ETV Bharat / politics

ବିଜେପି ସରକାର ଆସିଲେ ଜଳଖିଆ ପାଇଁ 'ଆପୁର୍ତ୍ତି ଯୋଜନା': ଅପରାଜିତା - apoorti yojana - APOORTI YOJANA

Apoorti yojana: ଭୁବନେଶ୍ଵର ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଡଙ୍ଗୀଙ୍କ ପ୍ରେସମିଟ୍ । ବିଜେପି ସରକାର ଆସିଲେ ମିଡ ଡେ ମିଲ ସହ ଜଳଖିଆ ପାଇଁ 'ଆପୁର୍ତ୍ତି ଯୋଜନା' ମିଳିବ ବୋଲି ସେ କହିଛନ୍ତି । ଆଉ କେଉଁ କେଉଁ ଗ୍ୟାରେଣ୍ଟି ଦେଇଛି ବିଜେପି, ଜାଣନ୍ତୁ

BJP Press meet
BJP Press meet (ETV Bharat Odisha)
author img

By ETV Bharat Odisha Team

Published : May 9, 2024, 10:27 PM IST

BJP Press meet (ETV Bharat Odisha)

ଭୁବନେଶ୍ବର: ଭୁବନେଶ୍ଵର ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଡଙ୍ଗୀଙ୍କ ପ୍ରେସମିଟ୍। ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିବା ସହ କେନ୍ଦ୍ର ସରକାରଙ୍କ ଯୋଜନାର କଲେ ପ୍ରଶଂସା । ବିଜେପି ସରକାର ଆସିଲେ ବେକାରୀ ସମସ୍ୟା ଦୂର ହେବା ସହ ବିଭିନ୍ନ ଯୋଜନାରେ ହିତାଧିକାରୀ ଲାଭବାନ ହେବେ ବୋଲି ସେ କହିଛନ୍ତି । ଅପରାଜିତା କହିଛନ୍ତି, " ବିଜେପି ସରକାରକୁ ଆସିଲେ ସ୍କୁଲରେ ମିଡ ଡେ୍ ମିଲ ସହ ଜଳଖିଆ ପାଇଁ 'ଆପୁର୍ତ୍ତି ଯୋଜନା' ଆରମ୍ଭ ହେବ । ବିଜେପି ସରକାର ହେଲେ ମଧ୍ୟ, ଉତ୍ତର ଓ ଆଭ୍ୟନ୍ତରୀଣ ଓଡି଼ଶାରେ 3ଟା କ୍ୟାନସର ହସ୍ପିଟାଲ ହେବ । ସବୁ ରାଜ୍ୟରେ ଚିନିକଳ ଖୋଲିବ । ଅଢେଇ ଲକ୍ଷ କୋଟି ଟଙ୍କାର ଘରୋଇ ନିବେଶ ଓଡି଼ଶାକୁ ଆଣିବ ବିଜେପି । ସବୁ ରାଜ୍ୟରେ ଚିନିକଳ ଖୋଲିବ । ଶିକ୍ଷକଙ୍କ ପାଇଁ ସମାନ କାମକୁ ସମାନ ଦରମା ଦେବ ବିଜେପି ସରକାର । ଗର୍ଭବତୀ ମହିଳାଙ୍କ ନେବା ଆଣିବା ପାଇଁ ଆମ୍ବୁଲାନ୍ସ ପାଇଁ ସୁଗମ ଯୋଜନା ଆରମ୍ଭ କରିବ ବିଜେପି ସରକାର । ବିଜେପି ସରକାରକୁ ଆସିଲେ 18 ମାସରେ ଚିଟଫଣ୍ଡ କ୍ଷତିଗ୍ରସ୍ତ ଟଙ୍କା ଫେରିପାଇବେ ।"

