ETV Bharat / politics

କାହା ସହ ମେଣ୍ଟ ହେବ ନାହିଁ, ନିଜ ଦମରେ ଲୋକସଭା ନିର୍ବାଚନ ଲଢିବ ବିଏସପି: ମାୟାବତୀ

author img

By ETV Bharat Odisha Team

Published : Mar 9, 2024, 12:50 PM IST

BSP to Contest LS Elections On Its Own: 2024 ଲୋକସଭା ନିର୍ବାଚନ ଏକାକି ଲଢିବ ବିଏସ୍‌ପି । ଦଳ କାହା ସହ ମେଣ୍ଟ କରିବ ନାହିଁ । ମେଣ୍ଟ ନେଇ କଂଗ୍ରେସ ମିଛ ପ୍ରଚାର କରୁଛି ବୋଲି କହିଲେ ମାୟାବତୀ । ଅଧିକ ପଢନ୍ତୁ

Lok Sabha Elections
Lok Sabha Elections

ଲକ୍ଷ୍ନୌ: ଲୋକସଭା ନିର୍ବାଚନ ପୂର୍ବରୁ ବିଏସ୍‌ପି ସୁପ୍ରିମୋଙ୍କ ବଡ଼ ଘୋଷଣା । ଲୋକସଭା ନିର୍ବାଚନ 2024 ଏକାକୀ ଲଢିବ ବହୁଜନ ସମାଜ ପାର୍ଟି । ଦଳ କାହା ସହ ମେଣ୍ଟ ନୁହେଁ, ବରଂ ନିଜ ଦମରେ ଲଢିବ ବୋଲି କହିଛନ୍ତି ବିଏସ୍‌ପି ମୁଖ୍ୟ ମାୟାବତୀ । ଏନେଇ ସେ ନିଜେ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି । ଚଳିତ ଲୋକସଭା ନିର୍ବାଚନରେ ବିଏସ୍‌ପି ମେଣ୍ଟ କରି ଲଢିବ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ଏହି ଚର୍ଚ୍ଚାରେ ଆଜି ବିରାମ ଲଗାଇଛନ୍ତି ମାୟାବତୀ ।

ବିଏସ୍‌ପି ସୁପ୍ରିମୋ ମାୟାବତୀ ଟ୍ବିଟ୍‌ କରି ଲେଖିଛନ୍ତି, 'ବହୁଜନ ସମାଜ ପାର୍ଟି ଦେଶରେ ଲୋକସଭା ନିର୍ବାଚନ ଏକା ଲଢିବ । ନିଜ ଦମରେ ପୁରା ରଣନୀତି ସହ ଲଢେଇ କରିବ । ଏଭଳି ପରିସ୍ଥିତିରେ, ଦଳ ମେଣ୍ଟ ଗଠନ କିମ୍ବା ତୃତୀୟ ସାମ୍ମୁଖ୍ୟ ଇତ୍ୟାଦି ବିଷୟରେ ପ୍ରଚାର କରିବା ହେଉଛି ଭୁଲ ଖବର । ମିଡିଆ ଏପରି ଖବର ପ୍ରସାରଣ କରି ନିଜର ବିଶ୍ବାସ ହରାଇବା ଉଚିତ୍ ନୁହେଁ । ଲୋକମାନେ ମଧ୍ୟ ସାବଧାନ ହେବା ଉଚିତ୍ । ବିଶେଷକରି ୟୁପିରେ, ବିଏସ୍‌ପି ଏକାକୀ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବା ବିରୋଧୀ ଦଳଙ୍କ ମନରେ ଭୟ ଜାତ କରିବ । ସେଥିପାଇଁ ସେମାନେ ପ୍ରତିଦିନ ବିଭିନ୍ନ ପ୍ରକାରର ଗୁଜବ ପ୍ରଚାର କରି ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରନ୍ତି । କିନ୍ତୁ ବହୁଜନ ସମ୍ପ୍ରଦାୟର ସ୍ୱାର୍ଥରେ ପାଟି ନିର୍ବାଚନରେ ଏକା ପ୍ରତିଦ୍ୱନ୍ଦ୍ୱିତା କରିବ ।'

ଏହା ମଧ୍ୟ ପଢନ୍ତୁ-ଇଣ୍ଡିଆ ମେଣ୍ଟକୁ ଝଟକା, NDAରେ ସାମିଲ ହେଲା ରାଷ୍ଟ୍ରୀୟ ଲୋକ ଦଳ

ମାୟାବତୀଙ୍କ ବିଏସ୍‌ପି ଇଣ୍ଡିଆ ସହ ମେଣ୍ଟ କରି 2024 ଲୋକସବା ନିର୍ବାଚନ ଲଢ଼ିପାରେ ବୋଲି ଚର୍ଚ୍ଚା ହେଉଥିଲା । ବିଜେପିକୁ ମାତ ଦେବାକୁ ଏସ୍‌ପି-ବିଏସ୍‌ପି-କଂଗ୍ରେସ ପ୍ରାକ୍ ମେଣ୍ଟ କରି ନିର୍ବାଚନକୁ ଓହ୍ଲାଇ ପାରନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଥିଲା । ମାତ୍ର ମାୟାବତୀଙ୍କ ଘୋଷଣା ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇଛି ।

2019 ଲୋକସଭା ନିର୍ବାଚନରେ ସମାଜବାଦୀ ପାର୍ଟି ସହ ମେଣ୍ଟ କରିଥିଲା ବିଏସ୍‌ପି । ଉତ୍ତରପ୍ରଦେଶରେ ମୋଟ 80 ଲୋକସଭା ଆସନରୁ ମାୟାବତୀଙ୍କ ଦଳ 10ଟି ଆସନରେ ବିଜୟୀ ହୋଇଥିଲା ଓ ଏସ୍‌ପିକୁ ମିଳିଥିଲା 5ଟି ଆସନ । 2019 ନିର୍ବାଚନରେ ଦଳ ଅଧିକ ସିଟ୍ ଆଶା କରୁଥିବା ବେଳେ, ଏସ୍‌ପି ସହ ମେଣ୍ଟ ଯୋଗୁଁ ତାଙ୍କ ଦଳର କିଛି ନେତା ଦଳ ବଦଳ କରିଥିଲେ । ବିଏସ୍‌ପିର ଭୋଟ ପ୍ରତିଶତ ମଧ୍ୟ ହ୍ରାସ ପାଇଥିଲା । ଏପରିକି ତାଙ୍କ ଦଳର ପକେଟ ଭୋଟ୍ ମଧ୍ୟ ଅନ୍ୟ ଦଳକୁ ଚାଲିଯାଇଥିବା ନେଇ ସେତେବେଳେ ଅଭିଯୋଗ କରିଥିଲେ ମାୟାବତୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.