନ୍ତି । ଅଣବିଜେପି ଶାସିତ ରାଜ୍ୟମାନଙ୍କ ପ୍ରତି କେନ୍ଦ୍ର ବିଜେପି ସରକାର ଏହି ଆଭିମୁଖ୍ୟ ସଦାବେଳେ ପୋଷଣ କରିଆସିଛି । ଗୁଣୁପୁର ଥେରୁବାଲି ରେଳଲାଇନ ଏହାର ଜ୍ବଳନ୍ତ ଉଦାହରଣ । ୨୦୧୭-୧୮ ବଜେଟରେ ଏହା ଅନୁମୋଦନ ହେଇସାରିଛି । ଗତ ସାତ ବର୍ଷ ଧରି କେବଳ ରାଜ୍ୟ ସରକାରଙ୍କୁ ଜମି ଓ ଅର୍ଥ ମାଗିବା ଛଡା କେନ୍ଦ୍ର ସରକାର ଆଉ କିଛି କରିନାହାନ୍ତି । ରାଜ୍ୟ ସରକାର ଜମି ଦେଲା ପରେ ମଧ୍ୟ କୌଣସି କାର୍ଯ୍ୟାରମ୍ଭ ହୋଇନାହିଁ । ସାତବର୍ଷ ପୂର୍ବର ବଜେଟ ଅନୁମୋଦିତ ପ୍ରକଳ୍ପକୁ ବର୍ତ୍ତମାନ ପ୍ରଚାର କରାଯାଉଛି ।"

New Rail Projects
New Rail Projects (PIB)

କ୍ୟାବିନେଟ ମଞ୍ଜୁର ପ୍ରକଳ୍ପ ରାଜ୍ୟରୁ ଖଣିଜ ପଦାର୍ଥ ପରିବହନ ପାଇଁ ଉଦ୍ଦିଷ୍ଟ :-

ଲେନିନ ଆହୁରି ମଧ୍ୟ କହିଛନ୍ତି, "କ୍ୟାବିନେଟରେ ମଞ୍ଜୁର ହୋଇଥିବା ରେଳ ପ୍ରକଳ୍ପ ଗୁଡିକ ରାଜ୍ୟରୁ ଖଣିଜ ପଦାର୍ଥ ପରିବହନ କରିବା ପାଇଁ ଉଦ୍ଦିଷ୍ଟ । ଖଣିଜ ପଦାର୍ଥ ଉତ୍ତୋଳନ କରି ଚାଲାଣ ପାଇଁ କେନ୍ଦୁଝର ଜିଲ୍ଲାରେ ଏହି ପ୍ରକଳ୍ପ ହେବ । କିନ୍ତୁ ସ୍ଥାନୀୟ ଲୋକଙ୍କ ସୁବିଧା ପାଇଁ ନୁହେଁ । ଜୁନାଗଡ-ନବରଙ୍ଗପୁର ଓ ମାଲକାନଗିରି-ଭଦ୍ରାଚଳମ ପ୍ରକଳ୍ପ ଏହାର ଜ୍ୱଳନ୍ତ ଉଦାହରଣ । ଇବ ଥର୍ମାଲ ଓ ତାଳଚେରରୁ କୋଇଲା ଓ ଲୁହାପଥର ଏହି ବିକଳ୍ପ ରେଳଲାଇନ ମାଧ୍ୟମରେ ଆନ୍ଧ୍ର ପ୍ରଦେଶ ଓ ମହାରାଷ୍ଟ୍ରକୁ ଯିବ । ଏହା ଦ୍ବାରା ଅନ୍ୟ ରାଜ୍ୟ ଉପକୃତ ହେବେ । ଯଦି ଗୋପାଳପୁର ବନ୍ଦରକୁ ଏହି ଲାଇନ ଯୋଡି ହୋଇଥାଆନ୍ତା, ତାହା ହେଲେ ରାଜ୍ୟ ଅର୍ଥନୀତିକୁ ସମୃଦ୍ଧ କରିଥାଆନ୍ତା । ଚନ୍ଦ୍ରବାବୁ ନାଇଡୁଙ୍କୁ ସନ୍ତୁଷ୍ଟି କରିବା ପାଇଁ ଏହି ପ୍ରକଳ୍ପ କରାଯାଉଛି ।