"ଓଡି଼ଶା ଅନ୍ତ ହୀନ ସମ୍ଭାବନାର ପ୍ରଦେଶ, ହେଲେ ମୁଣ୍ଡ ପିଛା ଆୟରେ ତଳ ଆଡୁ 4 ନମ୍ବର । 22 ରାଜ୍ୟରୁ ବେକାରୀରେ ଓଡି଼ଶା ନମ୍ବର ୱାନ । ଆଜି ରାଜ୍ୟ ସରକାରଙ୍କୁ ଏମିତି ଟାର୍ଗେଟ କରିଛନ୍ତି ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ। ଏହା ସହ ବିଜେପି ସରକାରକୁ ଆସିଲେ ପ୍ରଥମେ କାର୍ଯ୍ୟ ହେବ କାମ ସବୁ ହାତକୁ, ପାଣି ସବୁ କ୍ଷେତକୁ, ଛାତ ସବୁ ମୁଣ୍ଡକୁ । ଓଡ଼ିଶାର ଅର୍ଥନୀତି ୱାନ ଟ୍ରିଲିୟନ ଡଲାର ହେବ ବୋଲି କହିଛନ୍ତି ଅପରାଜିତା । ବିଜେପି ସରକାରକୁ ଆସିବ ପରେ ଜଳ ଜୀବନ ମିଶନ ରେ ରାଜ୍ୟର 26 ଲକ୍ଷ ଘରକୁ ପାଣି ଦିଆହେବ । ପାଇପ ପାଣି ପାଇଁ କେନ୍ଦ୍ର 10 ହଜାର କୋଟି ଦେଲେ ଆଜି ଯାଏଁ 4ହଜାର 200 କୋଟି ଟଙ୍କା ଖର୍ଚ୍ଚ ହୋଇଛି । ବିଗତ 2 ବର୍ଷ ଭିତରେ କେନ୍ଦ୍ର ବହୁ ସଂଖ୍ୟାରେ ଘର ଅନୁମୋଦନ ହେଲା କିନ୍ତୁ ରାଜ୍ୟ ସରକାର ଆବାସ ପୋର୍ଟାଲରେ ହିତାଧିକାରୀଙ୍କ ତଥ୍ୟ ଦେଇ ପାରିଲେନି । କିନ୍ତୁ ବିଜେପି ଆସିଲେ ସବୁ କାମ ନିର୍ଦ୍ଦିଷ୍ଟ ସମୟ ସୀମା ଭିତରେ ସରିବ" ବୋଲି କହିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ ।

ଏହା ବି ପଢନ୍ତୁ...ଆସିଲା ବିଜେଡି ଇସ୍ତାହାର; 2034 ସୁଦ୍ଧା 'ଓଡ଼ିଶାକୁ ନଂ1' କରିବାକୁ ନବୀନ ପ୍ରତିଶୃତି - BJD Election Manifesto 2024

ସେ ଆହୁରି କହିଛନ୍ତି, "ମେକ ଇନ ଓଡିଶା କରି ରାଜ୍ୟ ସରକାର କହିଲେ ଦେଢ଼ ଲକ୍ଷ ନିଯୁକ୍ତି ଦେବେ ହେଲେ ହେଲା ନାହିଁ । ଶିକ୍ଷକଙ୍କ ପାଇଁ ସମାନ କାମକୁ ସମାନ ଦରମା ଦେବ ବିଜେପି ସରକାର । ଗର୍ଭବତୀ ମହିଳାଙ୍କ ନେବା ଆଣିବା ପାଇଁ ଆମ୍ବୁଲାନ୍ସ ପାଇଁ ସୁଗମ ଯୋଜନା ଆରମ୍ଭ କରିବ ବିଜେପି ସରକାର । ଅଙ୍ଗନବାଡି ଦିଦିଙ୍କର ମାସିକ ଦରମା 12ହଜାର ଓ ହେଲପରଙ୍କ ଦରମା 8ହଜାରକୁ ବଢାଇବ ବିଜେପି । 'ମୁଁ ମେଧାବୀ ଝିଅ' ଯୋଜନାରେ ଝିଅ ଜନ୍ମ ହେଲେ 2 ଲକ୍ଷ ଟଙ୍କା ମିଳିବ। 'ସୁଭଦ୍ରା ଯୋଜନା'ରେ 50 ହଜାରର କ୍ୟାସ ଭାଉଚର ମହିଳାଙ୍କୁ ଦେବ ବିଜେପି ସରକାର। ସ୍କୁଲରେ ମିଡ ଡେ ମିଲ ସହ ଜଳଖିଆ ପାଇଁ ଆକୃତି ସଯୋଜନା ଆରମ୍ଭ ହେବ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.