ETV Bharat / politics

ଛତ୍ରପୁରରେ ତେଜିଲା ବିଜେଡିରେ ଗୋଷ୍ଠୀ କନ୍ଦଳ, ବିଧାୟକଙ୍କୁ କଳାପତାକା ପ୍ରଦର୍ଶନ - ବିଜେଡିରେ ଗୋଷ୍ଠୀ କନ୍ଦଳ

Black Flag Shown to Chatrapur MLA: ଗଞ୍ଜାମ ଜିଲ୍ଲାର ଛତ୍ରପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡି ଦଳର ଗୋଷ୍ଠୀ କନ୍ଦଳ । ସ୍ଥାନୀୟ ଅଞ୍ଚଳର କେତେକ ଯୁବକ କଳାପତକା ଧରି ଆସି ବିଧାୟକ ସୁବାସ ବେହେରା ଡାଉନ୍ ଡାଉନ୍ କହିଥିଲେ । ଅଧିକ ପଢନ୍ତୁ

ଛତ୍ରପୁରରେ ତେଜିଲା ବିଜେଡିରେ ଗୋଷ୍ଠୀ କନ୍ଦଳ , ବିଧାୟକଙ୍କୁ କଳାପତାକା ପ୍ରଦର୍ଶନ

author img

By ETV Bharat Odisha Team

Published : Feb 7, 2024, 8:37 PM IST

ଛତ୍ରପୁରରେ ତେଜିଲା ବିଜେଡିରେ ଗୋଷ୍ଠୀ କନ୍ଦଳ , ବିଧାୟକଙ୍କୁ କଳାପତକା ପ୍ରଦର୍ଶନ

ବ୍ରହ୍ମପୁର: ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ତେଜିଲା ଗଞ୍ଜାମ ଜିଲ୍ଲାର ଛତ୍ରପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡି ଦଳର ଗୋଷ୍ଠୀ କନ୍ଦଳ । ନିର୍ବାଚନ ମଣ୍ଡଳୀର ଛତ୍ରପୁର ବ୍ଲକର ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତରେ ଆମ ଓଡିଶା ନବୀନ ଓଡିଶାର ପଞ୍ଚାୟତସ୍ତରୀୟ ସଚେତନତା ଶିବିର କାର୍ଯ୍ୟକ୍ରମ ଯୋଗଦାନ କରିବାକୁ ଯାଉଥିବା ସମୟରେ ସ୍ଥାନୀୟ ଅଞ୍ଚଳର କେତେକ ଯୁବକ କଳାପତକା ଧରି ଆସି ବିଧାୟକ ସୁବାସ ବେହେରା ଡାଉନ୍ ଡାଉନ୍ କହିବା ପରେ ସଭାକୁ ଆସୁଥିବା ବିଧାୟକ ଫେରି ପଳାଇବା ଦୃଶ୍ୟ ଦେଖିବାକୁ ମିଳିଥିଲା ।ସେପଟେ ଏଭଳି କଳାପତକା ଦେଖାଇବା ପରେ ବିଧାୟକଙ୍କ ସମର୍ଥକ ଏବଂ ବିରୋଧି ସମର୍ଥକଙ୍କ ମଧ୍ୟରେ ଏକ ପ୍ରକାର ଉତ୍ତେଜନାମୂଳକ ପରିସ୍ଥିତି ଉପୁଜିଥିବା ବେଳେ ସ୍ଥାନୀୟ ପୋଲିସ ପକ୍ଷରୁ ହସ୍ତକ୍ଷେପ ପରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

ସେପଟେ ବିଧାୟକଙ୍କୁ କଳାପତକା ଦେଖାଇଥିବା ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତର ନାରାୟଣପୁର ଗ୍ରାମର ଯୁବକ ଦେବରାଜ ପ୍ରଧାନଙ୍କୁ ଏ ସମ୍ପର୍କରେ ପଚାରିବାରୁ କହିଥିଲେ ଯେ, ଛତ୍ରପୁରର ବିଧାୟକ ନିର୍ବାଚନ ବିଜୟୀ ହେବା ପର ଠାରୁ ସେ ପଞ୍ଚାୟତର କୌଣସି ଉନ୍ନୟନମୂଳକ କାର୍ଯ୍ୟରେ ଆସି ନ ଥିବା ବେଳେ ଗତ କୋଭିଡ ମହାମାରୀ ସମୟରେ ୱାର୍ଡମେମ୍ବର ମାନେ ଘରକୁ ଘର ବୁଲିଥିବା ବେଳେ ବିଧାୟକଙ୍କ ଦେଖା ମିଳିନଥିବାରୁ କେବଳ ସରକାରୀ କାର୍ଯ୍ୟକ୍ରମରେ ଆସିଥିବାରୁ ଏପରି ବିରୋଧ କରିଛନ୍ତି । ସେହିପରି ଆଗାମୀ ଦିନରେ ଆହୁରି ଘୋର ବିରୋଧ କରାଯିବ ବୋଲି ସେ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ... ପ୍ରଦୀପଙ୍କୁ ବିଜେଡିର ଜବାବ, ଏହା ପାଗଳର ପ୍ରଳାପ

ସେପଟେ ସ୍ଥାନୀୟ ସରପଞ୍ଚ ଏସ୍.ସଞ୍ଜିବ ରେଡି ବିଧାୟକଙ୍କୁ ତାଙ୍କର ବିଜେଡି କର୍ମୀ ବିରୋଧ କରିଛନ୍ତି ବୋଲି କହିଥିବା ବେଳେ ସ୍ଥାନୀୟ ସମିତି ସଭ୍ୟ ଏସ୍. ଚକ୍ରପାଣି ରେଡି ଏପରି କଳାପତକା ଛତ୍ରପୁରର ପୂର୍ବତନ ବିଧାୟକ ପ୍ରିୟାଶୁଂ ପ୍ରଧାନଙ୍କ ଭାଇ ଦେଖାଇଥିଲେ ବୋଲି ନିଜର ପ୍ରତିକ୍ରିୟାରେ କହିଛନ୍ତି । ବର୍ତ୍ତମାନର ବିଧାୟକଙ୍କ ଉନ୍ନୟନ ମୂଳକ କାମ ଓ ଲୋକପ୍ରିୟତା ସହି ନ ପାରି ଏଭଳି କାଣ୍ଡ ଭିଆଇଥିବା କଥା କହିଛନ୍ତି ସମିତି ସଭ୍ୟ ଏସ୍. ଚକ୍ରପାଣି ରେଡି ।

ସେପଟେ ଏହାକୁ ନେଇ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ଆଗକୁ ସାଧାରଣ ନିର୍ବାଚନକୁ ନେଇ ବିଜୁ ଜନତା ଦଳରେ ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ରାଜନୈତିକ ତତ୍ପରତା ଦେଖିବାକୁ ମିଳିଥିବା ବେଳେ ଏଭଳି ସମୟରେ ଜିଲ୍ଲାର ଛତ୍ରପୁର ନିର୍ବାଚନମଣ୍ଡଳୀରେ ବିଜେଡି ଦଳର ଗୋଷ୍ଠୀ କନ୍ଦଳ ଦାଣ୍ଡରେ ପଡି ହାଟରେ ଗଡିବା ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.