ETV Bharat / politics

ସଂକଳ୍ପ ପତ୍ର ପ୍ରସ୍ତୁତି ପାଇଁ କୋଟିଏ ଜନମତ ସଂଗ୍ରହ କରିବ ବିଜେପି

author img

By ETV Bharat Odisha Team

Published : Mar 3, 2024, 10:27 PM IST

BJP Campaign to collect 1 crore public opinion: ସଂକଳ୍ପ ପତ୍ର ପ୍ରସ୍ତୁତ କରିବା ପାଇଁ ୧ କୋଟି ଜନମତ ସଂଗ୍ରହ କରିବ ବିଜେପି । ଆଜୁଠାରୁ ଏହି ଜନମତ ସଂଗ୍ରହ ଅଭିଯାନ ଆରମ୍ଭ କରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଅଧିକ ପଢ଼ନ୍ତୁ

ସଂକଳ୍ପ ପତ୍ର ପ୍ରସ୍ତୁତି ପାଇଁ କୋଟିଏ ଜନମତ ସଂଗ୍ରହ କରିବ ବିଜେପି
ସଂକଳ୍ପ ପତ୍ର ପ୍ରସ୍ତୁତି ପାଇଁ କୋଟିଏ ଜନମତ ସଂଗ୍ରହ କରିବ ବିଜେପି
ସଂକଳ୍ପ ପତ୍ର ପ୍ରସ୍ତୁତି ପାଇଁ କୋଟିଏ ଜନମତ ସଂଗ୍ରହ କରିବ ବିଜେପି

ଭୁବନେଶ୍ବର: ନିର୍ବାଚନ ପୂର୍ବରୁ ସଂକଳ୍ପ ପତ୍ର ପ୍ରସ୍ତୁତ କରିବା ପାଇଁ ରାଜ୍ୟରେ ୧ କୋଟି ଜନମତ ସଂଗ୍ରହ କରିବ ବିଜେପି । ବିଜେପି ସଂକଳ୍ପ ପତ୍ର ପ୍ରସ୍ତୁତି ପାଇଁ ୧ କୋଟି ଜନମତ ସଂଗ୍ରହ ଅଭିଯାନ ଆଜି ରାଜ୍ୟ କାର୍ଯ୍ୟାଳୟରେ ଶୁଭାରମ୍ଭ ହୋଇଛି । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ବିଜେପି ନିର୍ବାଚନ ପ୍ରଭାରୀ, ସହପ୍ରଭାରୀ ଓ ସାଂସଦ ପ୍ରମୁଖ ଉପସ୍ଥିତ ଥିଲେ ।

୨୦୨୪ ନିର୍ବାଚନ ଇସ୍ତାହାରରେ କଣ ରଖିବ ବିଜେପି ? ରାଜ୍ୟବାସୀଙ୍କୁ ଦେବ କେଉଁ କେଉଁ ସଂକଳ୍ପ ? ଏଥିପାଇଁ ୧ କୋଟି ଜନମତ ସଂଗ୍ରହ କରିବ ବିଜେପି। ରାଜ୍ୟର ୧ କୋଟି ଲୋକଙ୍କ ପାଖକୁ ଯାଇ ବିଜେପି ସଂକଳ୍ପ ପତ୍ର ପାଇଁ ପରାମର୍ଶ ଲୋଡିବ । ପ୍ରତି ନିର୍ବାଚନ ମଣ୍ଡଳୀରେ ୨ଟି ଗାଡ଼ି ବୁଲିବ । ସେଥିରେ ସଂକଳ୍ପ ପତ୍ର ବାକ୍ସ ରହିବ । ଲୋକମାନେ ଗାଡ଼ି ପାଖକୁ ଆସି ନିଜର ମତାମତ ଦେଇପାରିବେ । ଏହା ସହିତ ଲୋକମାନେ ବିଜେପିର ନମୋ ଆପ୍‌ ଜରିଆରେ ମଧ୍ୟ ପରାମର୍ଶ ଦେଇ ପାରିବେ ଏବଂ '୯୦୯୦୯୦୨୦୨୪' ନମ୍ବରରେ କଲ କରି ଭଏସ୍‌ ମେସେଜ ଜରିଆରେ ମଧ୍ୟ ସିଧାସଳଖ ପ୍ରଧାନମନ୍ତ୍ରୀଙ୍କୁ ନିଜର ମତ ବା ପରାମର୍ଶ ଦେଇ ପାରିବେ ବୋଲି ଦଳ ପକ୍ଷରୁ କୁହାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ବିଜେପିର ବଡ଼ ମିଶ୍ରଣ ପର୍ବ, ଶଙ୍ଖ ଛାଡ଼ି ପଦ୍ମ ଧରିଲେ ଅରବିନ୍ଦ ଢାଲିଙ୍କ ସମେତ ବହୁ ହେଭିୱେଟ୍‌

ସେହିପରି ଚାଷୀଙ୍କ ଆୟ ୨ ଗୁଣ କେମିତି ହେବ, ଦାଦନ ସମସ୍ୟାର ସମାଧାନ, ଚିଟ୍‌ଫଣ୍ଡ ପ୍ରସଙ୍ଗରେ ସରକାରଙ୍କ ନୀତି କଣ ହେବା ଆବଶ୍ୟକ, ମହିଳା ସଶକ୍ତିକରଣ ପାଇଁ ଆଉ କଣ ପଦକ୍ଷେପ ନେବା ଆବଶ୍ୟକ, ଏହା ସହିତ ବିଜେପି କ୍ଷମତାକୁ ଆସିଲେ ଆଉ କଣ କଣ ଜନମଙ୍ଗଳକାରୀ ଯୋଜନା କରିହେବ, ଏନେଇ ମତାମତ ଦେବାକୁ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ସେ କହିଛନ୍ତି, "୨୦୧୯ରେ ଦେଇଥିବା ୨୩୫ ନିର୍ବାଚନୀ ପ୍ରତିଶ୍ରୁତିରୁ ୨୨୨ ପ୍ରତିଶ୍ରୁତି ପାଳନ କରିଛନ୍ତି କେନ୍ଦ୍ର ସରକାର । ବିକଶିତ ଭାରତ ପାଇଁ ପ୍ରଧାନମନ୍ତ୍ରୀ ମୋଦି ସଂକଳ୍ପ ନେଇଛନ୍ତି । ୨୦୨୪ରେ ପୁଣି ମୋଦି ସରକାର ଦେଶକୁ ଶୀର୍ଷରେ ପହଞ୍ଚାଇବେ ।" ତେବେ ଏହି ପରିପ୍ରେକ୍ଷୀରେ ଆଜି କିଛି ବୁଦ୍ଧିଜୀବୀ ନିଜ ନିଜର ମତ ଉପସ୍ଥାପନ କରିଥିଲେ ଏବଂ ସେମାନଙ୍କ ମତ ରାଜ୍ୟ ସଭାପତିଙ୍କୁ ଲିଖିତ ଆକାରରେ ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

  • " class="align-text-top noRightClick twitterSection" data="">

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.