ETV Bharat / politics

ଚାକିରୀ ପାଇଁ ବ୍ୟୁରୋକ୍ରାଟ ଲେବୁଲରେ ସେଟିଂ ହେଉଛି: ବିଜେପି

author img

By ETV Bharat Odisha Team

Published : Jan 24, 2024, 10:56 PM IST

Junior Teacher Recruitment Issue: ମାହାଲ ମାଣ୍ଡା କିଏ ? ସରକାରୀ ଚାକିରୀ ଘୋଟାଲାକୁ ନେଇ ପାଣ୍ଡିଆନକୁ ଚାର୍ଗେଟ କଲା ବିଜେପି । ମାହାଲ ମାଣ୍ଡାମାନେ ଚାକିରୀ ପାଉଛନ୍ତି । ଚାକିରୀ ପାଇଁ ପାଣ୍ଡୁ ବାବୁଙ୍କର ଫିକ୍ସ ରେଟ୍ ଅଛି କହି କଡ଼ା ସମାଲୋଚନା କରିଛି ଦଳ । ଅଧିତ ପଢନ୍ତୁ

ଚାକିରୀ ପାଇଁ ବ୍ୟୁରୋକ୍ରାଟ ଲେବୁଲରେ ସେଟିଂ ହେଉଛି: ବିଜେପି
ଚାକିରୀ ପାଇଁ ବ୍ୟୁରୋକ୍ରାଟ ଲେବୁଲରେ ସେଟିଂ ହେଉଛି: ବିଜେପି
ଚାକିରୀ ପାଇଁ ବ୍ୟୁରୋକ୍ରାଟ ଲେବୁଲରେ ସେଟିଂ ହେଉଛି: ବିଜେପି

ଭୁବନେଶ୍ବର: ରାଜ୍ୟରେ ମାହାଲ ମାଣ୍ଡାକୁ ନେଇ ରାଜନୀତି ଜୋର ହେବାରେ ଲାଗିଛି । ଏହାରି ଭିତରେ ଆଜି ସରକାରଙ୍କୁ କଡା ସମାଲୋଚନା କରିଛନ୍ତି ବିଜେପି ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା । ଓଡ଼ିଶାରେ ଚାକିରୀ ବିକ୍ରିର ବ୍ୟବସାୟ ଅନେକ ଦିନ ପୂର୍ବରୁ ସାର୍ବଜନୀନ ହୋଇଛି । ବ୍ୟୁରୋକ୍ରାଟ ଲେବୁଲରେ ସେଟିଂ ହୋଇଥିବା ସେ ଅଭିଯୋଗ କରିଛନ୍ତି ।

ତେବେ ମାହାଲ ମାଣ୍ଡାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତେରଛା ବାଣ ମାରିବା ପରେ ଆରମ୍ଭ ହୋଇଥିଲା ରାଜନୀତି । ଏବେ ବି ଲୋକମାନଙ୍କ ମନରେ ପ୍ରଶ୍ନ ଅଛି କିଏ ସେ ମାହାଲମାଣ୍ଡା । ଏହାକୁ ନେଇ ବିଜେପି ଯୁବମୋର୍ଚ୍ଚା ସଭାପତି ପୁଣି ପାଣ୍ଡିଆନଙ୍କୁ ଟାର୍ଗଟେ କରିଛନ୍ତି । ସେ କହିଛନ୍ତି," ଓଡ଼ିଶାରେ ଚାକିରୀ ବିକ୍ରିର ବ୍ୟବସାୟ ଅନେକ ଦିନ ପୂର୍ବରୁ ସାର୍ବଜନୀନ ହୋଇଛି । ଏଠି ମାହାଲ ମାଣ୍ଡା ମାନେ ଚାକିରୀ ପାଉଛନ୍ତି । ଚାକିରୀ ପାଇଁ ପାଣ୍ଡୁ ବାବୁଙ୍କର ଫିକ୍ସ ରେଟ ଅଛି । ବ୍ୟୁରୋକ୍ରାଟ ଲେବୁଲରେ ସେଟିଂ ହେଉଛି ।"

ସେ ଆହୁରୀ ମଧ୍ୟ କହୁଛନ୍ତି, "ତାମିଲନାଡୁକୁ ଟଙ୍କା ଯିବା ପାଇଁ ସୁଡ଼ଙ୍ଗ ତିଆରି ହୋଇଛି । ଜୁନିଅର ଟିଚର ନିଯୁକ୍ତି ପ୍ରଥମ ସ୍କାମ ନୁହେଁ । ଓପିଏସସି ଏବଂ ଷ୍ଟାପ ସିଲେକ୍ସନ କମିଶନର ବି ସମାନ ଅଭିଯୋଗ । ଏମାନେ କ'ଣ କେନ୍ଦ୍ରୀୟ ସଂସ୍ଥା ଦ୍ଵାରା ପରୀକ୍ଷା ପରିଚାଳନା କରେ କି । ସସ୍ମିତ ବାବୁ ସେହି ମାହାଲ ମଣ୍ଡାମାନଙ୍କୁ ଦେଖି ପାରୁ ନାହାଁନ୍ତି । ମାହାଲ ମାଣ୍ଡା ଆଉ ପାଣ୍ଡୁଙ୍କୁ ସୁରକ୍ଷା ଦେଉଛନ୍ତି ବିଜେଡି ନେତା । ହେଲେ ସେମାନେ ଯାହା କଲେ ବି ଏହି ଦୁର୍ନୀତିରେ ଚାଦର ପକେଇ ପାରିବେ ନାହିଁ ।"

ଏହା ମଧ୍ୟ ପଢନ୍ତୁ .....ମାହାଲମଣ୍ଡା କିଏ ବିଜେଡି ଉତ୍ତର ଦେଉ: ବିଜେପି

ସୂଚନାଯୋଗ୍ୟ ଯେ, ରାଜ୍ୟରେ କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଅନିୟମିତତା ପ୍ରସଙ୍ଗ ସାମ୍ନାକୁ ଆସିବା ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ଥିଲେ । ତେବେ ଧର୍ମେନ୍ଦ୍ରଙ୍କ ଟାର୍ଗେଟ ପରେ ଏହାର କାଉଣ୍ଟର କରିଥିଲେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । କନିଷ୍ଠ ଶିକ୍ଷକ ନିଯୁକ୍ତି ନେଇ ପରୀକ୍ଷାକୁ କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟର PSU ସଂସ୍ଥା EdCIL କରିଥିଲା ବୋଲି କହି ବବି ଧର୍ମେନ୍ଦ୍ରଙ୍କୁ କାଉଣ୍ଟର କରିଥିଲେ । ତେବେ ବିଜେଡି ପକ୍ଷରୁ EdCILକୁ ସବୁ ଦୋଷ ଦିଆ ଯାଇଥିବାବେଳେ ଏବେ EdCIL ପ୍ରେସ ବିଜ୍ଞପ୍ତି ଜାରି କରି OSEPA ଉପରେ ଦୋଷ ଲଦିଛି । ତେବେ ଏହି ଦୋଷ ଲଦାଲଦି ମଧ୍ୟରେ ଆଶାୟୀ ମାନେ ଏବେ ବି ନିଜ ଚାକିରୀ ନେଇ ସନ୍ଦେହ ଭିତରେ ରହିଛନ୍ତି । କେବେ ଏହାର ସମାଧାନ ହେବ ଏବଂ କିଏ ସେ ମାହାଲ ମାଣ୍ଡା ତାର ଖୁଲାସା ହେବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.