New Rail Projects
New Rail Projects (PIB)

ବଜେଟରେ ମଞ୍ଜୁରୀ ଅର୍ଥରୁ ବ୍ୟୟ ଅର୍ଥର ମିଳୁନି ସୂଚନା :-

ପ୍ରତିବର୍ଷ ରେଳମନ୍ତ୍ରୀ ଓଡ଼ିଶାକୁ 7ରୁ 10 ହଜାର କୋଟି ଟଙ୍କା ବଜେଟରେ ଘୋଷଣା କରୁଛନ୍ତି । କିନ୍ତୁ ବଜେଟରେ ମଞ୍ଜୁରୀ ପ୍ରାପ୍ତ ଅର୍ଥ ମଧ୍ୟରୁ କେତେ ବ୍ୟୟ ହୋଇଛି ପ୍ରଶ୍ନ କଲେ ତାହାର ଉତ୍ତର ମିଳୁନାହିଁ । କୌଣସି ବର୍ଷ ବ୍ୟୟ ପରିମାଣ 3 ହଜାର କୋଟି ଛୁଇଁ ପାରିନାହିଁ । ପଦ୍ମପୁର ଉପନିର୍ବାଚନ ବେଳେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ ଅନ୍ୟ କେନ୍ଦ୍ରମନ୍ତ୍ରୀ ବରଗଡ଼-ନୂଆପଡା ଭାୟା ପଦ୍ମପୁର ରେଳ ଲାଇନ ନିର୍ମାଣ ବାବଦରେ କରିଥିବା ଘୋଷଣା ଭୁଲି ଯାଇଛନ୍ତି । ରେଳବାଇ ବିକାଶ କ୍ଷେତ୍ରରେ ଓଡ଼ିଶାବାସୀଙ୍କ ପ୍ରତି କେନ୍ଦ୍ର ସରକାରଙ୍କ ଏହା ଆଭିମୁଖ୍ୟ ଦୁର୍ଭାଗ୍ୟଜନକ ।

ପ୍ରକଳ୍ପ ଲାଗି ଜମି ଓ ଅର୍ଥ ଓଡ଼ିଶା ଦେଉଛି, ବାହାସ୍ଫୋଟ ମାରନ୍ତୁନି ରେଳମନ୍ତ୍ରୀ :-

କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, "ଓଡ଼ିଶାରୁ ପ୍ରତ୍ୟେକ ବର୍ଷ ରେଳ ବିଭାଗ ପ୍ରାୟ 20 ହଜାର କୋଟି ରାଜସ୍ବ ପାଉଛି । ସେଥିରୁ ଆମକୁ 10 ହଜାର କୋଟିରୁ କମ ମିଳୁଛି । ରେଳ ରାଜସ୍ବରେ ଓଡ଼ିଶାରୁ ଟଙ୍କାଟେ ନନେବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନିଅନ୍ତୁ । ସେ ଟଙ୍କା ଆମ ରାଜ୍ୟରେ ଖର୍ଚ୍ଚ ହେବ । ପ୍ରକଳ୍ପ ଲାଗି ଓଡ଼ିଶା ଜମି ସହ ଅର୍ଥ ଦେଉଛନ୍ତି । ତେଣୁ ରେଳ ମନ୍ତ୍ରୀ ବାହାସ୍ଫୋଟ ମାରିବା ଦରକାର ନାହିଁ । ରେଳବାଇ କ୍ଷେତ୍ରରେ ଆମେ ଯେତେ ରାଜସ୍ବ ଦେଉଛନ୍ତି, ତା' ତୁଳନାରେ ପ୍ରକଳ୍ପ ନାହିଁ ।"

ଏହା ବି ପଢନ୍ତୁ- ଓଡ଼ିଶାକୁ ମୋଦି ସରକାରଙ୍କ ବଡ ଭେଟି; 6 ନୂଆ ରେଳ ପ୍ରକଳ୍ପକୁ ମିଳିଲା 15000 କୋଟି, ଜାଣନ୍ତୁ କେଉଁ ରେଳ ଲାଇନ ପାଇଁ କେତେ ?

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.