ETV Bharat / politics

କୋରାପୁଟରେ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କଲେ ଲତା ଉସେଣ୍ଡି, କହିଲେ ରାଜ୍ୟରେ ବିଜେପି ଗଢିବ ସରକାର - Lata Usendi in Koraput

author img

By ETV Bharat Odisha Team

Published : Apr 17, 2024, 12:53 PM IST

Lata Usendi in Koraput: କୋରାପୁଟରେ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କଲେ ଦଳର ସହ-ପ୍ରଭାରୀ ଲତା ଉସେଣ୍ଡି । ମିଶ୍ରଣ ପର୍ବରେ ସାମିଲ ହେଲେ କିଛି ସ୍ଥାନୀୟ କର୍ମୀ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଜନକୁ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଦେଲେ ଗୁରୁମନ୍ତ୍ର । ଅଧିକ ପଢନ୍ତୁ

କୋରାପୁଟରେ ଲତା ଉସେଣ୍ଡି, କହିଲେ ରାଜ୍ୟରେ ବିଜେପି ଗଢିବ ସରକାର

କୋରାପୁଟରେ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କଲେ ଲତା ଉସେଣ୍ଡି

କୋରାପୁଟ: ବିଜେପି ରାଜ୍ୟ ସହ-ପ୍ରଭାରୀ ଲତା ଉସେଣ୍ଡି ମଙ୍ଗଳବାର କୋରାପୁଟ ଗସ୍ତ କରି ବିଜେପି ପ୍ରାର୍ଥୀ ଓ କାର୍ଯ୍ୟକର୍ତ୍ତାଙ୍କୁ ନେଇ ନିର୍ବାଚନୀ ସମୀକ୍ଷା ବୈଠକ କରିଛନ୍ତି । ସ୍ଥାନୀୟ ଏକ ହୋଟେଲରେ ଗତକାଲି (ମଙ୍ଗଳବାର) ଲତା ଦୀର୍ଘ ଘଣ୍ଟା ଧରି ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହିତ ମାନସ ମନ୍ଥନ କରିବା ସହ ନିର୍ବାଚନୀ ମନ୍ତ୍ର ମଧ୍ୟ ଫୁଙ୍କିଛନ୍ତି । ଆଗାମୀ ନିର୍ବାଚନରେ ବିଜେପି ସଂଖ୍ୟା ଗରିଷ୍ଠତା ହାସଲ କରିବା ସହ ରାଜ୍ୟରେ ସରକାର ଗଠନ କରିବ ବୋଲି ଲତା ଦୃଢୋକ୍ତି ପ୍ରକାଶ କରିଥିବା ଦେଖିବାକୁ ମିଳିଛି ।

ଲତା କାର୍ଯ୍ୟକ୍ରମ ସ୍ଥଳରେ ପହଞ୍ଚିବା ପରେ ଦଳର ସ୍ଥାନୀୟ କାର୍ଯ୍ୟକର୍ତ୍ତା ତାଙ୍କୁ ସ୍ବାଗତ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ସବକା ସାଥ-ସବକା ବିକାଶ’ ଭିଜନର ବାର୍ତ୍ତା ଯେପରି ତୃଣମୂଳ ସ୍ତରରେ ଲୋକଙ୍କ ନିକଟରେ ପହଞ୍ଚିବ ଓ ଦଳ ପ୍ରତି ଲୋକଙ୍କ ସମର୍ଥନ ବଢିବ, ସେନେଇ ଲତା କର୍ମୀଙ୍କୁ ନିର୍ବାଚନୀ ଟାକ୍ସ ମଧ୍ୟ ଦେଇଛନ୍ତି । ଏହାସହ ଏକ ମିଶ୍ରଣ ପର୍ବରେ ମଧ୍ୟ କିଛି ସ୍ଥାନୀୟ ଅନ୍ୟ ଦଳର କର୍ମୀ ବିଜେପିରେ ସାମିଲ ହୋଇଥିଲେ । ଲତା ସେମାନଙ୍କୁ ଦଳୀୟ ଉତ୍ତରୀୟ ଦେଇ ସ୍ବାଗତ କରିଥିଲେ ।

ଏହା ମଧ୍ୟ ପଢନ୍ତୁ :- ପିଣ୍ଡାରେ ବସି ପଖାଳ ଖାଇଲେ, ଭୋଟ ମାଗିଲେ ସମ୍ବିତ-ଆଶ୍ରିତ - PURI BJP CAMPAIGN

ଆସନ୍ତା ମାସ (ମେ’) 13 ତାରିଖରେ ପ୍ରଥମ ପର୍ଯ୍ୟାୟରେ କୋରାପୁଟ ଜିଲ୍ଲାରେ ଭୋଟିଂ ହେବାକୁ ଯାଉଛି l ନିର୍ବାଚନକୁ ଦୃଷ୍ଟିରେ ରଖି 3 ପ୍ରମୁଖ ଦଳ ଭିନ୍ନ ଭିନ୍ନ ଉପାୟରେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଆପ୍ରାଣ ଉଦ୍ୟମ ଜାରି ରଖିଛନ୍ତି l ଜିଲ୍ଲାରେ ବିଜେଡ଼ି, ବିଜେପି ଓ କଂଗ୍ରେସ ମଧ୍ୟରେ କଡା ଟକ୍କର ହେବାକୁ ଯାଉଛି । ଏହି ତ୍ରିମୁଖୀ ଲଢେଇରେ ଭାରତୀୟ ଜନତା ପାର୍ଟି କିପରି ଭଲ ପ୍ରଦର୍ଶନ କରିବ ସେନେଇ ଦଳୀୟ ନେତାମାନେ ବାରମ୍ବାର ନିର୍ବାଚନୀ ବୈଠକ କରିବା ଜାରି ରଖିଛନ୍ତି । କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ଓ କୋରାପୁଟ ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ଛାଡି କୈଳାସ କୁଲେସିକା ଓ ରଘୁରାମ ମାଛଙ୍କ ପରି 2 ଟାଣୁଆ ନେତା ବିଜେପିରେ ଯୋଗ ଦେଇଛନ୍ତି l ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁଶାସନ ଓ କାର୍ଯ୍ୟଶୈଳୀରେ ଅନୁପ୍ରାଣିତ ହୋଇ ଅନ୍ୟ ଦଳ ଛାଡି ବିଭିନ୍ନ କାର୍ଯ୍ୟକର୍ତ୍ତା ବିଜେପିରେ ସାମିଲ ହେବାରେ ଲାଗିଥିବା ଦଳର ଲୋକସଭା ପ୍ରାର୍ଥୀ କାଳିରାମ ମାଝୀ କହିଛନ୍ତି । ଦଳୀୟ କର୍ମୀଙ୍କୁ ଧରି ପ୍ରାର୍ଥୀମାନେ ପ୍ରଚାର ଜାରି ରଖିଛନ୍ତି । ଆଜି ସଂଧ୍ୟାରେ ପ୍ରଥମ ପର୍ଯ୍ୟାୟ ପ୍ରଚାର ଶେଷ ହେଉଛି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.