ETV Bharat / politics

କାଲି ଜିଲ୍ଲାଠୁ ନେଇ ରାଜ୍ୟ ସ୍ତର ଯାଏଁ କଳା ଦିବସ ପାଳିବ ବିଜେପି - BJP To Observe Black Day

author img

By ETV Bharat Odisha Team

Published : Jun 24, 2024, 11:03 PM IST

BJP To Observe Black Day: ୨୫ ଜୁନରେ କଳା ଦିବସ ପାଳନ କରିବ ବିଜେପି । ଜିଲ୍ଲାରୁ ରାଜ୍ୟସ୍ତର ଯାଏଁ କଳା ଦିବସ ପାଳନ କରିବ ବିଜେପି । ଅଧିକ ପଢ଼ନ୍ତୁ

BJP To Observe  Black Day
BJP To Observe Black Day (ETV Bharat Odisha)

ଭୁବନେଶ୍ବର: ଆସନ୍ତାକାଲି (ମଙ୍ଗଳବାର) ସମସ୍ତ ଜିଲ୍ଲା ଠାରୁ ନେଇ ରାଜ୍ୟ ସ୍ତର ପର୍ଯ୍ୟନ୍ତ କଳା ଦିବସ ପାଳିବ ବିଜେପି । ୧୯୭୫ ମସିହା ଜୁନ୍ ୨୫ ତାରିଖରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଇନ୍ଦିରା ଗାନ୍ଧି ସାରା ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ । ଏହାକୁ ବିରୋଧ କରି ପ୍ରତିବର୍ଷ ଜୁନ୍ ୨୫ ତାରିଖକୁ କଳା ଦିବସ ଭାବେ ପାଳନ କରି ଆସୁଛି ବିଜେପି । ଏଥିପାଇଁ କାଲି ସବୁ ଜିଲ୍ଲାରେ ବୁଦ୍ଧିଜୀବି ସମ୍ମିଳନୀ ସହ ସାମ୍ବାଦିକ ସମ୍ମିଳନୀ କରିବ ଦଳ । ଏହାସହ ଜରୁରୀକାଳୀନ ପରିସ୍ଥିତିକୁ ବିରୋଧ କରିଥିବା ବ୍ୟକ୍ତିତ୍ୱଙ୍କୁ ସମ୍ମାନିତ କରିବ ।

ତତ୍କାଳୀନ ଇନ୍ଦିରା ଗାନ୍ଧି ସରକାର ୧୯୭୫ ମସିହା ଜୁନ୍ ୨୫ ତାରିଖରେ ସାରା ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁକରିଥିଲେ । ଏହାକୁ ବିରୋଧ କରି ଜୁନ 25କୁ କଳା ଦିବସ ଭାବେ ପାଳନ କରି ଆସୁଛି ବିଜେପି । ଏହାସହ ବିଜେପି ଅଭିଯୋଗ କରିଛି ଯେ, ଗଣତନ୍ତ୍ର ଏବଂ ଭାରତର ସମ୍ବିଧାନ କଂଗ୍ରେସ ସମୟରେ ସର୍ବାଧିକ କ୍ଷତିଗ୍ରସ୍ତ ଏବଂ ଅପମାନିତ ହୋଇଛି । ଜୁନ 25ରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରି ଗଣତନ୍ତ୍ରର ହତ୍ୟା କରିଥିଲା କଂଗ୍ରେସ । ବିରୋଧୀ ଦଳଙ୍କୁ ଜେଲରେ ପୁରେଇଥିଲ କଂଗ୍ରେସ । 19 ମାସ ଧରି ତାନାଶାହି ଶାସନ ଚଳାଇଥିଲେ । ନିଜର ସ୍ୱାର୍ଥ ପଦବୀର ସୁରକ୍ଷା ଓ କ୍ଷମତା ଖସିବା ଭୟରେ ଜରୁରୀ କାଳୀନ ପରିସ୍ଥିତି ଘୋଷଣା କରିଥିଲେ । ବିଜେପି ଏକ ଦାୟିତ୍ୱ ସମ୍ପନ୍ନ ଦଳ ହିସାବରେ ଜୁନ 25କୁ କଳା ଦିବସ ଭାବେ ପାଳନ କରୁଛି ।

ସେପଟେ ବିଜେପି ମୁଖପାତ୍ର ଦୀଲିପ ମଲ୍ଲିକ କଂଗ୍ରେସକୁ ଟାର୍ଗଟେ କରି କହିଛନ୍ତି ଯେ, ଲୋକସଭାରେ ଅସ୍ଥାୟୀ ବାଚସ୍ପତି ଭାବେ କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କୁ ବିରୋଧ କଂଗ୍ରେସର ଓଡିଶା ବିରୋଧୀ ଏବଂ ଓଡ଼ିଆ ବିରୋଧୀ ମନୋଭାବ ସ୍ପଷ୍ଟ କରିଛି । ସାମ୍ବାଦିକ ସମ୍ମିଳନୀ କରି ବିଜେପି ଭିଯୋଗ କରିଛି ଯେ, କଂଗ୍ରେସ ସବୁବେଳେ ଓଡିଶା ଆଉ ଓଡ଼ିଆ ବିରୋଧୀ । ଅତୀତରେ କଂଗ୍ରେସ ସରକାର ସମୟରେ ଯେତେବେଳେ ଓଡିଶା ପାଇଁ ଅର୍ଥର ଆବଶ୍ୟକତା ଥିଲା ସେତେବେଳେ କଂଗ୍ରେସ ପ୍ରଧାନମନ୍ତ୍ରୀ କହିଥିଲେ ଟଙ୍କା ଗଛରେ ଫଳେ ନାହିଁ । ଏପରି ଅନେକ ଉଦାହାରଣ ରହିଛି ।

ଏହା ମଧ୍ୟ ପଢ଼ନ୍ତୁ...ବିଜେଡି ସଂସଦୀୟ ଦଳ ବୈଠକ; ଫ୍ଲୋର ନୁହେଁ, ୱେଲ୍‌ରେ ଲଢେଇ କରିବାକୁ ନବୀନଙ୍କ ନିର୍ଦ୍ଦେଶ - No More Support to BJP

ଅନ୍ୟପଟେ କିନ୍ତୁ ଓଡିଶା ଆଉ ଓଡ଼ିଆଙ୍କୁ ମୋଦି ସରକାର ଅଧିକ ଗୁରୁତ୍ୱ ଦେଇଥିବା ଦଳ କହିଛି । ସର୍ବାଧିକ ପଦ୍ମ ପୁରସ୍କାର ଓଡିଶାକୁ ଦେଇଛନ୍ତି ମୋଦି ସରକାର । ଓଡ଼ିଶାର ଝିଅକୁ ସର୍ବୋଚ୍ଚ ଆସନରେ ବସେଇଛନ୍ତି । ଓଡ଼ିଆ ଅଧିକାରୀଙ୍କୁ କେନ୍ଦ୍ର ସରକାରରେ ଗୁରୁତ୍ୱପୂର୍ଣ ଦାୟିତ୍ୱ ଦେଇଛନ୍ତି ମୋଦି ସରକାର । ଓଡ଼ିଆ ବିରୋଧୀ ମନୋଭାବରୁ ଦୂରେଇ ରହିବାକୁ କଂଗ୍ରେସକୁ ଚେତାବନୀ ଦେଇଛି ବିଜେପି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.