ETV Bharat / politics

ଆମେ କାହାକୁ ସମର୍ଥନ ମାଗି ନାହୁଁ, ବିଜେପି ରାଜ୍ୟସଭା ଏକାକୀ ଲଢ଼ିବ ଓ ଜିତିବ: ମନମୋହନ ସାମଲ - ରାଜ୍ୟସଭା ନିର୍ବାଚନ ବିଜେପି

Manmohan Samal On Rajya Sabha Election: ବିଜେପି ରାଜ୍ୟସଭା ଏକାକୀ ଲଢ଼ିବ ଏବଂ ଜିତିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଅଧିକ ପଢ଼ନ୍ତୁ

ମନମୋହନ ସାମଲ
ମନମୋହନ ସାମଲ
author img

By ETV Bharat Odisha Team

Published : Feb 14, 2024, 5:50 PM IST

ମନମୋହନ ସାମଲ

ଭୁବନେଶ୍ବର: ଅଶ୍ୱିନୀ ବୈଷ୍ଣବଙ୍କ ରାଜ୍ୟସଭା ପ୍ରାର୍ଥୀତ୍ବକୁ ସମର୍ଥନ କରିଛି ବିଜେଡି । ବିଜେଡିର ସମର୍ଥନରେ ବିଜେପିର ଅଶ୍ବିନୀ ବୈଷ୍ଣବ ପୁଣିଥରେ ରାଜ୍ୟସଭାକୁ ଯିବେ । ଏହାକୁ ନେଇ ଏବେ ରାଜ୍ୟ ରଜନୀତି ପାଣିପାଗରେ ହଟଚମଟ ଦେଖିବାକୁ ମିଳିଛି । ସେପଟେ ଆମେ କାହାକୁ ସମର୍ଥନ ମାଗି ନାହୁଁ । ବିଜେପି ରାଜ୍ୟସଭା ଏକାକୀ ଲଢ଼ିବ ଏବଂ ଜିତିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।

ଅଶ୍ୱିନୀ ବୈଷ୍ଣବଙ୍କ ରାଜ୍ୟସଭା ପ୍ରାର୍ଥୀତ୍ୱକୁ ବିଜେଡିର ସମର୍ଥନ ପରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରତିକ୍ରିୟା ରଖି କହିଛନ୍ତି, "ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବ ରାଜ୍ୟସଭା ପାଇଁ ପ୍ରାର୍ଥୀପତ୍ର ଦାଖଲ କରିବେ ବିଜେପି ନର୍ବାଚନ ଲଢ଼ିବ । ଆମ ପାଖରେ ନମ୍ବର ଅଛି ଆମେ ଜିତିବୁ । ପଲିଟିକାଲ ସିନାରିଓରେ ବିଜେପିର ବିଜୟ ହେବ । ଆମର କାହାସହ ମେଣ୍ଟ ହେବ ନାହିଁ । ଏକାକୀ ବିଜେପି ଲଢ଼ିବ । କିଏ ସମର୍ଥନ ଦେବ ନ ଦେବ, ମେଣ୍ଟ କଥା ସେଥିରେ କେଉଁଠୁ ଆସିଲା ? କାହାକୁ ଆମେ ସମର୍ଥନ ମାଗି ନାହୁଁ । ବିଜେପି ସମର୍ଥନ ଲୋଡିନାହିଁ । ଯଦି କିଏ ସମର୍ଥନ ଦେବ ଆମେ କଣ ମନା କରିବୁ । ବିଜେଡି କାହିଁକି ସମର୍ଥନ କଲା ସେ ଜାଣିଥିବେ । ବିଜେପି ରାଜ୍ୟସଭା ଲଢ଼ିବ ଏବଂ ଜିତିବ । ଯଦି କାହାର ଲଢ଼ିବାକୁ ଇଚ୍ଛା ଅଛି, କାଲି ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ଦାଖଲ କରିବା ପାଇଁ ଅଛି, ନୋମିନୋସନ ଦାଖଲ କରନ୍ତୁ । ଜିତିବାକୁ ଚେଷ୍ଟା କରନ୍ତି । ଆମେ ମୁଖ୍ୟ ବିରୋଧୀ ଦଳ ଭାବେ ରାଜ୍ୟସଭା ପାଇଁ ପ୍ରାର୍ଥୀ ଦେଇଛୁ ।"

ମନମୋହନ ଏହା ମଧ୍ୟ କହିଛନ୍ତି, "ଲୋକେ ଚାହୁଁଛନ୍ତି ବିଜେପି ସରକାର କରିବ । ନିର୍ବାଚନକୁ ଆଉ 60 ଦିନ ବାକି ଅଛି । ଓଡ଼ିଶାରେ ବିଜେପି ଏକାକୀ ଲଢ଼ିବ ଓ ଡବଲ ଇଞ୍ଜିନ ସରକାର ଗଢ଼ିବ ।" ସେପଟେ କଂଗ୍ରେସକୁ କଣ ଜବାବ ଦେବା ପ୍ରଶ୍ନର ପ୍ରତିକ୍ରିୟା ରଖି ମନମୋହନ କହିଛନ୍ତି, " କଂଗ୍ରେସ ସାର୍ଟିଫିକେଟରେ ବିଜେପି ତିଆରି ହୋଇନାହିଁ । କଂଗ୍ରେସ ବିରୋଧରେ 75 ବର୍ଷ ଲଢ଼ି ବିଜେପି ତିଆରି ହୋଇଛି । ଭାରତରେ ଗୋଟିଏ ଦଳ ବିଜେପି ଯିଏ କଂଗ୍ରେସ ସହ ବୁଝାବଣା କରିନାହିଁ । ଜନସଙ୍ଘ ଯିଏ କଂଗ୍ରେସ ସହିତ ବୁଝାମଣା କରିନାହୁଁ ।"

ଏହା ମଧ୍ୟ ପଢ଼ନ୍ତୁ.....ହଟିଲା ସସପେନ୍ସ: ଓଡ଼ିଶାରୁ ଅଶ୍ୱିନୀ ବୈଷ୍ଣବ ତୃତୀୟ ରାଜ୍ୟସଭା ପ୍ରାର୍ଥୀ, ବିଜେପିର ଘୋଷଣା, ସମର୍ଥନ ଦେବ ବିଜେଡି

ସେପଟେ ବିଜେପି ବିଧାୟକ ଏବଂ ଅଶ୍ୱିନୀ ବୈଷ୍ଣବଙ୍କ ବୈଠକ ସରିଛି । ଆସନ୍ତାକାଲି ସକାଳ ୧୦ ଟାରେ ନାମାଙ୍କନପତ୍ର ଦାଖଲ କରିବେ ଅଶ୍ଵିନୀ ବୈଷ୍ଣବ । ପୂର୍ବ ଭାରତର ବିକାଶ ପାଇ କେନ୍ଦ୍ରରେ ଅଶ୍ଵିନୀ ବୈଷ୍ଣବ ଅବଶ୍ୟକତା ରହିଛି । ଯେଉଁଥିପାଇଁ ଅଶ୍ଵିନୀ ବୈଷ୍ଣବଙ୍କୁ ପ୍ରାର୍ଥୀ କରାଯାଇଛି ବୋଲି କହିଛନ୍ତି ବିଜେପି ବିଧାୟକ ନାଉରୀ ନାୟକ । ଏହି ବୈଠକରେ ବିଜେପି ବିଧାୟକଙ୍କ ସମେତ ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ଅଶ୍ଵିନୀ ବୈଷ୍ଣବ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.